Today's Chanakya Exit Poll: ଟୁଡ଼େ ଚାଣକ୍ୟର ଦାବି RJD+ ଖାତାରେ ୧୮୦ଟି ସିଟ୍; JDU ର ପତ୍ତା ସଫା

Today's Chanakya Exit Poll: ବିହାରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇ ସାରିଛି । ଟୁଡ଼େ ଚାଣକ୍ୟ ଏକ୍ଜିଟ୍ ପୋଲ୍ (Today's Chanakya Bihar Election Exit Poll) ମାଧ୍ୟମରେ ଅନୁମାନ ଲଗାଯାଇପରେ ଯେ ଏଥର ବିହାରର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି ।

ବିହାର ବିଧାନସଭା ନିର୍ବାଚନର ଫଳାଫଳ ୧୦ ନଭେମ୍ବରରେ ଆସିବ |

ବିହାର ବିଧାନସଭା ନିର୍ବାଚନର ଫଳାଫଳ ୧୦ ନଭେମ୍ବରରେ ଆସିବ |

  • Share this:
News18 Odia Digital
ପାଟନା/ନୂଆ ଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ (Bihar Chunav 2020) ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ଭୋଟରମାନେ ୭୮ଟି ଆସନରେ ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ କରିଛନ୍ତି । ଆକଳନ ଅନୁଯାୟୀ ଶନିବାର ଅପରାହ୍ନ ୫ଟା ସୁଦ୍ଧା ୪୮ ପ୍ରତିଶତ ଭୋଟ୍ ଦିଆଯାଇଛି ଓ ଲୋକମାନେ ଭୋଟ୍ ପାଇଁ ଭଲ ଉତ୍ସାହ ଦେଖିବାକୁ ମିଳିଥିଲା । ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ ବିହାରରେ କାହା ସରକାର ଗଠନ ହୋଇପାରିବ ସେନେଇ ଟୁଡ଼େ ଚାଣକ୍ୟ ଏକ୍ଜିଟ୍ ପୋଲ୍ ସାମ୍ନାକୁ ଆସିଛି ।

ଟୁଡ଼େ ଚାଣକ୍ୟ ଏକ୍ଜିଟ୍ ପୋଲ୍ (Bihar Elections Today's Chanakya Exit Poll) ଅନୁଯାୟୀ ଏହି ବିଧାନସଭା ନିର୍ବାଚନରେ ଲୋକମନେ ​​ଏନଡିଏ ମିଳିତ ମଞ୍ଚକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେତେବେଳେକି RJD ଲୋକଙ୍କ ପ୍ରଥମ ପସନ୍ଦ ରହିଛି । ସର୍ଭେ ଅନୁଯାୟୀ ୪୪ ପ୍ରତିଶତ ଭୋଟ୍ RJD +, ୩୪ ପ୍ରତିଶତ ଭୋଟ୍ JDU + ଓ ୨୨ ପ୍ରତିଶତ ଭୋଟ୍ ଅନ୍ୟମାନଙ୍କ ଖାତାକୁ ଯାଇପାରେ । ଟୁଡ଼େ ଚାଣକ୍ୟ ଏକ୍ଜିଟ୍ ପୋଲ୍ ଅନୁଯାୟୀ ଆରଜେଡି ଓ କଂଗ୍ରେସ ମିଳିତ ମଞ୍ଚ ୧୮୦ରୁ ଅଧିକ ସିଟ୍ ଜିତିବା ବୋଲି ଦାବି କରାଯାଇଛି ।

ଟୁଡ଼େ ଚାଣକ୍ୟର ବିଶ୍ଳେଷଣରେ ବିହାର ଲୋକଙ୍କୁ ପଚରାଯାଇଥିଲା ଆପଣ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି?
ଏହି ପ୍ରଶ୍ନ ଉପରେ ୬୩ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏଥି ସହିତ ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ନୀତୀଶ ଶାସନରେ ଖୁସି ଅଛନ୍ତି । ତେଣୁ ସରକାର ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି ।

ଭୋଟ୍ ଉପରେ କେଉଁ ପ୍ରସଙ୍ଗର ନିର୍ଣ୍ଣାୟକ ପ୍ରଭାବ ପଡିଥିଲା?
ବେକାରୀ -୩୫ ପ୍ରତିଶତ
ଦୁର୍ନୀତି - ୧୯ ପ୍ରତିଶତ
ଅନ୍ୟାନ - ୩୪ ପ୍ରତିଶତ

ଆପଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ କିପରି ମୂଲ୍ୟାଙ୍କନ କରିବେ?
ଭଲ - ୨୧ ପ୍ରତିଶତ
ହାରାହାରି -୨୯ ପ୍ରତିଶତ
ଖରାପ -୩୭ ପ୍ରତିଶତ

ଏହି ନିର୍ବାଚନରେ ​​ଜାତି କେଉଁଠିକୁ ଯିବ?

ଜାତି- JDU +                       RJD +

ଯାଦବ - ୨୨%                      ୬୯%
ମୁସଲମାନ - ୧୨%                ୮୦%
ଅନ୍ୟ ପଛୁଆ ଜାତି - ୫୧%     ୩୦%

ଟୁଡ଼େ ଚାଣକ୍ୟ ଏକ୍ଜିଟ୍ ପୋଲ୍ (Today's Chanakya Bihar Election Exit Poll) ମାଧ୍ୟମରେ ଅନୁମାନ ଲଗାଯାଇ ପାରିବଯେ ଏଥର ବିହାରର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି। ଏଥିସହ କେଉଁ ଦଳ ବିହାରରେ କ୍ଷମତାରେ ରହିବ । ଯଦିଓ ଏକ୍ଜିଟ୍ ପୋଲ୍ ବିହାର ବିଧାନସଭା ନିର୍ବାଚନର ସଠିକ୍ ଫଳାଫଳ ନୁହଁ । ଏହା ଏକଜିଟ୍ ପୋଲ୍ ଆକଳନ ଉପରେ ଆଧାରିତ । ପ୍ରକୃତ ଫଳାଫଳ ୧୦ ନଭେମ୍ବରରେ ଆସିବ (Bihar election result date 2020) । କେବଳ ସେତେବେଳେ ଜଣା ପଡିବ ଯେ ଏଥର ବିହାରରେ କିଏ ସରକାର ଗଠନ କରୁଛି ।

ଗତଥର ଗଠନ ହୋଇଥିଲା ନୀତୀଶଙ୍କ ସରକାର
୨୦୧୫ ବିହାର ବିଧାନସଭା ନିର୍ବାଚନରେ ​​ଆରଜେଡି ସର୍ବାଧିକ ୮୦ଟି ଆସନ ଜିତିଥିଲା । ଦ୍ୱିତୀୟ ସ୍ଥାନରେ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ୭୧ଟି ସିଟ୍ ଜିତିଥିଲା । ଏହା ବ୍ୟତୀତ ବିଜେପି ୫୪ଟି ଆସନ, କଂଗ୍ରେସ ୨୭, ଏଲଜେପି ୨, ଆରଏଲଏସପି ୨, ହାମ ୧ ଓ ଅନ୍ୟାନ୍ୟ ୭ଟି ଆସନରେ ଜିତିଥିଲେ ।
Published by:Jagdish Barik
First published: