ବଜେଟ ୨୦୨୦ରେ ଏହି ବୀମା କମ୍ପାନୀ ଗୁଡ଼ିକୁ ମିଳିପାରେ ଫାଇଦା; ଅର୍ଥ ମନ୍ତ୍ରୀ କରିପାରନ୍ତି ଘୋଷଣା

ଆଗାମୀ ୧ ଫେବୃଆରୀରେ କେନ୍ଦ୍ର ବଜେଟ ଆଗତ ହେବାକୁ ଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନିନ କ୍ଷେତ୍ରେର ସାଧାରଣ ବୀମା କମ୍ପାନୀ ଗୁଡ଼ିକ ଲାଗି କିଛି ବଡ଼ ଘୋଷଣା କରିପାରନ୍ତି ।

ବଜେଟ ୨୦୨୦ରେ ଏହି ବୀମା କମ୍ପାନୀ ଗୁଡ଼ିକୁ ମିଳିପାରେ ଫାଇଦା; ଅର୍ଥ ମନ୍ତ୍ରୀ କରିପାରନ୍ତି ଘୋଷଣା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • News18 Odia
  • Last Updated: January 12, 2020, 9:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ ସାର୍ବଜନିକ କ୍ଷେତ୍ରରେ ଥିବା ବୀମା କମ୍ପାନୀ ଗୁଡିକ ଲାଗି ଦ୍ବିତୀୟ ଥର ପୁଞ୍ଜିନିବେଶ ଲାଗି ଘୋଷଣା କରିପାରନ୍ତି । ଏହି କମ୍ପାନୀ ଗୁଡ଼ିକ ବିତ୍ତୀୟ ଅବସ୍ଥା ସୁଧାରିବା ଲାଗି ସରକାର ଏହି ପଦକ୍ଷେପ ଉଠାଇ ପାରନ୍ତି । ସରକାର ଗତ ମାସ ୨୦୧୯-୨୦ ବର୍ଷ ଲାଗି ପ୍ରଥମ ଅନୁଦାନ ଲାଗି ବୀମା କମ୍ପାନୀ ଯଥା ନ୍ୟାସନାଲ ଇନସୋରେନ୍ସ, ଓରିଏଣ୍ଟାଲ ଇନସୋରେନ୍ସ ଏବଂ ୟୁନାଇଟେଡ ଇଣ୍ଡିଆ ଇନସୋରେନ୍ସରେ ୨,୫୦୦ କୋଟି ଟଙ୍କା ଦେବା ଲାଗି ଘୋଷଣା କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଏହି କମ୍ପାନୀ ଗୁଡ଼ିକ ନିର୍ଦ୍ଧାରିତ ‘ ସ୍ଲୋବେନ୍ସି ମଗାଜିନ’  ପାଇଁ ୧୦,୦୦୦ରୁ ୧୨,୦୦୦ କୋଟି ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ । ଏ ସମ୍ପର୍କରେ ଘୋଷଣା ୨୦୨୦-୨୧ର ବଜେଟ ଅଧିବେସନରେ କରାଯାଇପାରେ ।

ପୁଞ୍ଜି ଦେବା ପରେ କେବଳ ଏହି କମ୍ପାନୀମାନଙ୍କର ଆର୍ଥିକ ସ୍ଥିତି ସୁଧୁରିବ ତା ନୁହେଁ ବରଂ ସେମାନଙ୍କ ଲାଗି ବିକଳ୍ପ ରାସ୍ତା ମଧ୍ୟ ଖୋଲିବ । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ରେ ଘୋଷଣା କରିଥିଲେ କି ଏହି ୩ଟି କମ୍ପାନୀକୁ ଏକା ଥରରେ ବିଲୟ କରିଦିଆଯାଇପାରିବ ।

ବିଲୟ ପରେ ଆସିବାକୁ ଥିବା ସଂଯୁକ୍ତ କମ୍ପାନୀ ସେୟାର ବଜାରରେ ସୂଚୀବଦ୍ଧ କରାଯାଇପାରିବ । ପ୍ରାରମ୍ଭିକ ଅନୁମାନ ଅନୁସାରେ ତିଆରି ହେବାକୁ ଥିବା ସଂଯୁକ୍ତ କମ୍ପାନୀ ସାଧାରଣ ବୀମା କମ୍ପାନୀ ହେବ ଯାହାର ମୂଲ୍ୟ ୧.୨ରୁ ୧.୫ ଲକ୍ଷ କୋଟି ହୋଇପାରେ । ୩୧ ମାର୍ଚ୍ଚ ୨୦୧୭ରେ ଏହି ତିନି କମ୍ପାନୀର ସଂଯୁକ୍ତ ବୀମା ଉତ୍ପାଦ ୨୦୦ ପ୍ରତିଶତର ଅଧିକ ଥିଲା । ଏମାନଙ୍କର ବୀମା ପ୍ରିମିୟମ ୪୧,୪୬୧ କୋଟି ଟଙ୍କା ଥିବାବେଳେ ମାର୍କେଟରେ ଅଂଶ ୩୫ ପ୍ରତିଶତ ରହିଥିଲା ।
Published by: Durgamadhab Rath
First published: January 12, 2020, 5:05 PM IST
corona virus btn
corona virus btn
Loading