BJP ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା କଲେ ଭଣଜା

Sonali Phogat Death: ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତଙ୍କ ଭଣଜା ଏକ ବଡ଼ ଅଭିଯୋଗ କରିଛନ୍ତି ଯେ ତାଙ୍କ PA ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା।

BJP ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା କଲେ ଭଣଜା

BJP ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା କଲେ ଭଣଜା

  • Share this:
News18 Odia Digital

Sonali Phogat Death: ଗୋଆରେ ହୃଦଘାତ ହେତୁ ପପୁଲାର ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମଙ୍ଗଳବାରେ ଦେହାନ୍ତ ହୋଇଥିଲା।

ସୋନାଲିଙ୍କ ହୃଦଘାତ ଖବର ଉପରେ ତାଙ୍କ ଭଉଣୀ ସନ୍ଦେହ ପ୍ରକଟ କରି କହିଥିଲେ ଯେ ଏହି ମୃତ୍ୟୁ ସ୍ୱାଭାବିକ ନୁହେଁ। ଏଥିସହିତ ତାଙ୍କ ଭଣଜା ଏକ ବଡ଼ ଖୁଲାସା ମଧ୍ୟ କରିଛନ୍ତି।

ସୋନାଲି ଫୋଗାଟଙ୍କ ଭଣଜା ଆଡଭୋକେଟ୍ ବିକାଶ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନଙ୍କୁ ଦାୟୀ କରିଛନ୍ତି। ସୋନାଲି ଫୋଗାଟଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଆଡଭୋକେଟ୍ ବିକାଶ ଅଭିଯୋଗ କରିଛନ୍ତି।

କେବଳ ଏତିକି ନୁହେଁ ବିକାଶ କହିଛନ୍ତି ଯେ ସୁଧୀର ସାଙ୍ଗୱାନଙ୍କ ନିର୍ଦ୍ଦେଶରେ ଫାର୍ମ ହାଉସରୁ ଲାପଟପ ଓ ଅତ୍ୟାବଶ୍ୟକ ସାମଗ୍ରୀ ନିଆଯାଇଛି ଯେଉଁଥିରେ ସମସ୍ତ ତଥ୍ୟ , ଜମି ଓ ସମ୍ପତ୍ତି କାଗଜପତ୍ର ମଧ୍ୟ ସଞ୍ଚୟ କରାଯାଇଥିଲା। ସୁଧୀର ସାଙ୍ଗୱାନ ମଧ୍ୟ ତାଙ୍କ ସହ କଥା ହୋଇଥିଲେ ସେ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ବାରମ୍ବାର ନିଜର ବିବୃତ୍ତି ପରିବର୍ତ୍ତନ କରୁଛନ୍ତି।

ଖାଇବା ପରେ ଅସୁସ୍ଥ ହୋଇଥିଲେ- ସୋନାଲିଙ୍କ ଭଉଣୀ

ଏହା ପୂର୍ବରୁ ଭଉଣୀ ରମଣ ଅଭିଯୋଗ କରି କହିଥିଲେ, ସୋନାଲି ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ। ସେ ଏହା ମଧ୍ୟ ତାଙ୍କ ମା’ଙ୍କୁ କହିଥିଲେ। ଭଉଣୀର ଏହି ବିବୃତ୍ତି ପରେ ଅଞ୍ଜୁନା ପୋଲିସ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ଅଗଷ୍ଟ ୨୩ରେ, ସକାଳ ପ୍ରାୟ ୯ଟା ସମୟରେ ସୋନାଲି ଫୋଗାଟଙ୍କୁ ଗୋଆର ଅଞ୍ଜୁନାସ୍ଥିତ ସେଣ୍ଟ ଆନ୍ଥୋନି ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Published by:Lipina Das
First published: