ପ୍ରଖ୍ୟାତ ଓକିଲ ତଥା ପୂର୍ବ ସଲିସିଟର ଜେନେରାଲ ହରିଶ ସାଲଭେ ଦ୍ୱିତୀୟ ବିବାହ କରୁଛନ୍ତି

ପାକିସ୍ତାନରେ ଜେଲରେ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲାରେ ହରିଶ ସାଲଭେ ଅନ୍ତର୍ଜାତୀୟ କୋର୍ଟରେ ଭାରତ ତରଫରୁ ଲଢ଼ି ଭାରତକୁ ଜିତାଇଥିଲେ । ଏହି ମାମଲାରେ ଫି ହିସାବରେ ସେ ମାତ୍ର ଗୋଟିଏ ଟଙ୍କା ନେଇଥିଲେ ।

ପ୍ରଖ୍ୟାତ ଓକିଲ ତଥା ପୂର୍ବ ସଲିସିଟର ଜେନେରାଲ ହରିଶ ସାଲଭେ ଦ୍ୱିତୀୟ ବିବାହ କରୁଛନ୍ତି
କାରୋଲାଇନ୍ ବ୍ରୋସର୍ଡ ଓ (ଡାହାଣ) ହରିଶ ସାଲଭେ
  • News18 Odia
  • Last Updated: October 27, 2020, 2:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ପ୍ରସିଦ୍ଧ ଓକିଲ ତଥା ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ସାଲଭେ (Harish Salve) ଦେଶର କିଛି ବଡ଼ ଆଇନଜୀବୀଙ୍କ ମଧ୍ୟରୁ ଅନ୍ୟତମ । ଇଏ ସେହି ହରିଶ ସାଲଭେ ଯିଏ କୁଲଭୂଷଣ ଯାଦବ ମାମଲାରେ (Kulbhushan Jadav case) ଆବେଦନ କରି ଭାରତ ବିରୁଦ୍ଧରେ ପାକିସ୍ତାନ (Pakistan) ଲଗାଇଥିବା ସବୁ ଅଭିଯୋଗକୁ ଉଡ଼ାଇ ଦେଇଥିଲେ । ସେ ଏହି ମାମଲା ପାଇଁ ଭାରତ ସରକାରଙ୍କ ଠାରୁ ମାତ୍ର ଏକ ଟଙ୍କା ପାଉଣା ନେଇଥିଲେ। ସେହି ହରିଶ ସାଲଭେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ୬୫-ବର୍ଷୀୟ ପ୍ରଖ୍ୟାତ ଓକିଲ ଲଣ୍ଡନରେ ଦ୍ୱିତୀୟ ବିବାହ (second marriage) କରିବାକୁ ଯାଉଛନ୍ତି।

ସୁପ୍ରିମ କୋର୍ଟରେ ଓକିଲାତି କରୁଥିବା ହରିଶ ସାଲଭେ ନିକଟରେ ନିଜ ପ୍ରଥମ ପତ୍ନୀ ମୀନାକ୍ଷୀ ସାଲଭେଙ୍କୁ (Meenakshi Salve) ଛାଡ଼ପତ୍ର (divorce) ଦେଇଥିଲେ। ସେ ଅକ୍ଟୋବର ୨୮ ତାରିଖ ଦିନ ଲଣ୍ଡନର ଏକ ଚର୍ଚ୍ଚରେ ତାଙ୍କ ବନ୍ଧୁ କାରୋଲାଇନ୍ ବ୍ରୋସର୍ଡଙ୍କୁ (Caroline Bossard) ବିବାହ କରିବେ । ଉଭୟ ସାଲଭେ ଓ କାରୋଲିନ ବ୍ରୋସାର୍ଡଙ୍କର ଏହା ଦ୍ୱିତୀୟ ବିବାହ ହେବ । ଏହି ବିବାହ ପାଇଁ ସାଲଭେ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି । ଦୁଇ ବର୍ଷ ତଳେ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ।

ସୁପ୍ରିମ କୋର୍ଟର ବଡ଼ ଓକିଲ ହରିଶ ସାଲଭେ


ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

୫୬ ବର୍ଷୀୟା କାରୋଲାଇନ୍ ବ୍ରୋସର୍ଡ ବୃତ୍ତିରେ ଜଣେ କଳାକାର । ତାଙ୍କର ପ୍ରଥମ ବିବାହରୁ ଏକ ୧୮ ବର୍ଷୀୟା ଝିଅ ଅଛି । ହରିଶ ସାଲଭେଙ୍କ ସହ ତାଙ୍କର ଏକ କାର୍ଯ୍ୟକ୍ରମରେ ଭେଟ ହୋଇଥିଲା । ସେ ଓ ହରିଶ ଉଭୟ କଳା, ନାଟକ ଓ ଶାସ୍ତ୍ରୀୟ ସଙ୍ଗୀତକୁ ଖୁବ୍‌ ଭଲ ପାଆନ୍ତି ।

କାରୋଲାଇନ୍ ବ୍ରୋସର୍ଡଙ୍କ ସହ ହରିଶ ସାଲଭେ


ଭାରତର ବଡ଼ ଓକିଲମାନଙ୍କ ମଧ୍ୟରେ ହରିଶ ସାଲଭେ ଗଣାଯାଆନ୍ତି । ସେ ବିଶ୍ୱର ସବୁ ଠାରୁ ଦାମୀ ଓକିଲମାନଙ୍କ ମଧ୍ୟରେ ଅନ୍ୟତମ । ସେ ୧୯୯୯ରୁ ୨୦୦୨ ମଧ୍ୟରେ ଭାରତର ସଲିସିଟର ଜେନେରାଲ ମଧ୍ୟ ଥିଲେ । ୧୯୫୫ରେ ଜନ୍ମ ଗ୍ରହଣ କରିଥିବା ହରିଶ ସାଲଭେ ନାଗପୁରରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ (CA) ହୋଇଥିଲେ । ସେ ୧୯୮୦ରେ ନିଜ ଆଇନଗତ କରିଅର୍ ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ସାଲଭେ ତାଙ୍କ ଆଡଭୋକେଟ କରିୟରରେ ଅନେକ ବଡ଼ ମାମଲା ସଫଳତାର ସହ ଲଢ଼ି ଖୁବ୍‌ ନାମ ଓ ଅର୍ଥ ଅର୍ଜନ କରିଛନ୍ତି । ଅମ୍ବାନୀ ଭାଇମାନଙ୍କ ମଧ୍ୟରେ ହୋଇଥିବା କୃଷ୍ଣା ଗୋଦାବରୀ ଗ୍ୟାସ ବେସିନ ବିବାଦ ମାମଲାରେ ହରିଶ ସାଲଭେ ମୁକେଶ ଅମ୍ବାନୀଙ୍କ ତରଫରୁ ଲଢ଼ିଥିଲେ । ଏହା ବ୍ୟତୀତ ସେ ଟାଟା ଗୃପ୍, ଆଇଟିସି ଲିମିଟେଡ୍ ଓ ତାମିଲ ନାଡୁର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜୟଲଳିତାଙ୍କ ସମେତ ଅନେକ ହାଇ ପ୍ରୋଫାଇଲ୍ ମାମଲାରେ ବି ଲଢ଼ିଥିଲେ ।



ପାକିସ୍ତାନରେ ଜେଲରେ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲାରେ ହରିଶ ସାଲଭେ ଅନ୍ତର୍ଜାତୀୟ କୋର୍ଟରେ ଭାରତ ତରଫରୁ ଲଢ଼ିଥିଲେ । ଏଥିରେ ଭାରତ ଜିତିଥିଲା । ଅନ୍ତର୍ଜାତୀୟ ନ୍ୟାୟାଳୟ କୁଲଭୂଷଣ ଯାଦବଙ୍କ ସପକ୍ଷରେ ନିଷ୍ପତ୍ତି ନେଇ ତୁରନ୍ତ ତାଙ୍କ ମୃତ୍ୟୁ ଦଣ୍ଡ ସ୍ଥଗିତ ରଖିଥିଲା । ଏହି ମାମଲା ପାଇଁ ଫି ହିସାବରେ ହରିଶ ସାଲଭେ ମାତ୍ର ଗୋଟିଏ ଟଙ୍କା ନେଇଥିଲେ ।
Published by: Anand Shankar Thankur Das
First published: October 27, 2020, 2:47 PM IST
corona virus btn
corona virus btn
Loading