ଆଜି ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ମୂହୁର୍ତ୍ତ; ରାଷ୍ଟ୍ରପତିଙ୍କ ଶପଥ ପରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
News 18 Odia Digital
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରିବା ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ । ବିଶେଷ କରି ଗରିବ ବର୍ଗର ତଥା ଦଳିତଙ୍କ ପାଇଁ । ରାଷ୍ଟ୍ରପତି ମୁର୍ମୁ ୬୪ ବର୍ଷ ବୟସରେ ଗୁରୁବାର ଦିନ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ପ୍ରଥମ ଆଦିବାସୀ ତଥା ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଦ୍ୱିତୀୟ ମହିଳା ହୋଇଛନ୍ତି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ସମଗ୍ର ଦେଶ ଗର୍ବର ସହିତ ଦେଖିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି ।
ଅନ୍ୟ ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଶପଥ ଗ୍ରହଣ କରିବା ପରେ ତାଙ୍କ ସମ୍ବୋଧନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଶା ଏବଂ କରୁଣାର ବାର୍ତ୍ତା ଦେଇଛନ୍ତି । ସେ ଭାରତର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏହି ସମୟରେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ତେଣୁ ଏହାଦ୍ବାରା ଆଗକୁ ଯିବାର ଏକ ଦୃଷ୍ଟିକୋଣ ଉପସ୍ଥାପିତ ହୋଇଛି ।
ଏହାପୂର୍ବରୁ ଭାରତର ପ୍ରଧାନ ବିଚାରପତି ଏନ ଭି ରମଣା ଆଜି ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ସମାରୋହରେ ଦ୍ରୌପଦୀ ମୁର୍ମୁଙ୍କୁ ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ପାଠ କରାଇଥିଲେ । ଏହି ଅବସରରେ ଲୋକମାନଙ୍କୁ ସମ୍ବୋଧିତ କରି ମୁର୍ମୁ କହିଛନ୍ତି, "ମୁଁ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି । ମୋର ନିର୍ବାଚନରେ ଗରିବ ଲୋକଙ୍କର ଆଶୀର୍ବାଦ ଅନ୍ତର୍ଭୁକ୍ତ ।" ସେ ଜୁହାର, ନମସ୍କାର କହି ନିଜର ସମ୍ବୋଧନ ଆରମ୍ଭ କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।