News18 Odia Digital
Toll Tax Hike: ଆସନ୍ତା ଏପ୍ରିଲ ୧ରୁ ଜାତୀୟ ରାଜପଥ ଓ ଏକ୍ସପ୍ରେସ-ୱେରେ ଗାଡ଼ି ଚଳାଇବା ହେବ ମହଙ୍ଗା। ରିପୋର୍ଟରେ ହେଲା ଖୁଲାସା।
ରବିବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟୋଲ୍ ଟିକସରେ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଟାରିଫ୍ରେ ଏହି ପରିବର୍ତ୍ତନ ଜାତୀୟ ରାଜପଥ ଫି-୨୦୦୮ ଅନୁସାରେ ସବୁ ବର୍ଷ ହୋଇଥାଏ।
ସେହିପରି ଟୋଲ୍ ଟିକସର ନୂଆ ଦର ପ୍ରସ୍ତାବ ଏନଏଚଏଆଇଙ୍କ ସବୁ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟ୍ (ପିଆଇୟୁ)ରୁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ମିଳିଯିବ।
ନୂଆ ଟିକସ ଦର ଏପ୍ରିଲ ୧ରୁ ସଡ଼କ ଓ ପରିବହନ ମନ୍ତ୍ରାଳୟଙ୍କ ମଞ୍ଜୁରୀ ପରେ ଲାଗୁ ହେବ। ରିପୋର୍ଟ ଅନୁସାରେ କାର ଓ ହାଲୁକା ଯାନବାହନ ଉପରେ ପ୍ରତି ଟ୍ରିପ୍ ପିଛା ୫ ପ୍ରତିଶତ ଅଧିକ ଟିକସ ଲାଗିବ ଓ ଭାରୀ ଯାନବାହନ ଉପରେ ଟୋଲ୍ ଟିକସ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।
ସେହିପରି ପୂର୍ବରୁ ଟୋଲ୍ ଟିକସ ୨୦୨୨ରେ ବୃଦ୍ଧି କରାଯାଇଥିଲା। ସବୁ ପ୍ରକାର ଗାଡ଼ି ଲାଗି ଟାରିଫ୍ରେ ୧୦ ଟଙ୍କା ଓ ୬୦ ଟଙ୍କା ବୃଦ୍ଧି କରି ଟୋଲ୍ ଟିକସ ହାରରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏବେ ଦେଶର ଏକ୍ସପ୍ରେସ୍-ୱେଗୁଡିକରେ ପ୍ରତି କିଲୋମିଟର ପିଛା ୨.୧୯ ଟଙ୍କା ହାରରେ ଟୋଲ ଟିକସ ଆଦାୟ କରାଯାଉଛି।
ପଢ଼ନ୍ତୁ ପୂରା ଖବର: Gold: ଏଥର ଶସ୍ତାରେ କିଣିପାରିବେ ୨୪ କ୍ୟାରେଟ୍ ସୁନା; ରିହାତି ଦେବେ ସରକାରପ୍ରକାଶ ଥାଉକି ଟୋଲ୍ ପ୍ଲାଜା ଆଖପାଖର ୨୦ କିଲୋମିଟର ଅଞ୍ଚଳରେ ଲୋକଙ୍କୁ ଦିଆଯାଉଥିବା ମାସିକ ପାସ୍ ସୁବିଧାରେ ମଧ୍ୟ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି ହେବ।
ଜାତୀୟ ସଡ଼କ ଫି ନିୟାମକ ୨୦୦୮ ଅନୁସାରେ ୟୁଜର ଫିରେ ପ୍ଲାଜାର ବିଶେଷ ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ରିହାତିର କୌଣସି ବ୍ୟବସ୍ଥା ନାହିଁ। ତେବେ କେହି ଅଣ-ବାଣିଜ୍ୟିକ ଯାନର ମାଲିକ ଓ ପ୍ଲାଜାର ୨୦ କିଲୋମିଟର ଅଞ୍ଚଳରେ ରହୁଥିବା ଗାଡି ମାଲିକ ମାସିକ ୩୧୫ଟଙ୍କା ଦେୟ ଦେଇ ପାସ୍ ନେଇପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।