- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ(74th Republic Day) ପାଳୁଛି ସାରା ଦେଶ। ଆଜିର ଦିନରେ ଦେଶକୁ ମିଳିଥିଲା ବିଶ୍ବ ସବୁଠାର ବଡ଼ ସମ୍ବିଧାନ। ବ୍ରିଟିଶ(British) ସମ୍ବିଧାନିକ ବ୍ୟବସ୍ଥା ଅପସାରଣ ପରେ ଭାରତ ୧୯୫୦(1950) ଜାନୁଆରୀ ୨୬ ତାରିଖରେ ଗଣତାନ୍ତ୍ରିକ ରାଷ୍ଟ୍ରାରେ ପରିଣତ ହୋଇଥିଲା।
ଆଜି ପ୍ରଥମଥର ପାଇଁ ଦିଲ୍ଲୀ କର୍ତ୍ତବ୍ୟ ପଥରେ( kartavya path) ଅନୁଷ୍ଠିତ ହେବ ଭବ୍ୟ ପରେଡ୍( Parade)। ଆଜି ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବେ। ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ(Egypt) ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି(Egyptian President Abdel Fattah el-Sisi)।ଖାଲି ଏତିକି ନୁହେଁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟର ଲିଡ୍ ନେବେ ମହିଳା ଅଫିସର।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।