Gold Price: ଦୀର୍ଘ ଦିନ ପରେ ଶସ୍ତା ହେଲା ସୁନା; ଜାଣନ୍ତୁ ନୂଆ ଦର

Gold Price Toady: କିଛି ଦିନ ବ୍ୟବଧାନ ପରେ ଆଜି ସୁନା ଦର କମ ହୋଇଛି। ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନା ଦର।

ଆଜି ସୁନା ଦର କମ

ଆଜି ସୁନା ଦର କମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Gold Price today: ବର୍ତ୍ତମାନ ଭାରତରେ ବିବାହ ଚାଲିଛି। ତେଣୁ ଗହଣା କିଣିବା ପାଇଁ ଦୋକାନରେ ଲୋକଙ୍କ ଭିଡ଼ ଜମିଛି। କିନ୍ତୁ ସୁନା ଦର(Gold Price Today) ବାବଦରେ ଜାଣିବା ପରେ ଲୋକମାନେ ସୁନା କିଣିବାକୁ ପଛାଉଛନ୍ତି। ଏସବୁ ମଧ୍ୟରେ ଆଜି ଏକ ଖୁସି ଖବର ମିଳିଛି। ଯଦି ଆପଣ ସୁନା କିଣିବାର ସୁଯୋଗ ହାତଛଡ଼ା କରୁଛନ୍ତି, ତେବେ ଆପଣଙ୍କୁ ଅନୁତାପ କରିବାକୁ ପଡିବ। କାରଣ ଆଜି ସୁନା ଦର ଶସ୍ତା ହୋଇଛି।

ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏଥି ସହିତ, ବ୍ୟବସାୟ ସପ୍ତାହର ପ୍ରଥମ ଦିନରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୫୯,୬୫୦ ଟଙ୍କା ଥିଲା। ୨୨ କ୍ୟାରେଟ୍ (୧୦ ଗ୍ରାମ) ର ମୂଲ୍ୟ ୫୪,୬୪୦ ଟଙ୍କା ରେକର୍ଡ ହୋଇଛି।

ଚୁଟକିରେ ମହୁମେହ ଜନିତ ସମସ୍ଯାରୁ ମୁକ୍ତି ଦେବ ପନିର ଫୁଲ

ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଏହାର ହାର ଜାଣନ୍ତୁ, ଯାହାଫଳରେ ଆପଣ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪K ସୁନା (୧୦ ଗ୍ରାମ) ୬୦ହଜାର ଟଙ୍କା ହୋଇଥିବାବେଳେ ଆଜି ୨୨K ସୁନା (୧୦ ଗ୍ରାମ) ରେକର୍ଡ କରାଯାଇଛି। ଆଜି ତାମିଲନାଡୁର ରାଜଧାନୀ ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ହାର ୫୨,୨୮୫ ଟଙ୍କା ରେକର୍ଡ ହୋଇଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୯୨୭ ଟଙ୍କା ରହିଛି।

ଦେଶର ଆର୍ଥିକ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୬୦,୧୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ମୂଲ୍ୟ ୫୫,୧୫୦ ଟଙ୍କା ରେକର୍ଡ କରାଯାଇଛି।  ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ହାର ୬୦,୦୦୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୫୫,୦୦୦ ଟଙ୍କା ରେକର୍ଡ କରାଯାଇଛି।

ଭାରତୀୟ ବଜାର ଉପରେ ସୁନା ଦର ପ୍ରଭାବ: ଭାବି ଚିନ୍ତି ସୁନା କିଣୁଛନ୍ତି ଗ୍ରାହକ

ଯଦି ଆପଣ ଦେଶର ସରିଫା ବଜାରରେ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଏହାର ସର୍ବଶେଷ ହାର ବିଷୟରେ ସୂଚନା ପାଆନ୍ତୁ। ଏଥିପାଇଁ ଆପଣଙ୍କୁ 8955664433 ରେ ଏକ ମିସ୍ କଲ ଦେବାକୁ ପଡିବ। ଆପଣ ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ହାର ବିଷୟରେ ସୂଚନା ପାଇବେ।
Published by:Soumya Das
First published: