News18 Odia Digital
Tomato Flu In India: ଟମାଟୋ ଫ୍ଲୁ ମାମଲାରେ ଲାନସେଟ୍ ମଧ୍ୟ ଚେତାବନୀ ଦେଇଛି। କେରଳରେ ଏପର୍ଯ୍ୟନ୍ତ ୮୨ ଜଣ ପିଲା ଏହି ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଲାନସେଟର ରିପୋର୍ଟ ଅନୁଯାୟୀ, ଏହି ଫ୍ଲୁରେ ୫ ବର୍ଷରୁ କମ୍ ପିଲା ଅଧିକ ସଂକ୍ରମିତ ହେଉଛନ୍ତି।
ଏହି ଫ୍ଲୁ ପିଲାମାନଙ୍କଠାରେ ନାଲି ଫୋଟକା ଛାଡିଦିଏ ଓ ଶରୀରରେ ବଡ଼ ଦାଗ ମଧ୍ୟ ବାହାରିଥାଏ। କିଛି ସମାନ ଲକ୍ଷଣ ଚିକୁଙ୍ଗୁନିଆ, ଡେଙ୍ଗୁ ଓ ମଙ୍କିପକ୍ସ ସଂକ୍ରମଣରେ ମଧ୍ୟ ଦେଖାଯାଏ। ଶରୀରରେ ଥିବା ନାଲ ଫୁଲା ଯୋଗୁଁ ଏହାର ନାମ ଟମାଟୋ ଫ୍ଲୁ ରଖାଯାଇଛି। ଟମାଟୋ ଫ୍ଲୁରେ ଗଣ୍ଠି ଯନ୍ତ୍ରଣା, ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା, କାଶ, ଛିଙ୍କିବା, ମୁଣ୍ଡ ବିନ୍ଧିବା, ନାକ ପ୍ରବାହିତ, ଉଚ୍ଚ ଜ୍ୱର ଓ ଶରୀରରେ ଯନ୍ତ୍ରଣା ହୁଏ।
ଟମାଟୋ ଫ୍ଲୁ କ’ଣ?କୋଭିଡ-୧୯ରୁ ବାହାରିବା ପରେ ବର୍ତ୍ତମାନ ଟମାଟୋ ଫ୍ଲୁକୁ ନେଇ ଭାରତରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହି ଜ୍ୱର ୫ ବର୍ଷରୁ କମ୍ ପିଲାମାନଙ୍କୁ ସଂକ୍ରମିତ କରୁଛି। ଏହି ଜ୍ୱରରେ ଶରୀର ଉପରେ ଫୁଲା ଆସୁଛି। ଏହି କାରଣରୁ, ବିଶେଷଜ୍ଞମାନେ ଏହି ରୋଗକୁ ମଙ୍କିପକ୍ସ ଓ ଡେଙ୍ଗୁ, ଚିକୁଙ୍ଗୁନିଆ ସହିତ ତୁଳନା କରିଛନ୍ତି। ଏହି ଜ୍ୱର ଏକ ଭାଇରାଲ୍ ସଂକ୍ରମଣ। ଏହି ଜ୍ୱରର ପ୍ରଥମ ମାମଲା କେରଳରେ ଚଳିତ ବର୍ଷ ମେ ୬ରେ ସାମ୍ନାକୁ ଆସିଥିଲା। ଶରୀରରେ ଲାଲ ରଙ୍ଗର ଦାଗ ଥିବାରୁ ଏହି ଜ୍ୱରକୁ ଟମାଟୋ ଜ୍ୱର ନାମ ଦିଆଯାଇଛି। ଏହା ଦ୍ବାରା ସଂକ୍ରମିତ ହେଲେ ଶିଶୁର ଉଚ୍ଚ ଜ୍ୱର, ଶରୀରରେ ଜଳ ଅଭାବ ଓ ଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହୁଏ।
କେଉଁ ରାଜ୍ୟରେ ବଢୁଛି ଏହି ସଂକ୍ରମଣଏହି ସଂକ୍ରମଣ ପ୍ରଥମ ରୋଗ କେରଳରେ ଦେଖିବାକୁ ମିଳିଥିଲା। ନିକଟରେ କେରଳ, ଆର୍ଯ୍ୟକଭୁ ଓ ନେଦୁୱାଥୁର ନୋଟିସ ଆସିବା ପରେ ତାମିଲନାଡୁ ଓ କର୍ଣ୍ଣାଟକ ସରକାରଙ୍କୁ ସତର୍କ କରାଯାଇଛି। ସେହିପରି ନିକଟରେ ଲାନସେଟର ରିପୋର୍ଟ ଅନୁଯାୟୀ ଭୁବନେଶ୍ୱରରେ ୨୬ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଅଗଷ୍ଟ ୨୦ରେ କେରଳ, ତାମିଲନାଡୁ ଓ ଓଡ଼ିଶାରେ ଏହି ଜୀବାଣୁ ବିସ୍ତାର ହେବାର ଖବର ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।