ସଂସଦରେ କଞ୍ଚା ବାଇଗଣ ଖାଇଲେ TMC ସାଂସଦ; ମୁଦ୍ରାସ୍ଫୀତିକୁ ନେଇ BJPକୁ ଟାର୍ଗେଟ କଲେ

Protest Against Inflation: ମୁଦ୍ରାସ୍ଫୀତି ଓ ବେକାରୀ ପ୍ରସଙ୍ଗରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ କ୍ରମାଗତ ଭାବରେ ଆକ୍ରମଣ କରୁଛନ୍ତି। ସୋମବାର ସଂସଦରେ ଟିଏମସି ସାଂସଦ କାକୋଲି ଘୋଷ ମୁଦ୍ରାସ୍ଫୀତିକୁ ଭିନ୍ନ ଢ଼ଙ୍ଗରେ ବିରୋଧ କରିଥିଲେ।

ସଂସଦରେ କଞ୍ଚା ବାଇଗଣ ଖାଇଲେ TMC ସାଂସଦ

ସଂସଦରେ କଞ୍ଚା ବାଇଗଣ ଖାଇଲେ TMC ସାଂସଦ

  • Share this:
News18 Odia Digital

TMC MP Kakoli Ghosh: ଦେଶରେ ମୁଦ୍ରାସ୍ଫୀତି ଓ ବେକାରୀ ବୃଦ୍ଧି ହେତୁ ସଂସଦରେ ପ୍ରତିଦିନ ଏକ ଅବରୋଧ ରହିଛି। ସୋମବାର ମୌସୁମୀ ଅଧିବେଶନ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କାକୋଲି ଘୋଷ ମୁଦ୍ରାସ୍ଫୀତିକୁ ବିରୋଧ କରିବାର ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ।

ସେ ଗୃହରେ ଭାଷଣ ଦେବା ସମୟରେ କଞ୍ଚା ବାଇଗଣ ଖାଇ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରିଥିଲେ। ସେ କହିଛନ୍ତି ଯେ ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ ପନିପରିବା ରାନ୍ଧିକି ଖାଇବା କଷ୍ଟକର ହୋଇପଡ଼ିଛି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଅଧୀନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ପନିପରିବା କଞ୍ଚା ଖାଇବାକୁ ପଡ଼ିବ।

ଯଦିଓ ସେ ବାଇଗଣ ଖାଇନଥିଲେ କିନ୍ତୁ ଦାନ୍ତରେ ଏହାକୁ କାମୁଡ଼ି ଦେଖାଉଥିଲେ ଯେ ସେ ଏହାକୁ ଖାଉଛନ୍ତି ବୋଲି। ସେ କହିଛନ୍ତି, ‘‘ମୁଁ ଏହି ପନିପରିବା କଞ୍ଚା ଖାଇବା ବିଷୟରେ କହୁଛି କାରଣ ଏଲପିଜି ସିଲିଣ୍ଡରର ମୂଲ୍ୟ ଚାରି ଗୁଣ ବୃଦ୍ଧି ପାଇଛି।’’

ସଂସଦରେ ନିଜର ମତ ରଖି ସେ କହିଛନ୍ତି ଯେ ଆଜିର ସମୟରେ ଗରିବ ଓ ଅସହାୟ ଲୋକ କିପରି ଏତେ ଦାମୀ ସିଲିଣ୍ଡର କିଣି ପାରିବେ?

କାକୋଲି ଘୋଷ ସଂସଦରେ ଆହୁରି କହିଛନ୍ତି, ‘‘ଏକ ସମୟରେ ଯେତେବେଳେ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଥିଲା, ସେହି ସମୟରେ ସେହି ସରକାରର ଜଣେ ନେତା ଖାଲି ସିଲିଣ୍ଡର ସହିତ ପରିସରକୁ ଆସି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଁ ବିରୋଧ କରିଥିଲେ। କିନ୍ତୁ ଆଜି ଯଦି କେହି ବିରୋଧ କରନ୍ତି, ତା’ର ସ୍ୱର ଚାପି ଦିଆଯାଉଛି। ସେତେବେଳେ ମୁଁ ସିଲିଣ୍ଡରର ମୂଲ୍ୟକୁ ବିରୋଧ କରିଥିଲି, ତେଣୁ ଆଜିର ସମୟରେ ମୁଁ ଜାଣିବାକୁ ଚାହେଁ ସେହି ନେତାଙ୍କ ମତ କ’ଣ?’’
Published by:Lipina Das
First published: