ଟୋକିଓ ଅଲମ୍ପିକରେ ଭାରତକୁ ମିଳିଲା ପ୍ରଥମ ପଦକ
New18 Odia Digital
ନୂଆ ଦିଲ୍ଲୀ: ୨୦୨୦ ଅଲମ୍ପିକ୍ସ (Tokyo Olympics)ରେ ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଇତିହାସ ରଚିଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍ସର ଦ୍ବିତୀୟ ଦିନରେ ପଦକ ଖାତା ଖୋଲିଲା ଭାରତ । ଭାରୋତ୍ତୋଳନ ପ୍ରତିଯୋଗିତାରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି । ୪୯ କିଲୋଗ୍ରାମ ବର୍ଗରେ ମହିଳା ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଏହି ପଦକ ହାସଲ କରିଛନ୍ତି ।
ଭାରତୀୟ ଭାରୋତ୍ତୋଳନ ଇତିହାସରେ ଅଲମ୍ପିକ୍ସରେ ଏହା ହେଉଛି ଭାରତର ଦ୍ବିତୀୟ ପଦକ । ଭାରତ ପୂର୍ବରୁ ସିଡ଼ନୀ ଅଲମ୍ପିକ୍ସ (୨୦୦୦)ରେ ଭାରୋତ୍ତୋଳନରେ ପଦକ ଜିତିଥିଲା । ଏହି ପଦକ ହାସିଲ କରିଥିଲେ କର୍ଣ୍ଣମ ମାଲେଶ୍ବରୀ । ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁ ହେଉଛନ୍ତି ପ୍ରଥମ ଭାରତୀୟ ଭାରୋତ୍ତୋଳନକାରୀ ।
ମୀରାବାଇ ୮୭ କିଲୋଗ୍ରାମ ଓ ୧୧୫ କିଲୋଗ୍ରାମ କ୍ଲିନ୍ ଓ ଜର୍କରେ ସଫଳତା ସହ ଉଠାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହି ପରି ଭାବରେ, ମୀରାବାଇ ମୋଟ୍ ୨୦୨ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି । ଯାହା ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଚୀନର ଭାରତ୍ତୋଳନକାରୀ ହାଉ ଝିହୁ ସମୁଦାୟ ୨୧୦ କିଲୋଗ୍ରାମ ଉଠାଇ ସ୍ବର୍ଣ୍ଣ ପଦକ ହାସିଲ କରିଛନ୍ତି ।
ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ଏକ ସାକ୍ଷାତକାରରେ ମୀରାବାଇ ଚାନୁ କହିଥିଲେ ଯେ ସେ ରିଓ ଅଲମ୍ପିକ୍ସରେ କରିଥିବା ଖରାପ ପ୍ରଦର୍ଶନକୁ ଭୁଲି ଯାଇଛି। ହେଲେ ଏଥର ଟୋକିଓ ଅଲମ୍ପିକରେ ଦେଶକୁ ପଦକ ଦେବାର ପ୍ରତିଜ୍ଞା କରିଥିଲେ ସେ ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।