News18 Odia Digital
ନୂଆ ଦିଲ୍ଲୀ: ଲୋକପ୍ରିୟ ଇଣ୍ଡୋ-କାନାଡୀୟ ଟିକଟକ ତାରକା ମେଘା ଠାକୁରଙ୍କ ଦେହାନ୍ତ ହୋଇଛି। ମେଘାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଖବର ବିଷୟରେ ତାଙ୍କ ପିତାମାତା ସୂଚନା ଦେଇଛନ୍ତି।
ମେଘା ଠାକୁରଙ୍କ ପିତାମାତା ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି ଯେ ମେଘା ଜଣେ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ ଯୁବତୀ। ସେ ତାଙ୍କ ପ୍ରଶଂସକମାନଙ୍କୁ ବହୁତ ଭଲ ପାଉଥିଲେ, ତେଣୁ ସେ ଚାହୁଁଥିଲେ ଯେ ତାଙ୍କ ମୃତ୍ୟୁ ବିଷୟରେ ସମସ୍ତେ ଜାଣନ୍ତୁ। ଏହି ସମୟରେ, ଆମେ ମେଘା ପାଇଁ ଆପଣଙ୍କ ପ୍ରାର୍ଥନା ଏବଂ ସମବେଦନା ଖୋଜୁ। ଆପଣଙ୍କ ଚିନ୍ତାଧାରା ଓ ପ୍ରାର୍ଥନା ତାଙ୍କ ଆଗରେ ଥିବା ଯାତ୍ରାରେ ତାଙ୍କ ସହିତ ରହିବ। ଏହି ପୋଷ୍ଟରେ କମେଣ୍ଟ ଦେଇ ପ୍ରଶଂସକମାନେ ଲଗାତାର ମେଘାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏଥିସହ ପ୍ରଶଂସକମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ମେଘା ଠାକୁର ବହୁତ ଭଲ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ଲୁକ୍ ର ଅନେକ ପ୍ରଶଂସକ ଥିଲେ ଖବର ଅନୁଯାୟୀ, ସେ ମୂଳତଃ ମଧ୍ୟପ୍ରଦେଶର ଇନ୍ଦୋରର ଥିଲେ। କିନ୍ତୁ ସେ ତାଙ୍କ ପିତାମାତାଙ୍କ ସହ କାନାଡାର ଅନଟାରିଓର ବ୍ରମ୍ପଟନରେ ରହୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।