News18 Odia Digital
କୋଲକାତା: ପଶ୍ଚିମ ବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ (West Bengal Governor Jagdeep Dhankhar) ନିଜ ପରିବାର ସଦସ୍ୟ ଓ ପରିଚିତମାନଙ୍କୁ ରାଜ ଭବନରେ OSD ପଦବୀରେ ନିଯୁକ୍ତ କରିଛନ୍ତି ବୋଲି ଅଭିଯୋଗ କରି ତୃଣମୂଳ କଂଗ୍ରେସ୍ (Trinamool Congress) ସାଂସଦ ମହୁଆ ମୋଇତ୍ରା (Mahua Moitra) ବ୍ୟଙ୍ଗାତ୍ମକ ଶୈଳୀରେ ତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି ।
‘‘ଅଙ୍କଲ ଜୀ ନିଜ ପୂରା ଗାଁ ଓ ପରିବାରକୁ ରାଜ ଭବନକୁ ନେଇଆସିଛନ୍ତି,’’ ବୋଲି ସାଂସଦ ମହୁଆ ମୋଇତ୍ରା ରବିବାର ଦିନ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଏକ ଟ୍ୱିଟ୍ କରି କହିଛନ୍ତି । ସେ ରାଜ୍ୟପାଳଙ୍କୁ ‘ଅଙ୍କଲ ଜୀ’ ବୋଲି ଡାକି ରାଜ୍ୟପାଳ ନିଜ ପରିବାର ସଦସ୍ୟ ଓ ଅନ୍ୟ ପରିଚିତମାନଙ୍କୁ ରାଜ ଭବନରେ ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି (ଓ.ଏସ୍.ଡି.) ଭାବରେ ନିଯୁକ୍ତ କରିଛନ୍ତି ବୋଲି ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ | ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇ ହସପିଟାଲରେ ଭର୍ତ୍ତି ହେଲେମହୁଆ ମୋଇତ୍ରା ଟ୍ୱିଟରରେ ଏକ ତାଲିକା ଶେୟାର୍ କରିଛନ୍ତି ଯେଉଁଥିରେ ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଛଅ ଜଣ OSDଙ୍କ ନାମ ରହିଛି ଓ ସେମାନେ ରାଜ୍ୟପାଳଙ୍କ ସହ ପାରିବାରିକ ଓ ବନ୍ଧୁତ୍ୱ ଦୃଷ୍ଟିରୁ କେମିତି ସମ୍ପୃକ୍ତ ତାହା ଉଲ୍ଲେଖ ଅଛି । ସେହି OSDମାନେ ହେଉଛନ୍ତି ଅଭ୍ୟୁଦୟ ସିଂ ଶେଖାୱତ (ରାଜ୍ୟପାଳଙ୍କ OSD, ତାଙ୍କ ଶଳାଙ୍କ ପୁଅ), ଅଖିଳ ଚୌଧୁରୀ (OSD, ସଂଯୋଜନା; ରାଜ୍ୟପାଳଙ୍କ ନିକଟ ପାରିବାରିକ ସମ୍ପର୍କୀୟ), ରୁଚି ଦୁବେ (OSD, ପ୍ରଶାସନ; ରାଜ୍ୟପାଳଙ୍କ ପୂର୍ବ ADCଙ୍କ ପତ୍ନୀ), ପ୍ରଶାନ୍ତ ଦୀକ୍ଷିତ (OSD, ପ୍ରୋଟୋକଲ୍; ରାଜ୍ୟପାଳଙ୍କ ପୂର୍ବ ADCଙ୍କ ଭାଇ), କୌସ୍ତୁଭ ଏସ୍. ଭାଲିକର (OSD, ଆଇ.ଟି.; ରାଜ୍ୟପାଳଙଅକ ବର୍ତ୍ତମାନ ADCଙ୍କ ଶଳା) ଓ କିଶନ ଧନଖଡ଼ (ନୂଆ କରି ନିଯୁକ୍ତ OSD, ରାଜ୍ୟପାଳଙ୍କ ନିକଟ ସମ୍ପର୍କୀୟ) ।

ମହୁଆ ମୋଇତ୍ରା ଶେୟାର୍ କରିଥିବା ତାଲିକା
ପଶ୍ଚିମ ବଙ୍ଗର (West Bengal) ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରି ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ଏକ ଟ୍ୱିଟର ଉତ୍ତରରେ ମହୁଆ ମୋଇତ୍ରା ଏହି ତାଲିକା ଦେଇଛନ୍ତି । ରାଜ୍ୟପାଳ ଲେଖିଥିଲେ ଯେ ପଶ୍ଚିମ ବଙ୍ଗର ଆଇନ ଶୃଙ୍ଖଳା ଏବେ ଏକ ‘‘ଅନ୍ଧକାରମୟ ସ୍ଥିତି’’ରେ ଅଛି । ଏହା ଉପରେ ମୋଇତ୍ରା ଲେଖିଛନ୍ତି, ‘‘ଅଙ୍କଲ ଜୀ, ପଶ୍ଚିମ ବଙ୍ଗର ଅନ୍ଧକାରମୟ ସ୍ଥିତି କେବଳ ଗୋଟିଏ ଉପାୟରେ ସୁଧୁରିବ । ତାହା ହେବ ଯଦି ଆପଣ ଦିଲ୍ଲୀ ଫେରିଯିବେ ଓ ନିଜ ପାଇଁ ଅନ୍ୟ ଏକ ଚାକିରି ଖୋଜିବେ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛିରାଜ୍ୟପାଳଙ୍କୁ କେତେକ ପରାମର୍ଶ ଦେଇ ସେହି ଟ୍ୱିଟରେ ମହୁଆ ମୋଇତ୍ରା ଲେଖିଛନ୍ତି ଯେ ଜଗଦୀପ ଧନଖଡ଼ ଏହି ଦୁଇଟି ନୂଆ ଚାକିରି ପାଇପାରିବେ: ‘‘(୧) ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଅଜୟ ବିଷ୍ଟ ଯୋଗୀଙ୍କ ପରାମର୍ଶଦାତା ହୋଇ ବିରୋଧୀମାନଙ୍କୁ କେମିତି ‘ଠୋକ୍ ଦୋ’ କରିହେବ ତାହା କହିବେ; ବା (୨) କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପରାମର୍ଶଦାତା ହୋଇ ମହାମାରୀ ସମୟରେ କେମିତି ଭଲ ଭାବରେ ଲୁଚି ରହି ହେବ ତାହା କହିବେ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’ମହୁଆ ଆଉ ଏକ ଟ୍ୱିଟରେ କହିଛନ୍ତି, ‘‘ହଁ, ଯେତେବେଳେ ଆପଣ ଫେରିଯିବେ, ପଶ୍ଚିମ ବଙ୍ଗର ରାଜ ଭବନରୁ ନିଜର ଏହି ବଡ଼ ପରିବାରକୁ ବି ସାଙ୍ଗରେ ନେଇଯିବେ ।’’
ତୃଣମୂଳ କଂଗ୍ରେସର ସାଂସଦଙ୍କ ସହ ଯୋଗାଯୋଗ କରି ତାଙ୍କୁ ଏହା ବିଷୟରେ ପଚରାଯିବାରୁ ସେ କହିଥିଲେ, ‘‘ଆମ ସମସ୍ତଙ୍କ ପାଖରେ ପ୍ରଶ୍ନ ପଚାରିବାର ଗଣତାନ୍ତ୍ରିକ ଅଧିକାର ରହିଛି । ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଆଉ ମୁଁ ତାଙ୍କୁ ଦର୍ପଣ ଦେଖିବା ପାଇଁ ଅନୁରୋଧ କରୁଛି ।ସେ ନିଜ ପୂରା ପରିବାର ଓ ଗାଁକୁ ରାଜ ଭବନକୁ ନେଇଆସିଛନ୍ତି ।’’ ମମତା ବାନାର୍ଜୀଙ୍କ (Mamata Banerjee) ସରକାରର କେନ୍ଦ୍ରର ନରେନ୍ଦ୍ର ମୋଦି (Narendra Modi) ସରକାରଙ୍କ ସହ କଳି ଆହୁରି ଆଗକୁ ବଢୁଥିବା ପରି ଲାଗୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।