CRPF Raising Day; ଅଦମ୍ୟ ସାହସ ଏବଂ ଉତ୍କୃଷ୍ଟ ସେବାର ନାମ CRPF: ପ୍ରଧାନମନ୍ତ୍ରୀ ମୋଦି
News 18 Odia Digital
ନୂଆଦିଲ୍ଲୀ; କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ର ୮୩ ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍ କରି କହିଛନ୍ତି, CRPF ର ପ୍ରତିଷ୍ଠା ଦିବସରେ ସମସ୍ତ ସାହସୀ ଯବାନ, ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ । CRPF ତାହାର ଅଦମ୍ୟ ସାହସ ଏବଂ ଉଲ୍ଲେଖନୀୟ ସେବା ପାଇଁ ନିଜର ପରିଚୟ ସ୍ଥାପନ କରିପାରିଛି । ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜ ହେଉ କିମ୍ବା ମାନବିକ ଚ୍ୟାଲେଞ୍ଜ ହେଉ, CRPF ର ଭୂମିକା ପ୍ରଶଂସନୀୟ ।
ଅମିତ ଶାହା ମଧ୍ୟ ଜଣାଇଛନ୍ତି ଅଭିନନ୍ଦନ
ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି । ସେ ଟୁଇଟରେ ଲେଖିଛନ୍ତି, CRPF କେବଳ ଦେଶର ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବାରେ ଏକ ଅପୂର୍ବ ଅବଦାନ ଦେଇନାହିଁ ବରଂ ବୀରତ୍ୱର ଏକ ଗର୍ବିତ ଇତିହାସ ମଧ୍ୟ ସୃଷ୍ଟି କରିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବିତ । ୮୩ ତମ ସ୍ଥାପନା ଦିବସରେ ସିଆରପିଏଫ୍ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପାଇଁ ସେମାନଙ୍କର ସେବା ତଥା ଉତ୍ସର୍ଗୀକୃତତାକୁ ନମସ୍କାର କରିଛନ୍ତି।
୧୯୩୯ ରେ ଗଠିତ ହୋଇଥିଲା ସିଆରପିଏଫ୍
ସିଆରପିଏଫ୍ ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରୁ ଅନ୍ୟତମ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଦାୟିତ୍ତ୍ଵ ବହନ କରିଥାଏ । ଏହା ୧୯୩୯ ମସିହାରେ କ୍ରାଉନ୍ ପ୍ରତିନିଧୀ ପୋଲିସ୍ ଭାବରେ ଗଠିତ ହୋଇଥିଲା। ସ୍ଵାଧୀନତା ପରେ, ୨୮ ଡିସେମ୍ବର ୧୯୪୯ ରେ ସଂସଦର ଏକ ଅଧିନିୟମ ଦ୍ଵାରା ଏହି ବଳର ନାମ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଭାବରେ ନାମିତ ହେଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।