Farmers protest: କୃଷକ ମାନଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ମିଳିବକି ନାହିଁ ତାହା ପୋଲିସ ନିଷ୍ପତ୍ତି ନେବ: ସୁପ୍ରିମ କୋର୍ଟ
Tractor Rally: ସୁପ୍ରିମ କୋର୍ଟ କହିଛନ୍ତି ଯେ ୨୬ ଜାନୁଆରୀରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ କି ନାହିଁ ଓ ରାମଲୀଳା ମୈଦାନରେ ପ୍ରଦର୍ଶନ ପାଇଁ ସ୍ଥାନ ଦିଆଯିବ କି ନାହିଁ ଏହାର ନିଷ୍ପତି ନେବାର ଅଧିକ ଦିଲ୍ଲୀ ପୋଲିସର ଅଟେ ।

ସୁପ୍ରିମ କୋର୍ଟ (ଫାଇଲ ଫଟୋ)
- News18 Odia
- Last Updated: January 18, 2021, 3:04 PM IST
ନୂଆ ଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ବିବାଦ ଲଗାତାର ଜାରି ରହିଛି । ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ୯ ରାଉଣ୍ଡ କଥାବାର୍ତ୍ତା ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ଫଳାଫଳ ବାହାରି ପାରିନାହିଁ । ନୂଆ ଆଇନ୍କୁ ବିରୋଧ କରି କୃଷକମାନେ ୨୬ ଜାନୁଆରୀରେ ଏକ ଟ୍ରାକ୍ଟର ରାଲି କରିବାକୁ ଚାହୁଁଛନ୍ତି । କିନ୍ତୁ ଦିଲ୍ଲୀ ପୋଲିସ ଏହାର ସପକ୍ଷରେ ନାହିଁ । ବର୍ତ୍ତମାନ ସୁପ୍ରିମ କୋର୍ଟ କହିଛନ୍ତି ଯେ ୨୬ ଜାନୁଆରୀରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ କି ନାହିଁ ଓ ରାମଲୀଳା ମୈଦାନରେ ପ୍ରଦର୍ଶନ ପାଇଁ ସ୍ଥାନ ଦିଆଯିବ କି ନାହିଁ ଏହାକୁ ନିଷ୍ପତି ନେବାର ଅଧିକ ଦିଲ୍ଲୀ ପୋଲିସର ଅଟେ ।
ସୁପ୍ରିମ କୋର୍ଟ ଦିଲ୍ଲୀ ପୋଲିସର ଏକ ପିଟିସନର ଶୁଣାଣି କରିଥିଲେ ଯେଉଁଥିରେ କୃଷକଙ୍କ ଟ୍ରାକ୍ଟର ରାଲି ବାତିଲ କରିବାକୁ ଦାବି କରାଯାଇଥିଲା । ଏହା ଗଣତନ୍ତ୍ର ଦିବସ ପରେଡକୁ ନଷ୍ଟ କରିପାରେ ବୋଲି ପୋଲିସ ଯୁକ୍ତି କରିଛି । ଆହୁରି ମଧ୍ୟ ଆଇନ ଓ ବ୍ୟବସ୍ଥାର ଅବନତି ବିଷୟରେ ଏକ ସନ୍ଦର୍ଭ ଥିଲା । କିନ୍ତୁ ସୁପ୍ରିମ କୋର୍ଟ କହିଛନ୍ତି ଯେ ଦିଲ୍ଲୀ ପୋଲିସ ପ୍ରଥମେ ଏହା ଉପରେ ନିଷ୍ପତ୍ତି ନେବା ଉଚିତ୍ । ତେବେ ଏହାପରେ କଣ ହୋଇପାରେ କୋର୍ଟ ଦେଖିବେ । ସୁପ୍ରିମ କୋର୍ଟ କହିଛନ୍ତି ଯେ ଦିଲ୍ଲୀ ପୋଲିସ ସେମାନଙ୍କ କାର୍ଯ୍ୟ ଅଦାଲତ ଦ୍ୱାରା କରିବା ଉଚିତ୍ ନୁହେଁ ।
ସୁପ୍ରିମ କୋର୍ଟଙ୍କ ଉତ୍ତର
ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ବବଡେ କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର କାମ । ସେଠାରେ ଏକ ରାଲି କିମ୍ବା ପ୍ରଦର୍ଶନ ହେବା ଉଚିତ କି ନୁହେଁ ପୋଲିସ ନିଷ୍ପତ୍ତି ନେବା ଉଚିତ । ଯଦି ଏହା ହେଉଛି ଏହାକୁ କିପରି ସଂଗଠିତ କରାଯିବା ଉଚିତ୍? ଏଥିରୁ ବିପଦ କ’ଣ ହୋଇପାରେ ତାହା ମଧ୍ୟ ସ୍ଥିର କରନ୍ତୁ । ଏଭଳି ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ । ଏବେ ବୁଧବାର ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଆଗାମୀ ଶୁଣାଣି ପୂର୍ବରୁ ଦିଲ୍ଲୀ ପୋଲିସ ରାଲି ଓ ପ୍ରଦର୍ଶନ ଉପରେ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି । ତେବେ ସେହି ନିଷ୍ପତ୍ତି ଠିକ ଅଛି କି ନାହିଁ ତାହା ସୁପ୍ରିମ କୋର୍ଟ ଦେଖିବେ ।
କୃଷକ ସଂଗଠନର ନିବେଦନ କ’ଣ ଥିଲା?
କୃଷକ ସଂଗଠନ ମଧ୍ୟ କହିଛନ୍ତି ଯେ ସେମାନେ ଦିଲ୍ଲୀ ଭିତରେ ଗଣତନ୍ତ୍ର ଦିବସ ପରେଡକୁ ଯିବାକୁ ଚାହୁଁନାହାଁନ୍ତି । ବରଂ ସେମାନେ ଦିଲ୍ଲୀର ରିଙ୍ଗ ରୋଡରେ ଏକ ଟ୍ରାକ୍ଟର ରାଲି କରିବାକୁ ଚାହୁଁଛନ୍ତି । ଗଣତନ୍ତ୍ର ଦିବସ ପାଳନ ଅବସରରେ କୌଣସି ବାଧା ଆସିବ ନାହିଁ । ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ସୀମା ବାହାରେ ରଖାଯାଇଛି ।