Today Horoscope; କେମିତି କଟିବ ଆଜି ଆପଣଙ୍କ ଦିନ; ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ'ଣ ସୂଚନା ଦେଉଛନ୍ତି ସିତାରା ୱେଲନେସ୍ ଷ୍ଟୁଡିଓର ପ୍ରତିଷ୍ଠାତା ପୂଜା ଚନ୍ଦ୍ରା ।

ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ ବିଷୟରେ

ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ ବିଷୟରେ

  • Share this:
News 18 Odia Digital

Today Horoscope: ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ'ଣ ସୂଚନା ଦେଉଛନ୍ତି ସିତାରା ୱେଲନେସ୍ ଷ୍ଟୁଡିଓର ପ୍ରତିଷ୍ଠାତା ପୂଜା ଚନ୍ଦ୍ରା।

ମେଷ: କର୍ମ କ୍ଷେତ୍ରରେ ପରିସ୍ଥିତି ଭଲ ରହିବା କାରଣରୁ କାମ ଅଟକିବ ନାହିଁ। ପଡ଼ୋଶୀମାନେ ସାଧାରଣ କଥାରେ କଳହ କରିପାରନ୍ତି।

ଶୁଭ ସଂକେତ: ଲୁହା ଟାୱାର

ବୃଷ: ଆପଣ ବିଶ୍ୱାସ କରୁଥିବା ଲୋକମାନଙ୍କୁ ନିୟମିତ ଭାବରେ କଥାବାର୍ତ୍ତା ହେବା ଆବଶ୍ୟକ।ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ।

ଶୁଭ ସଙ୍କେତ: ଏକ ନୀଳ ବୋଟଲ

ମିଥୁନ: ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯେତିକି ଆପଣ ଭାବିଛନ୍ତି,ଆପଣଙ୍କ ସାଙ୍ଗ ତା ଠୁ ବି ଅଧିକ ସାହାଯ୍ୟ କରିବେ।

ଶୁଭ ସଙ୍କେତ: ଏକ ବାଉଁଶ ଗଛ

କର୍କଟ: ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା' ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ। ବୈବାହିକ ଜୀବନର ଦୃଷ୍ଟିରୁ ଯଦି ଦେଖିବେ ତାହେଲେ ଜିନିଷ ଆପଣଙ୍କ ପକ୍ଷରେ ଦେଖା ଯିବ।

ଶୁଭ ସଙ୍କେତ: ଏକ କୁସନ୍

ସିଂହ: ଆପଣ ଜଣେ ଘନିଷ୍ଠ ବନ୍ଧୁଙ୍କଠାରୁ ଏକ ସକାରାତ୍ମକ ଖବର ପାଇପାରନ୍ତି । ଦାନ ପାଇଁ ଏକ ସୁଯୋଗ ଆପଣଙ୍କ ପଥ ଅତିକ୍ରମ କରିପାରେ। ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବ ।

ଶୁଭ ସଙ୍କେତ: ଏକ ଗ୍ରାନାଇଟ ପଥର

କନ୍ୟା: ଅତ୍ୟଧିକ ବାଧା ଆପଣଙ୍କ କାର୍ଯ୍ୟର ଗତିକୁ ବାଧା ଦେଇପାରେ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ କିଛି ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ଆଇନଗତ ବିବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଶୁଭ ସଙ୍କେତ: ଏକ କଫି ମଗ୍

ତୁଳା: ଚାକିରି ଆଶା ପାଇଁ ତୁମର ସମ୍ପର୍କୀୟ ତୁମ ସହିତ ପରାମର୍ଶ କରିପାରନ୍ତି । ବାଣିତ୍ୟ କାରବାର ଲାଭଦାୟକ ହେବ। କର୍ମକ୍ଷେତ୍ରରେ ପଦୋନ୍ନିତ ହେବ । କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିବ ।

ଶୁଭ ସଙ୍କେତ: ନରମ କପଡା

ବିଛା: କାର୍ଯ୍ୟରେ ଆପଣଙ୍କ ଟିମ୍ ଆପଣଙ୍କଠାରୁ ଅଧିକ ଆଶା ରଖିବେ । ଖାଦ୍ୟପେୟରେ ନିୟନ୍ତ୍ରଣ ରକ୍ଷା କରିବା ସହ ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ । ସନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।

ଶୁଭ ସଙ୍କେତ: ଫୁଟବଲ୍ ମ୍ୟାଚ୍

ଧନୁ: ଆପଣ ଆଜି ଘର ସାମ୍ନାରେ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି । ଆଜି କୌଣସି ଯାତ୍ରା କରନ୍ତୁ ନାହିଁ, ଅଧିକ ଧନ ବ୍ୟୟ ହୋଇପାରେ ।

ଶୁଭ ସଙ୍କେତ: ରଙ୍ଗୀନ କାଗଜ

ମକର: ଆପଣଙ୍କ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଆପଣଙ୍କୁ ଏକ ପରାମର୍ଶ ଦେଇପାରନ୍ତି । ଆପଣଙ୍କ ପ୍ରସ୍ତୁତି ଯଥେଷ୍ଟ ହୋଇନଥିବାରୁ ଏହା ଆପଣଙ୍କୁ ସାମାନ୍ୟ ବିରକ୍ତ କରାଇପାରେ ।

ଶୁଭ ସଙ୍କେତ: ଏକ ଫୁଲ ପାତ୍ର

କୁମ୍ଭ: କିଛି ବିରକ୍ତିକର ଲୋକଙ୍କଠାରୁ ଦୂରରେ ରୁହନ୍ତୁ । ନିଶ୍ଚିତ କରନ୍ତୁ ଯେ ଆପଣ ଏହାକୁ ଅନୁସରଣ କରୁଛନ୍ତି । ପଛରେ ଗପିବା ଲୋକଙ୍କ କଥା ଶୁଣି ଆପଣ ବିଚଳିତ ହୋଇପାରନ୍ତି । ନିଜ ବୁଦ୍ଧି ବଳରେ କୌଣସି ନୂଆ ଯୋଜନା କରିପାରନ୍ତି ଯେଉଁଥିରେ ଆପଣ ନିଶ୍ଚିତ ସଫଳ ହେବେ ।

ଶୁଭ ସଙ୍କେତ: ଏକ ମହୁଫେଣା

ମୀନ: ଏକ ନୂତନ ଦୃଷ୍ଟିକୋଣ ଏବଂ ନେତୃତ୍ୱ ଆପଣଙ୍କ କାର୍ଯ୍ୟକୁ ବିସ୍ତାର କରିବାରେ ସାହାଯ୍ୟ କରିପାରେ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଆୟ ଏବଂ ବ୍ୟୟ ଉଭୟରେ ସନ୍ତୁଳନ ରକ୍ଷା କରନ୍ତୁ ।

ଶୁଭ ସଙ୍କେତ: ରୂପା ଅଳଙ୍କାର
Published by:Soumyashree Mishra
First published: