ରବିବାର ସକାଳ ୭:୧୦ରେ ବ୍ୟାଡମିଣ୍ଟନ ଖେଳିବେ ପି.ଭି.ସିନ୍ଧୁ (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ: ଟୋକିଓ ଅଲିମ୍ପିକରେ ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ହାସଲ କାରିଥିବାରୁ ବେଶ ଖୁସି ଅଛନ୍ତି ଭାରତୀୟବାସୀ। ଜୁଲାଇ ୨୫ ବା ରବିବାର ଦିନ ଅଲିମ୍ପିକରେ କେଉଁ ଖେଳ କେତେବେଳେ ପ୍ରଦର୍ଶନ ହେବ ସେନେଇ ଭାରତବାସୀ ଉତ୍ସାହିତ ଅଛନ୍ତି। ତେବେ ରବିବାର ଦିନ କେଉଁ ଖେଳ କେତେ ସମୟରେ ହେବ ଜାଣନ୍ତୁ।
ଟୋକିଓ ଅଲିମ୍ପିକରରେ ପ୍ରଦର୍ଶନ ହେଉଥିବା ଖେଳମାନଙ୍କର ସମ୍ପୂର୍ଣ୍ଣ ଚିତ୍ର Sony Pictures Networks ରେ ଦେଖିବାକୁ ମିଳିବ। କ୍ରୀଡ଼ା ପ୍ରେମୀମାନେ Sony TEN 1 ଓ Sony TEN 2 ରେ ସବୁ ଖେଳ ପୂରା ଲାଇଭ ଦେଖିପାରିବେ। ଏହା ଛଡ଼ା ଦୂରଦର୍ଶନରେ ସବୁ ପ୍ରତିଯୋଗିତାର ସିଧା ପ୍ରସାରଣ ହେବ।
ରବିବାରରେ କେଉଁ ପ୍ରତିଯୋଗିତା ପ୍ରଦର୍ଶନ ହେବ?
ବ୍ୟାଡମିଣ୍ଟନ: ଏକକ ମହିଳା ବ୍ୟାଡମିଣ୍ଟନ; ପି.ଭି.ସିନ୍ଧୁ vs ପୋଲିକାରପୋଭା କେସିନିଆ, ସମୟ ସକାଳ ୭:୧୦
ବକ୍ସିଂ: ୩୨ ବର୍ଷୀୟ ମହିଳା ପ୍ରିମିଲାରି; ମେରି କମ vs ହର୍ଣ୍ଣଣ୍ଡେଜ ଗ୍ରାସିଆ, ସମୟ ଦିନ ୧:୩୦
୩୨ ବର୍ଷୀୟ ପୁରୁଷ ପ୍ରିମିଲାରି; କୌଶିକ ମନୀଷ vs McCORMACK ଲୁକେ, ସମୟ ଦିନ ୩:୦୬
ହକି: ପୁରୁଷ ବିଭାଗ A; ଭାରତ vs ଅଷ୍ଟ୍ରେଲିଆ, ସମୟ ଦିନ ୩:୦୦
ଟେନିସ: ମହିଳା ଡବଲ ରାଉଣ୍ଡ 1; ସାନିଆ ମିର୍ଜା, ଅଙ୍କିତା ରାଇନା vs ନଦିଆ କିଚେଙ୍କ, ଲ୍ୟୁଦମାଲ୍ୟ କିଚେଙ୍କ, ସମୟ ସକାଳ ୭:୩୦
ସନ୍ତରଣ: ମହିଳା ୧୦୦ମି ବ୍ୟାକ ଷ୍ଟ୍ରୋକ; ମାନ ପଟେଲ, ସମୟ ଦିନ ୩:୩୨
ରୋଇଂ: ପୁରୁଷ ଭାର ଉତ୍ତୋଳନ ଡବଲ ସ୍କୁଲ; ଅର୍ଜୁନ ଲାଲ ଜାଟ, ଅରବିନ୍ଦ ସିଂ, ସମୟ ସକାଳ ୬:୪୦
ବନ୍ଧୁକ ଚାଳନା: ମହିଳା ୧୦୦ମି ପିସ୍ତଲ କ୍ୱାଲିଫିକେସନ ରାଉଣ୍ଡ; ଯଶସ୍ୱନୀ ସିଂ ଦେଶଓ୍ୱାଲ, ସମୟ ସକାଳ ୫:୩୦
ପୁରୁଷ ସ୍କିଟ କ୍ୱାଲିଫିକେସନ ରାଉଣ୍ଡ; ମଇରାଜ ଅହମଦ ଖାନ, ସମୟ ସକାଳ ୬:୩୦
ଟେବୁଲ ଟେନିସ: ଏକକ ମହିଳା; ମନିକା ବାତ୍ରା vs ମାର୍ଗରେଟ ପେଜତସ୍କା, ସମୟ ଦିନ ୧୧:୧୫
ଏକକ ପୁରୁଷ; ସାଥିୟାନ ଗାନସେକରନ vs ଲାମ ସୁଇ ହାମ, ସମୟ ଦିନ ୧:୩୦
ନୌକା ଚାଳନା: ଲେଜର ରେସ 1; ଭି. ସର୍ଭନାନ, ସମୟ ଦିନ ୧୧:୦୫
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।