News 18 Odia Digital
ନୂଆଦିଲ୍ଲୀ; ସଂସଦର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ବିହାରର ବିଜେପି ସାଂସଦ ସୁଶୀଲ କୁମାର ମୋଦି ରାଜ୍ୟସଭାରେ ୨ହଜାର ଟଙ୍କିଆ ନୋଟ ପ୍ରସଙ୍ଗ ଉଠାଇଥିଲେ । ଏହି ନୋଟ୍ ବନ୍ଦ କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।
ସାଂସଦ ସୁଶୀଲ କୁମାର ମୋଦି କହିଛନ୍ତି, ବଜାରରେ ୨ହଜାର ଟଙ୍କିଆ ନୋଟ୍ ଆଉ ଦେଖାଯାଉ ନାହିଁ । ଏହା ଏଟିଏମରୁ ମଧ୍ୟ ବାହାରୁ ନାହିଁ । ଶୁଣିବାକୁ ମିଳୁଛି ଯେ ଏହା ଏକ ଆଇନଗତ ଟେଣ୍ଡର ନୁହେଁ । ସରକାର ବର୍ତ୍ତମାନ ଏହି ପରିସ୍ଥିତିକୁ ସ୍ପଷ୍ଟ କରିବା ଉଚିତ୍ ।
ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି କହିଛନ୍ତି, ଯେତେବେଳେ ବିମୁଦ୍ରୀକରଣ ହୋଇଥିଲା, ସେତେବେଳେ ୫୦୦ ଓ ୨ହଜାର ନୋଟକୁ ଶୀଘ୍ର ବଦଳାଇବା ପାଇଁ, ରେ କରିବା ପାଇଁ ୨ହଜାର ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା । ଗତ ୩ ବର୍ଷ ଧରି ଆରବିଆଇ ଏହି ନୋଟର ମୁଦ୍ରଣ ବନ୍ଦ କରି ଦେଇଛି । ୨ହଜାରର ନକଲି ନୋଟ୍ ବହୁ ସଂଖ୍ୟାରେ ଜବତ କରାଯାଉଛି । ଲୋକମାନେ ବହୁ ସଂଖ୍ୟାରେ ୨ହଜାର ନୋଟ୍ ଜମା କରିଛନ୍ତି, ଯାହା ବେଆଇନ ବ୍ୟବସାୟରେ ବ୍ୟବହୃତ ହେଉଛି । ଏହା କେତେକ ସ୍ଥାନରେ ବ୍ଲାକ ମନି ଭାବରେ ମଧ୍ୟ ଅଛି ।
ବଡ଼ ଅର୍ଥ ବ୍ୟବସ୍ଥାରେ ଛୋଟ ନୋଟ୍ଦୁନିଆର ଯେତେ ଉନ୍ନତ ଅର୍ଥନୀତି, ସେଠାରେ ଛୋଟ ମୂଲ୍ୟର ନୋଟ୍ ଉପଲବ୍ଧ, ଯେପରିକି ଆମେରିକାରେ ସର୍ବାଧିକ ୧୦୦ ଡଲାର, ଏକ ହଜାର ନୁହେଁ । ଚାଇନାରେ ୧୦୦ ୟୁଆନ୍, କାନାଡାରେ ୧୦୦ CAD, ୟୁରୋପୀୟ ୟୁନିଅନରେ ୨୦୦ ୟୁରୋ । ଯେତେବେଳେ କି ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶରେ ସର୍ବାଧିକ ନୋଟ୍ ହେଉଛି ୫ହଜାର । ଇଣ୍ଡୋନେସିଆରେ ମଧ୍ୟ ୧ ଲକ୍ଷ ଟଙ୍କାର ନୋଟ୍ ଅଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।