News18 Odia Digital
ହାଇଦ୍ରାବାଦ: ସିପିଆଇ ମାଓବାଦୀ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସଚିବ ଗଣପତି ଆକା ମାପଲା ଲକ୍ଷ୍ମଣ ରାଓ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ଥିବା ଜଣାଯାଇଛି ।
ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଗଣପତି ଓ ସରକାରଙ୍କ ଅନୁଗାମୀ ମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ଓ ଏହି ପ୍ରସଙ୍ଗ ଶେଷ ପର୍ଯ୍ୟାୟରେ ରହିଛି। ଅସୁସ୍ଥତା କାରଣରୁ ୭୪ ବର୍ଷୀୟ ଗଣପତି ଦୁଇ ବର୍ଷ ପୂର୍ବେ ଦଳର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଗଣପତି ଆଜମା, ଆଣ୍ଠୁ ଯନ୍ତ୍ରଣା ଓ ମଧୁମେହ ରୋଗରେ ପୀଡିତ। “ଗଣପତି ଚାଲିବାକୁ ଅସମର୍ଥ । ତାଙ୍କ ଦଳର ଲୋକମାନେ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଉଛନ୍ତି । ବର୍ତ୍ତମାନ ତାଙ୍କୁ ଚିକିତ୍ସା ଓ ସେବା ଆବଶ୍ୟକ । ଆତ୍ମସମର୍ପଣ ବ୍ୟତୀତ ତାଙ୍କର କୌଣସି ବିକଳ୍ପ ନାହିଁ ବୋଲି ସୂତ୍ରରୁ ଜଣାପଡିଛି ।
ଏହି ସପ୍ତାହ ଶେଷ ସୁଦ୍ଧା ଆତ୍ମସମର୍ପଣ ପ୍ରକ୍ରିୟା ଚୂଡାନ୍ତ ହେବ ଓ ଆସନ୍ତା ସପ୍ତାହର ପ୍ରଥମାର୍ଦ୍ଧରେ ଗଣପତି ଆତ୍ମସମର୍ପଣ କରିବାର ସମ୍ଭାବନା ରହିଛି ବୋଲି ପୋଲିସ ଅଧିକାରୀ ଆଶା କରୁଛନ୍ତି । ମୁପାଲା ଲକ୍ଷ୍ମଣ ରାଓ ୧୯୫୦ ମସିହାରେ ତେଲେଙ୍ଗାନାର ଜଗତିଲାଲ ଜିଲ୍ଲାର ବୀରପୁରରେ ଗୋପାଳ ରାଓ ଓ ସେଶାମା ଦମ୍ପତିଙ୍କ ଦ୍ୱିତୀୟ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ।
ଗଣପତି ଜଣେ ଶିକ୍ଷକ ଭାବରେ ନିଜର କରିୟର ଆରମ୍ଭ କରିଥିଲେ ଓ ପରେ ରେଡିକାଲ୍ ସ୍ଟୁଡେଣ୍ଟସ ଆସୋସିଏସନ୍ (RSU) ସହିତ ତାଙ୍କର ଲିଙ୍କ୍ ପ୍ରତିଷ୍ଠା କରିଥିଲେ। ସେ ୧୯୭୭ ମସିହାରେ ମାଓବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ନକ୍ସଲଙ୍କ ଜଣେ ଜଣାଶୁଣା ନେତା କୋଣ୍ଡାପାଲ୍ଲୀ ସୀତାରାମାୟାଙ୍କ ସହ ପିଟମ୍ବର ରାଓଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ଜାମିନରେ ମୁକ୍ତ ହେବା ପରେ ସେ ଅଣ୍ଡରଗ୍ରାଉଣ୍ଡରେ ଯାଇ ନକ୍ସଲ ଆନ୍ଦୋଳନର ଜଣେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ହୋଇଥିଲେ।
୧୯୭୯ ରେ ଲକ୍ଷ୍ମଣ ରାଓ କରିମନଗରର ଜିଲ୍ଲା ସଚିବ ହୋଇଥିଲେ। ୧୯୯୦–୯୧ ମସିହାରେ ପିପୁଲ୍ସ ୱାର୍ ପାର୍ଟିରେ ବିଭକ୍ତ ହେବା ପରେ ଗଣପତି ୨୦୦୫ ରେ ନବ ଗଠିତ ମାଓବାଦୀ ଦଳର କେନ୍ଦ୍ରୀୟ କମିଟିର ସଚିବ ଭାବରେ ନିର୍ବାଚିତ ହୋଇଥିଲେ । ସେ ଦୀର୍ଘ ସମୟ ଧରି ସେହି ଦାୟିତ୍ୱ ତୁଲାଇଥିଲେ। ମହାରାଷ୍ଟ୍ର ସରକାରଙ୍କ ଗଣପତିଙ୍କ ମୁଣ୍ଡ ପାଇଁ ୧ କୋଟି ଟଙ୍କା ଦେବାକୁ ଘୋଷଣା ସେତେବେଳେ ଏକ ନୂଆ ବିତର୍କ ସୃଷ୍ଟି କରିଥିଲା ।
ଦୁଇ ବର୍ଷ ପୂର୍ବେ ଗଣପତିଙ୍କ ସ୍ଥାନରେ ନାମ୍ବଲା କେଶଭ୍ରାଓ କେନ୍ଦ୍ରୀୟ କମିଟି ସଚିବ ଭାବରେ ନିର୍ବାଚିତ ହୋଇଥିଲେ। ଗଣପତିଙ୍କ ପତ୍ନୀ ବିଜୟ ଏବଂ ଏକ ପୁଅ ବାସୁଦେବ ଅଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ମାଓବାଦୀ ବରିଷ୍ଠ ନେତା ଗଣପତିଙ୍କ ସହ ଅନ୍ୟ ପାଞ୍ଚଜଣ ବରିଷ୍ଠ ନେତା ମଧ୍ୟ ଆତ୍ମସମର୍ପଣ କରିବାକୁ ଚେଷ୍ଟା କରୁଛନ୍ତି । ମାଲୁଜୁ ଭେନୁଗୋପାଲ ଛଦ୍ମନାମ ବିବେକ, ମଲା ରାଜିରେଡି ଛଦ୍ମନାମ, ଟିପିରି ତିରୁପତି ଛଦ୍ମନାମ ଦେବଜୀ ଓ କାଦ୍ରି ସତ୍ୟନାରାୟଣ ଛଦ୍ମନାମ କୋସଲୁଙ୍କ ସହ ମାଓବାଦୀ ନେତା ଲକ୍ଷ୍ମଣ ରାଓ ଛଦ୍ମନାମ ଗଣପତି ଆତ୍ମସମର୍ପଣ କରିବାର ସମ୍ଭାବନା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।