MP Accident: ଏକାସଙ୍ଗେ ୩ଟି ଵସ ଉପରକୁ ମାଡ଼ି ଗଲା ଟ୍ରକ; ୧୩ ଜଣଙ୍କର ଗଲାଣି ଜୀବନ

Road Accident: ଅମିତ ଶାହଙ୍କ ରାଲିରୁ ଫେରୁଥିବା ବେଳେ ତିନୋଟି ଵସ ଉପରକୁ ମାଡି ଗଲା ଟ୍ରକ। ମୃତକଙ୍କୁ ସହାୟତା ରାଶି ଘୋଷଣା ହୋଇଛି ।

 ଵସ ଉପରକୁ ମାଡି ଗଲା ଟ୍ରକ

ଵସ ଉପରକୁ ମାଡି ଗଲା ଟ୍ରକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Sidhi Bus Accident: ମଧ୍ୟପ୍ରଦେଶର(Madhyapradesh) ସିଦ୍ଧ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା(Road accident) ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଏହି ଘଟଣା ଘଟିଛି। ଟ୍ରକର ଟାୟାର ଫାଟିଯିବା କାରଣରୁ ଏପରି ହୋଇଛି ବୋଲି ସୂଚନା ମିଳିଛି ।

ପୋଲିସର ସୂଚନାନୁସାରେ, ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ତିନିଟି ବସ୍ କୁ ଗୋଟିଏ ଟ୍ରକ ଏକା ସଙ୍ଗେ ଧକ୍କା ଦେଇଥିଲା। ଏହି ବସ୍ ଗୁଡିକ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରୁ ଫେରୁଥିବା ଲୋକଙ୍କୁ ନେଇ ଫେରୁଥିଲେ। ସିଦ୍ଧି ଡିଏମ କହିଛନ୍ତି, 'ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ସିଦ୍ଧି ଜିଲ୍ଲା ଜିଲ୍ଲା ଡାକ୍ତରଖାନା, ଚୁରହାଟର କମ୍ୟୁନିଟି ହେଲ୍ଥ ସେଣ୍ଟର ଓ ରେୱାର ସଞ୍ଜୟ ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଯନ୍ତ୍ରଣାଦାୟକ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସିଏମ ଶିବରାଜ ସିଂ ଚୌହାନ ସତନାରୁ ରେୱା ପହଞ୍ଚି ଆହତଙ୍କ ଅବସ୍ଥା ବାବଦରେ ପଚାରି ବୁଝିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସିଏମ ଶିବରାଜ କହିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରେୱା-ସିଦ୍ଧି ଟନେଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକର ଟାୟାର ଫାଟିଯିବା କାରଣରୁ ରାସ୍ତା ପାଖରେ ପାର୍କିଂ ହୋଇଥିବା ତିନିଟି ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇଟି ବସ୍ ଓଲଟି ପଡିଥିଲା ​​ଓ ତୃତୀୟ ବସ୍ ନଷ୍ଟ ହୋଇଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ଦୁର୍ଘଟଣା ଭୟଙ୍କର ଥିଲା, ମୃତ୍ୟୁ ସଂଖ୍ୟା ବଢ଼ିପାରେ।

PURI ACCIDENT:ପୁରୀରେ ସିରିଜ ଦୁର୍ଘଟଣା; ୧୫ରୁ ଅଧିକ ଲୋକ ଗୁରୁତର

ଦୁର୍ଘଟଣା ପରେ ସେଠାରେ କେବଳ ଚିତ୍କାର ଓ କାନ୍ଦଣା ଶୁଭୁଥିଲା। ଅନ୍ୟ ଯାତ୍ରୀମାନେ ସାହାଯ୍ୟ କରି ଆହତମାନଙ୍କୁ ବାହାର କରିଥିଲେ। ପୋଲିସକୁ ସୂଚନା ଦିଆଯାଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁଥିରୁ ୫୨ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।
Published by:Soumya Das
First published: