ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ସବୁ ଖେଳାଳି । ଫ୍ଲାଏଡ ମେୱେଦର ସବୁଠୁ ଆଗରେ

ପ୍ରକାଶ ପାଇଲା ଗତ ଦଶନ୍ଧିର ବିଶ୍ବର ଶ୍ରେଷ୍ଠ ୧୦ ଧନି ଖେଳାଳିଙ୍କ ତାଲିକା । ବକ୍ସର ମେୱେଦର ସବୁଠୁ ଧନି ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ । ସେହିପରି ମେସି ଚତୁର୍ଥ ସ୍ଥାନ ଓ ଅଷ୍ଟମ ସ୍ଥାନରେ ଅଛନ୍ତି ନେମାର ।

ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ସବୁ ଖେଳାଳି । ଫ୍ଲାଏଡ ମେୱେଦର ସବୁଠୁ ଆଗରେ
ଦଶନ୍ଧିର ବିଶ୍ବର ସବୁଠୁ ଧନି ଖେଳାଳି ବକ୍ସର ଫ୍ଲାଏଡ ମେୱେଦର
  • News18 Odia
  • Last Updated: January 3, 2020, 5:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗତ ଦଶନ୍ଧି ମଧ୍ୟରେ ବିଶ୍ବର ସବୁଠାରୁ ଧନି ଖେଳାଳିଙ୍କ ତାଲିକାରେ ଅଛନ୍ତି ତାରକା ଫୁଟବଲର ଲିଓନେଲ୍‌ ମେଶି ଓ କ୍ରିଷ୍ଟିଆନ ରୋନାଲ୍ଡୋ । ଉଭୟ ଗତ ଦଶନ୍ଧିରେ ୮୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି ।

୨୦୧୦ରୁ ୨୦୧୯ ମଧ୍ୟରେ ବିଜ୍ଞାପନ, ଦରମା, ପୁରସ୍କାର ରାଶି ଆଦିରୁ ରୋନାଲ୍ଡୋ ୪,୩୭୬ କୋଟି ଟଙ୍କା ଆୟ କରିଥିବା ବେଳେ ମେସି ୪,୧୩୦ କୋଟି ଟଙ୍କା ଆୟ କରିଛନ୍ତି ।

ଏହି ଧନି ତାଲିକାର ଶୀର୍ଷରେ ଅଛନ୍ତି ବକ୍ସର ମେୱେଦର । ସେ ସର୍ବାଧିକ ୫,୩୨୯ କୋଟି ଟଙ୍କା ଆୟ କରିଛନ୍ତି । ଦ୍ବିତୀୟ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନ ରୋନାଲ୍ଡୋ ।

ପର୍ତ୍ତୁଗାଲର ଫୁଟବଲ ଷ୍ଟାର କ୍ରିଷ୍ଟିଆନ ରୋନାଲ୍ଡୋ


ସେହିପରି ଏନବିଏ ଷ୍ଟାର ଲେବ୍ରୋନ ଜେମ୍ସ ୪,୧୩୭ କୋଟି ଟଙ୍କା ଆୟ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ଆର୍ଜେଣ୍ଟିନା ଷ୍ଟାର ଲିଓନେଲ୍‌ ମେସି । ଫୁଟବଲର ସର୍ବୋଚ୍ଚ ସମ୍ମାନ ବାଲାନ୍‌ ଡି' ଔର ଜିତିଥିବା ମେସି ଦଶନ୍ଧି ମଧ୍ୟରେ ୪୧୩୦ କୋଟି ଟଙ୍କା ଆୟ କରିଛନ୍ତି ।

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ୍‌ ମେସି


ଅନ୍ୟ ତାରକା ଖେଳାଳିମାନଙ୍କ ମଧ୍ୟରେ ଟେନିସ୍‌ ଖେଳାଳି ରୋଜର ଫେଡରର, ଫୁଟବଲ୍‌ ଷ୍ଟାର ନେମାର, ବକ୍ସର ମାନି ପାକ୍ବିଓ, ଓ ଫର୍ମୁଲା ୱାନ୍‌ ରେସର ଲୁଇସ ହାମିଲଟନ୍‌ ।

ତେବେ ପ୍ରଥମ ୧୦ ଜଣ ଧନି ଖେଳାଳିଙ୍କ ମଧ୍ୟରେ କୌଣସି ମହିଳା ଖେଳାଳି ନାହାନ୍ତି ।
ଶ୍ରେଷ୍ଠ ୧୦ ଧନି ଖେଳାଳିଙ୍କ ତାଲିକା-

୧- ଫ୍ଲାଏଡ ମେୱେଦର(ବକ୍ସର) ୫୩୨୯କୋଟି
୨- କ୍ରିଷ୍ଟିଆନ ରୋନାଲ୍ଡ (ଫୁଟବଲର) ୪,୩୭୬କୋଟି
୩- ଲେବ୍ରୋନ ଜେମ୍ସ(ବାସ୍କେଟ ବଲ୍) ୪,୧୩୭ କୋଟି
୪- ଲିଓନେଲ୍‌ ମେସି(ଫୁଟବଲ) ୪,୧୩୦ କୋଟି
୫- ରୋଜର ଫେଡରର(ଟେନିସ୍) ୩,୯୦୧ କୋଟି
୬- ଟାଇଗର ଉଡ୍ସ (ଗଲ୍ଫ) ୩,୭୭୪ କୋଟି
୭- ଫିଲ୍‌ ନିକଲେନ୍ସ (ଗଲ୍ଫ) ୨,୯୨୧ କୋଟି
୮- ନେମାର (ଫୁଟବଲ୍) ୨,୪୪୧ କୋଟି
୯- ମାନୀ ପାକ୍ବିଓ (ବକ୍ସର) ୨,୩୮୨ କୋଟି
୧୦- ଲୁଇସ୍‌ ହାମିଲଟନ୍ (ଫର୍ମୁଲା ୱାନ୍) ୨,୩୩୮ କୋଟି
First published: January 3, 2020, 5:36 PM IST
corona virus btn
corona virus btn
Loading