TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 କାର୍ ମାଲିକମାନଙ୍କ ପାଇଁ ନୂଆ ଟିପ୍ସ ନେଇ ଆସିଛି !

ଆମେ ଆମର କାର୍ ସହିତ ମେକାନିକ୍ସ ଉପରେ ନିର୍ଭର କରୁ - TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 ବିଶେଷ ବିଭାଗ ଏହି ବିଶେଷଜ୍ଞମାନଙ୍କ ଠାରୁ DIY କାର୍ ରକ୍ଷଣାବେକ୍ଷଣ ଟିପ୍ସ ଉପସ୍ଥାପନ କରୁଛି ।

TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 କାର୍ ମାଲିକମାନଙ୍କ ପାଇଁ ନୂଆ ଟିପ୍ସ ନେଇ ଆସିଛି !
TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 କାର୍ ମାଲିକମାନଙ୍କ ପାଇଁ ନୂଆ ଟିପ୍ସ ନେଇ ଆସିଛି !
  • News18 Odia
  • Last Updated: February 22, 2021, 4:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆମେ ଆମର କାର୍ ସହିତ ମେକାନିକ୍ସ ଉପରେ ନିର୍ଭର କରୁ - TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 ବିଶେଷ ବିଭାଗ ଏହି ବିଶେଷଜ୍ଞମାନଙ୍କ ଠାରୁ DIY କାର୍ ରକ୍ଷଣାବେକ୍ଷଣ ଟିପ୍ସ ଉପସ୍ଥାପନ କରୁଛି

କାର୍ ଏବଂ କାର୍ ଇଞ୍ଜିନ୍ ଗୁଡିକ ଅନେକ ଯନ୍ତ୍ର ସମ୍ବଳିତ ଜଟିଳ ମେସିନ୍ । ଯଦିଓ ଏହା ସ୍ପଷ୍ଟ ମନେହୁଏ, ତେବେ ଏହା ମଧ୍ୟ ସତ୍ୟ ଯେ ଏହାର ସର୍ଭିସିଂ ପାଇଁ ପ୍ରତି ପାର୍ଟର ପ୍ରାଞ୍ଜଳ ଭାବେ ବୁଝିବା ଆବଶ୍ୟକ ରହିଛି । ସେଥିପାଇଁ ଇଞ୍ଜିନ୍ ସୁରକ୍ଷା, ଏହାର ନିୟମିତ ଯତ୍ନ ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକ ହୋଇଥାଏ – ଯେଉଁଥିପାଇଁ ଆମେ ସାଧାରଣତଃ ଆମର ମେକାନିକ ଉପରେ ନିର୍ଭର କରିଥାଉ ।  ସମସ୍ୟାଗୁଡିକ ପୂର୍ବରୁ ଅନୁମାନ କରିବାର ସେମାନଙ୍କର କ୍ଷମତା, ଇଞ୍ଜିନର ସ୍ଥିତିକୁ ସ୍ପଷ୍ଟ କରେ ଏବଂ ଆମ ବାହାନ ଚଳପ୍ରଚଳ ଜାରି ରଖିଥାଏ । କୋଭିଡ -19 ମହାମାରୀ ସମୟରେ ଏହି ଆବଶ୍ୟକତା ଜରୁରୀ ହୋଇପଡ଼ିଥିଲା, ଯେତେବେଳେ ଲକଡାଉନ୍ ସତ୍ତ୍ବେ ମଧ୍ୟ ଜରୁରୀ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କର୍ମଚାରୀଙ୍କ ଯାତାୟତ ଜାରି ରଖିବାକୁ ପଡିଥିଲା । ଏହି ମେକାନିକ୍ସ ଦ୍ୱାରା ଏହା ଅତୁଳନୀୟ ଉତ୍ସର୍ଗ ଯୋଗୁଁ ସମ୍ଭବ ହୋଇଥିଲା ଯାହା TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ 2 ପଦକ୍ଷେପକୁ ପ୍ରେରଣା ଦେଲା  ।

ଏହି ମାକାନିକମାନଙ୍କ ଉଦାରତା ଏବଂ ସରଳତାର ପ୍ରେରଣାଦାୟକ କାହାଣୀ ପାଇଁ ଏହି ପଦକ୍ଷେପଟି ଉତ୍ସର୍ଗୀକୃତ ହୋଇଥିବାବେଳେ ଉପଭୋକ୍ତାମାନଙ୍କ ପାଇଁ ମେସିନ୍ ବିଷୟରେ କିଛି ସରଳ ତଥ୍ୟ ବୁଝିବାର ମଧ୍ୟ ଏହା ଏକ ସୁଯୋଗ, ଯାହାକୁ ଆମର ମେକାନିକମାନେ ବିଶେଷଜ୍ଞ ଭାବରେ ପରିଚାଳନା କରନ୍ତି । ସେଥିପାଇଁ, , TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 ଏକ ଲୋକପ୍ରିୟ ଅଟୋମୋବାଇଲ୍ ପତ୍ରିକା ଓଭରଡ୍ରାଇଭ୍ ର ସମ୍ପାଦକ ବର୍ଟ୍ରାଣ୍ଡ ଡସୁଜାଙ୍କ ଦ୍ୱାରା ଏକ ବିଶେଷ ବିଭାଗ ଉପସ୍ଥାପନ କରେ  । ଏଥିରେ ଅଛି ଦୁଇଟି ଆକର୍ଷଣୀୟ ଏବଂ ମଜାଳିଆ ଡୁ-ଇଟ୍-ୟୋର୍ ଭିଡିଓ ଯାହା ସରଳ କିନ୍ତୁ ଅତ୍ୟାବଶ୍ୟକ ଅଟୋମୋବାଇଲ୍ ରକ୍ଷଣାବେକ୍ଷଣ ପ୍ରଣାଳୀ ପାଇଁ ଏକ ସହଜ ଗାଇଡ୍ ପ୍ରଦାନ କରେ  । ରକ୍ଷଣାବେକ୍ଷଣ ରୁଟିନ୍ ଉପରେ ଏକ ଅଧିକ ଆଲୋଚନା ପାଇଁ ତାଙ୍କ ସହ ଜଣେ ଅତିଥି ମେକାନିକ୍ ମଧ୍ୟ ଯୋଗ ଦେଇଛନ୍ତି । ଏଥିସହ, ପ୍ରତ୍ୟେକ ଭିଡିଓର ଶେଷରେ କାର ମାଲିକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହ୍ୟାକ୍ ମଧ୍ୟ ରହିଛି !

ପ୍ରଥମ ଭିଡିଓରେ, ବର୍ଟ୍ରାଣ୍ଡ ଦର୍ଶକମାନଙ୍କୁ ଇଞ୍ଜିନ ତେଲକୁ କିପରି ପରିବର୍ତ୍ତନ କରିବେ ସେ ବିଷୟରେ ଗାଇଡ୍ କରନ୍ତି  । ଯଦି ଏହା ଠିକ୍ ରେ କରାଯାଏ ତାହାଲେ ଏହା ବେଶ୍ ଶୀଘ୍ର ଏବଂ ସହଜ ପ୍ରଣାଳୀ ଅଟେ । ପ୍ରଥମ DIY ଭିଡିଓ ଏଠାରେ ଦେଖନ୍ତୁ  ।



ଦ୍ୱିତୀୟ ଭିଡିଓରେ ଯାନବାହାନର ରକ୍ଷଣାବେକ୍ଷଣର ପରିସର ଆହୁରି ବିସ୍ତାରିତ ହୋଇଛି । ଏଠାରେ ଅତିଥି ମେକାନିକଙ୍କ ସହ ବର୍ଟ୍ରାଣ୍ଡ୍, DIY କାର୍ ଇଞ୍ଜିନ ରକ୍ଷଣାବେକ୍ଷଣ ଟିପ୍ସ ଦେଉଛନ୍ତି ।



ଏହି ପଦକ୍ଷେପଗୁଡିକ ଅନୁସରଣ କରିଲେ କେବଳ ଯେ ଆପଣଙ୍କ ରାସ୍ତା ଅଭିଜ୍ଞତାକୁ ଉନ୍ନତ ହେବ ତା ନୁହେଁ, ଏହା ମଧ୍ୟ ଇଞ୍ଜିନଗୁଡିକର ରକ୍ଷଣାବେକ୍ଷଣ ଏବଂ ମରାମତି କରିବାର ସମୟ ଆସିଲେ ଆପଣଙ୍କ ମେକାନିକମାନଙ୍କ କାମକୁ ସହଜ କରିବ ।

ମେକାନିକ୍ ଆପଣକୁ ଏବଂ ଆପଣଙ୍କ ଗାଡ଼ି ଚଲାଇବାରେ କିପରି ସାହାଯ୍ୟ କରିଛନ୍ତି ତାହାର କାହାଣୀ ସେୟାର୍ କରି ଆପଣଙ୍କ ନିଜର କୃତଜ୍ଞତା ମଧ୍ୟ ପ୍ରକାଶ କରିପାରିବେ । ଭିଜିଟ୍ କରନ୍ତୁ  https://www.firstpost.com/total-quartz-engine-ke-superstar2/

ଏହା ଏକ ସହଭାଗୀ ପୋଷ୍ଟ
Published by: Jagdish Barik
First published: February 22, 2021, 4:56 PM IST