ଆଜି ପୁଣି ବଦଳିଗଲା ୧୦ ଗ୍ରାମ ସୁନାର ଦର; ତୁରନ୍ତ ଜାଣନ୍ତୁ କେତେ ହେଲା ନୂଆ ଦର

Gold - Silver Update: ସୋମବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ଓ ରୂପା ଦର ବୃଦ୍ଧି ପାଇଛି । ବିଶ୍ୱ ବଜାରର ପ୍ରଭାବ ମଧ୍ୟ ଏଠାରେ ମଧ୍ୟ ଦେଖିବାକୁ ମିଳିଛି ।କରୋନା ଭୂତାଣୁ ବୃଦ୍ଧି ଓ ରିଲିଫ ପ୍ୟାକେଜ ଉପରେ ଅନିଶ୍ଚିତତା ମଧ୍ୟରେ ଉଭୟ ମୂଲ୍ୟବାନ ଧାତୁର ଦର ବୃଦ୍ଧି ପାଇଛି ।

ଆଜି ପୁଣି ବଦଳିଗଲା ୧୦ ଗ୍ରାମ ସୁନାର ଦର; ତୁରନ୍ତ ଜାଣନ୍ତୁ କେତେ ହେଲା ନୂଆ ଦର
ଆଜି ପୁଣି ବଦଳିଗଲା ୧୦ ଗ୍ରାମ ସୁନାର ଦର
  • News18 Odia
  • Last Updated: October 19, 2020, 6:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏହି ସପ୍ତାହର ପ୍ରଥମ ଦିନରେ ଦିଲ୍ଲୀ ସରଫା ମାର୍କେଟରେ ସୁନା ଦର ବୃଦ୍ଧି ପାଇଛି । HDFC ସିକ୍ୟୁରିଟିଜ ଦ୍ୱାରା ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ବିଶ୍ୱ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଛି । ତେଣୁ ଏହାର ପ୍ରଭାବ ସୋମବାର ଘରୋଇ ବଜାରରେ ଦେଖିବାକୁ ମିଳିଛି । ସୁନା ବ୍ୟତୀତ ରୂପା ଦର ମଧ୍ୟ ବୃଦ୍ଧି ପାଇଛି । କରୋନା ଭୂତାଣୁ ବୃଦ୍ଧି ଓ ରିଲିଫ ପ୍ୟାକେଜ ଉପରେ ଅନିଶ୍ଚିତତା ମଧ୍ୟରେ ଉଭୟ ମୂଲ୍ୟବାନ ଧାତୁର ଦର ବୃଦ୍ଧି ପାଇଛି ।

ସୁନାର ନୂଆ ଦର (Gold Price, 19th October 2020) - ରାଜଧାନୀ ଦିଲ୍ଲୀର ସରଫା ବଜାରରେ ସୋମବାର ଦିନ ୧୦ ଗ୍ରାମ ସୁନା ଦର ୧୮୨ ଟଙ୍କା ବୃଦ୍ଧି ପାଇଛି । ଏହା ପରେ ନୂତନ ଦର ବର୍ତ୍ତମାନ ୧୦ ଗ୍ରାମ ପିଛା ୫୧,୭୪୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଶେଷ ବାଣିଜ୍ୟ ଅଧିବେଶନରେ ଏହା ୧୦ ଗ୍ରାମ ପିଛା ୫୧,୫୫୮ ଟଙ୍କା ଥିଲା । ଆନ୍ତର୍ଜାତୀୟ ବଜାରରେ ସୁନା ୧,୯୦୯ ଡ଼ଲାର ପ୍ରତି ଆଉନ୍ସରେ ପହଞ୍ଚିଛି ।

ରୂପାର ନୂଆ ଦର (Silver Price, 19th October 2020) - ସୁନା ସହିତ ରୂପା ଦର ମଧ୍ୟ ଆଜି ଏକ ବୃଦ୍ଧି ପାଇଛି । ରୂପା ଆଜି କିଲୋଗ୍ରାମ ପିଛା ୮୦୫ ଟଙ୍କା ବୃଦ୍ଧି ହୋଇ ୬୩,୭୧୪ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଏହା କିଲୋଗ୍ରାମ ପିଛା ୬୨,୯୦୯ ଟଙ୍କା ବନ୍ଦ ହୋଇଯାଇଥିଲା । ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଏଠାରେ ରୂପା ଦର ୨୪.୬୪ ଡଲାରରେ ପ୍ରତି ଆଉନ୍ସ ହାଇଯାଇଥିବା ନଜର ଆସିଛି ।

ଏହା ବି ପଢ଼ନ୍ତୁ | LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼

ଆମେରିକାରେ ରିଲିଫ ପ୍ୟାକେଜକୁ ନେଇ ଅନିଶ୍ଚିତତା ଥିବାରୁ HDFC ସିକ୍ୟୁରିଟିଜ ସିନିୟର ଆନାଲିଷ୍ଟ (କମୋଡିଟିଜ) ତପନ ପଟେଲ କହିଛନ୍ତି ଆମେରିକାର ଏହି ରିଲିଫ ପ୍ୟାକେଜରେ ଅନିଶ୍ଚିତତା ଜାରି ରହିଛି ଓ ଏହି ସମୟରେ କରୋନା ଭୁତାଣୁ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ଏଥି ସହିତ ଡଲାରରେ ମଧ୍ୟ ଦୁର୍ବଳତା ହୋଇଥିବା ଦେଖିବାକୁ ମିଳିଛି । ଏହା ଦ୍ୱାରା ସୁନା ଦର ପ୍ରଭାବିତ ହୋଇଛି । ଆନ୍ତର୍ଜାତୀୟ ବଜାର ମଧ୍ୟ ଘରୋଇ ବଜାରକୁ ପ୍ରଭାବିତ କରିଛି ।



ଫ୍ୟୁଚର ବଜାରରେ ମଧ୍ୟ ମୂଲ୍ୟ ହ୍ରାସ
ସୋମବାର ଦ୍ରବ୍ୟ ବିନିମୟ MCX ଉପରେ ସୁନା ଓ ରୂପା ଦର ହ୍ରାସ ପାଇଛି । MCX ଉପରେ ପ୍ରାରମ୍ଭିକ ବାଣିଜ୍ୟରେ ଡିସେମ୍ବର ବାଣିଜ୍ୟରେ ସୁନା ୦.୨୨% ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୪୩୭ ଟଙ୍କା ହୋଇଛି । ସେହିଭଳି ରୂପା ଫ୍ୟୁଚର ୦.୭% ହ୍ରାସ ହୋଇ ୬୧,୨୫୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି । ପୂର୍ବ ଅଧିବେଶନରେ ସୁନା ୦.୩% ହ୍ରାସ ପାଇଥିବାବେଳେ ରୂପା% ୦.୨% ହ୍ରାସ ପାଇଛି।
Published by: Jagdish Barik
First published: October 19, 2020, 6:53 PM IST
corona virus btn
corona virus btn
Loading