TPG-Reliance Retail ଡିଲ୍: TPG ରିଲାଏନ୍ସ ରିଟେଲରେ ୧୮୩୭.୫ କୋଟି ଟଙ୍କା ବିନିଯୋଗ କରିବ

ରିଲାଏନ୍ସ ରିଟେଲ୍ ଏ ପର୍ଯ୍ୟନ୍ତ ୭.୨୮ ପ୍ରତିଶତ ଅଂଶଧନ ବିକ୍ରି କରି ୩୨,୧୯୭.୫୦ କୋଟି ଟଙ୍କା ସଂଗ୍ରହ କରିସାରିଛି । ଏହି ସପ୍ତାହରେ ହିଁ ଆବୁଧାବିର ମୁବାଦଲା ନିବେଶ କମ୍ପାନୀ ରିଲାଏନ୍ସର ରିଟେଲ ୟୁନିଟରେ ୬,୨୪୭.୫ କୋଟି ଟଙ୍କା ବିନିଯୋଗ କରିଥିବା ଘୋଷଣା କରିଥିଲା ।

TPG-Reliance Retail ଡିଲ୍: TPG ରିଲାଏନ୍ସ ରିଟେଲରେ ୧୮୩୭.୫ କୋଟି ଟଙ୍କା ବିନିଯୋଗ କରିବ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର CMD ମୁକେଶ ଅମ୍ବାନୀ
  • News18 Odia
  • Last Updated: October 3, 2020, 2:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଶ୍ୱର ଅନ୍ୟତମ ବଡ଼ ନିବେଶ ସଂସ୍ଥା TPG ରିଲାଏନ୍ସ ରିଟେଲରେ (Reliance Retail) ଅଂଶଧନ କିଣିବ ବୋଲି ଘୋଷଣା କରିଛି । ଟିପିଜି ୧୮୩୭.୫୦ କୋଟି ଟଙ୍କାରେ ରିଲାଏନ୍ସ ରିଟେଲରେ ୦.୪୧ ପ୍ରତିଶତ ଅଂଶଧନ କିଣିବ । ଏ ପର୍ଯ୍ୟନ୍ତ ରିଲାଏନ୍ସ ରିଟେଲରେ ଏହା ସପ୍ତମ ବିନିଯୋଗ ହେବ ।

ରିଲାଏନ୍ସ ରିଟେଲ୍‌ ଏ ପର୍ଯ୍ୟନ୍ତ ୭.୨୮ ପ୍ରତିଶତ ଅଂଶଧନ ବିକ୍ରି କରି ୩୨,୧୯୭.୫୦ କୋଟି ଟଙ୍କା ସଂଗ୍ରହ କରିସାରିଛି । ଏହି ସପ୍ତାହରେ ହିଁ ଆବୁଧାବିର ମୁବାଦଲା ନିବେଶ କମ୍ପାନୀ ରିଲାଏନ୍ସର ରିଟେଲ ୟୁନିଟରେ ୬,୨୪୭.୫ କୋଟି ଟଙ୍କା ବିନିଯୋଗ କରିଥିବା ଘୋଷଣା କରିଥିଲା ।

ଟିପିଜି-ରିଲାଏନ୍ସ ରିଟେଲ ଡିଲ (TPG-Reliance Retail Deal) ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani, Chairman and Managing Director of Reliance Industries) କହିଛନ୍ତି, ‘‘ମୁଁ ରିଲାଏନ୍ସ ରିଟେଲ ଭେଞ୍ଚର ପାଇଁ ଏକ ମୂଲ୍ୟବାନ ନିବେଶକ ଭାବରେ ଟିପିଜିକୁ ସ୍ୱାଗତ କରୁଛି। ଟିପିଜିର ସମର୍ଥନ ଓ ମାର୍ଗଦର୍ଶନ ଆମ କମ୍ପାନୀକୁ ଆଗକୁ ନେବାରେ ବହୁତ ସାହାଯ୍ୟ କରିବ ।’’



ଟିପିଜିର ସହ-ସିଇଓ ଜିପି କୁଲଟର (Jim Coulter, Co-CEO of TPG) କହିଛନ୍ତି, ‘‘ନିୟାମକ ପରିବର୍ତ୍ତନ, ଉପଭୋକ୍ତା ଜନସଂଖ୍ୟା ଓ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବିସ୍ତାର ହେତୁ ଭାରତରେ ଖୁଚୁରା ବ୍ୟାପାର ଅତି ଆକର୍ଷଣୀୟ ହୋଇଛି । ରିଲାଏନ୍ସ ରିଟେଲ ପରି ଏକ ଅବିଶ୍ୱସନୀୟ ଭାବେ ଶକ୍ତିଶାଳୀ ଓ ସୁ-ସଂଗଠିତ ଉଦ୍ୟମ ସହିତ ଜଡିତ ହୋଇ ଆମେ ଉତ୍ସାହିତ ।’’



ରିଲାଏନ୍ସ ରିଟେଲରେ ମୋଟ ବିନିଯୋଗ ୩୨ ହଜାର କୋଟି ଟଙ୍କା ଅତିକ୍ରମ କରିସାରିଛି । ରିଲାଏନ୍ସ ରିଟେଲରେ ପୂର୍ବରୁ ସିଲଭର ଲେକ୍‌ (Silver Lake) ୭,୫୦୦ କୋଟି ଟଙ୍କା ଓ କେକେଆର (KKR) ୫,୫୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହି ଦୁଇଟି କମ୍ପାନୀ ରିଲାଏନ୍ସ ଜିଓରେ ବି ବିନିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ସଂକ୍ରମିତ ହେଲେ; କ୍ୱାରେଣ୍ଟାଇନରେ ରହିଲେ

ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ପାଣ୍ଠି ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପରେ ଭରସା ଦେଖାଇଛନ୍ତି ଓ ରିଲାଏନ୍ସର ବିଭିନ୍ନ କମ୍ପାନୀରେ ବିନିଯୋଗ କରୁଛନ୍ତି । ରିଲାଏନ୍ସ ରିଟେଲ ଭେଞ୍ଚରର ମୂଲ୍ୟ ବର୍ତ୍ତମାନ ୪.୨୮ ଲକ୍ଷ କୋଟି ଟଙ୍କା ଅଛି ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: October 3, 2020, 2:06 PM IST
corona virus btn
corona virus btn
Loading