ପୋଲିସ ବିଭାଗରେ ଏହି ପଦବୀ ପାଇଁ ଆବେଦନ କରିବାକୁ ବାକି ଅଛି ଅଳ୍ପ ଦିନ; ଯୋଗ୍ୟତା.. ଦଶମ ପାସ୍

ପୋଲିସ ବିଭାଗରେ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ । ଏଥିପାଇଁ (TNUSRB Constable Recruitment 2022), ତାମିଲନାଡୁ ୟୁନିଫର୍ମଡ୍ ସର୍ଭିସେସ୍ ନିଯୁକ୍ତି ବୋର୍ଡ (TNUSRB) ରେ ଅନେକ ପଦବୀ ପାଇଁ ଆବେଦନ କରିବାକୁ ମାତ୍ର ୩ ଦିନ ବାକି ଅଛି ।

ପୋଲିସ ବିଭାଗରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ।

ପୋଲିସ ବିଭାଗରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ।

  • Share this:
News 18 Odia Digital

Govt.Job; ପୋଲିସ ବିଭାଗରେ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ । ଏଥିପାଇଁ (TNUSRB Constable Recruitment 2022), ତାମିଲନାଡୁ ୟୁନିଫର୍ମଡ୍ ସର୍ଭିସେସ୍ ନିଯୁକ୍ତି ବୋର୍ଡ (TNUSRB) ରେ ଅନେକ ପଦବୀ ପାଇଁ ଆବେଦନ କରିବାକୁ ମାତ୍ର ୩ ଦିନ ବାକି ଅଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିନାହାଁନ୍ତି (TNUSRB Constable Recruitment 2022) tnusrb.tn.gov.in ରେ TNUSRB ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଅଗଷ୍ଟ ।

ଏହା ବ୍ୟତୀତ, ଆପଣ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଦିଆଯାଇଥିବା ଲିଙ୍କ୍ tnusrb.tn.gov.in ମାଧ୍ୟମରେ ଆବେଦନ କରିପାରିବେ । ଏହି ଲିଙ୍କ୍ ଉପରେ କ୍ଲିକ୍ କରି TNUSRB Constable Recruitment 2022 Notification PDF ଦ୍ଵାରା ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୩୫୫୨ ଟି ପଦବୀ ପୂରଣ ହେବ ।

TNUSRB Constable Recruitment 2022 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍ ଆବେଦନ କରିବାର ଆରମ୍ଭ ହୋଇଥିବା ତାରିଖ - ୭ ଜୁଲାଇ
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ - ୧୫ ଅଗଷ୍ଟ

TNUSRB Constable Recruitment 2022 ପାଇଁ ବାହାରିଥିବା ପଦବୀ

ମୋଟ ପୋଷ୍ଟ ସଂଖ୍ୟା- ୩୫୫୨
ଗ୍ରେଡ ୨, ପୋଲିସ କନେଷ୍ଟବଳ
ଗ୍ରେଡ ୨, ଜେଲ ବର୍ଡର
ଫାୟାରମ୍ୟାନ

TNUSRB Constable Recruitment 2022 ପାଇଁ ଯୋଗ୍ୟତା

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ / SSLC ଶ୍ରେଣୀ ପାସ୍ କରିଥିବା ଦରକାର। ଏହା ସହିତ ତାମିଲ ଭାଷାର ଜ୍ଞାନ ଥିବା ଆବଶ୍ୟକ ।

TNUSRB Constable Recruitment 2022 ଧାର୍ଯ୍ୟ ବୟସ
ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୨୬ ବର୍ଷ ମଧ୍ୟରେ ହେବା ଉଚିତ୍ ।

TNUSRB Constable Recruitment 2022 ପାଇଁ ଆବେଦନ ଶୁଳ୍କ

ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ 130 ଟଙ୍କା ଦେବାକୁ ପଡିବ ।

TNUSRB Constable Recruitment 2022 ପାଇଁ ଥିବା ବେତନ

ଆଶାୟୀଙ୍କୁ ମାସିକ ଦରମା ୨୮,୨୦୦-୫୨,୯୦୦ / - ଟଙ୍କା ଦିଆଯିବ ।
Published by:Soubhagya Mishra
First published: