କଥା ହେବା ବନ୍ଦ କଲେ ବୋଲି ୨୧ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ଯୁବତୀଙ୍କୁ ତାଙ୍କ ବନ୍ଧୁ ହତ୍ୟା କଲା

Tik Tok Star Woman Killed By Close Friend | ଶିବାନୀଙ୍କ ବାପା ପୋଲିସକୁ କହିଛନ୍ତି ଯେ ଆରିଫ୍ ତାକୁ ହଇରାଣ କରୁଛି ବୋଲି ସେ କହୁଥିଲା ଓ ସେଇଥି ପାଇଁ ସେ ତା’ ସହ କଥା ହେବା ବନ୍ଦ କରି ଦେଇଥିଲା । ଶିବାନୀଙ୍କ ପିତା କହିଛନ୍ତି ଯେ ଏହା ଗୋଟେ ଏକପାଖିଆ ପ୍ରେମ ସମ୍ପର୍କ ଥିଲା ।

କଥା ହେବା ବନ୍ଦ କଲେ ବୋଲି ୨୧ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ଯୁବତୀଙ୍କୁ ତାଙ୍କ ବନ୍ଧୁ ହତ୍ୟା କଲା
ଟିକ୍ ଟକ୍ ଷ୍ଟାର୍ ଶିବାନୀ
  • News18 Odia
  • Last Updated: June 29, 2020, 10:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସୋନିପତ: ନିଜର ଜଣେ ଘନିଷ୍ଠ ପୁରୁଷ ବନ୍ଧୁଙ୍କ ସହ କଥା ବାର୍ତ୍ତା ବନ୍ଦ କରିହେଇଥିବା ଯୋଗୁଁ ଜଣେ ୨୦ ବର୍ଷୀୟା ଟିକ୍‌ ଟକ୍‌ ଷ୍ଟାରଙ୍କୁ (Tik Tok star) uତ୍ୟା କରାଯାଇଛି । ଟିକ୍‌ ଟକ୍‌ ଷ୍ଟାର୍‌ ଶିବାନୀଙ୍କ ମୃତ ଦେହ ତାଙ୍କ ସେଲୁନରେ ଥିବା ବିଛଣାରେ ମିଳିଛି । ତାଙ୍କୁ ଗଳା ଚିପି ହତ୍ୟା ରରାଯାଇଥିବା ସନ୍ଦେହ କରାଯାଉଛି ।

ଏହି ଘଟଣା ଘଟିଛି ହରିଆଣାର ସୋନିପତ ଜିଲ୍ଲାର ଟିଡିଆଇ କୁଣ୍ଡଲିରେ । ୨୧ ବର୍ଷିୟା ଟିକ୍ ଟକ୍ ତାରକା ଶିବାନୀଙ୍କ ମୃତ ଦେହ ତାଙ୍କ ବିଛଣାରେ ପଡ଼ିଥିବା ଅବସ୍ଥାରେ ମିଳିଛି ବୋଲି ପୋଲିସ ରବିବାର ଦିନ କହିଛି ।

ଶିବାନୀଙ୍କ ପିତା ବିନୋଦ ପୋଲିସକୁ କହିଛନ୍ତି ଯେ ଶିବାନୀ ଆରିଫ୍‌ ନାମକ ଜଣେ ବ୍ୟକ୍ତି ସହ ଗତ ଚାରି ପାଞ୍ଚ ବର୍ଷ ଧରି ବନ୍ଧୁତା ରଖିଥିଲେ । ଗତ ୧୫ ଦିନ ତଳେ ଆରିଫ୍‌ ସହ ଶିବାନୀ କଥା ହେବା ବନ୍ଦ କରିଦେଇଥିଲେ । ଆରିଫ୍‌ ହିଁ ଶିବାନୀକୁ ହତ୍ୟା କରିଛି ବୋଲି ପୋଲିସ୍‌ ଓ ଶିବାନୀଙ୍କ ପରିବାର ସନ୍ଦେହ କରୁଛନ୍ତି । (Tik Tok star woman murder)

‘‘ସେ (ଶିବାନୀ) ଆମକୁ କହିଥିଲା ଯେ ଆରିଫ ତାକୁ ହଇରାଣ କରୁଛି, ଆଉ ସେଇଥି ପାଇଁ ସେ ତା’ ସହ କଥା ହେବା ବନ୍ଦ କରି ଦେଇଛି,’’ ଶିବାନୀଙ୍କ ପିତା ବିନୋଦ ପୋଲିସକୁ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଏହା ଗୋଟେ ଏକପାଖିଆ ପ୍ରେମ ସମ୍ପର୍କ ଥିବା ହେତୁ ଆରିଫ ତାଙ୍କ ଝିଅକୁ ହତ୍ୟା କରିଛି ।

‘‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଆରିଫ୍‌ ଶିବାନୀକୁ ନେଇ ପଜେସିଭ୍‌ ଥିଲା । ସେ ତା’ ସହ କଥାବାର୍ତ୍ତା ବନ୍ଦ କରିଦେବା ପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରି ସେ ତାକୁ ହତ୍ୟା କରିଛି ବୋଲି ଲାଗୁଛି । ତଦନ୍ତ ଚାଲିଛି,’’ ପୋଲିସ୍‌ ଇନସ୍ପେକ୍ଟର୍‌ ରବି କୁମାର ଇଂରାଜୀ ଖବରକାଗଜ ‘ଦ ଟ୍ରିବ୍ୟୁନ୍‌’କୁ କହିଛନ୍ତି ।

ଶିବାନୀଙ୍କର ଟିକ୍-ଟକରେ ବହୁ ସଂଖ୍ୟକ ଫଲୋଅର୍ସ୍‌ ଥିଲେ । ସେ ନିଜ ପରିବାର ସହିତ ସୋନିପତ ଜିଲ୍ଲାର କୁଣ୍ଡଲୀରେ ଏକ ଭଡ଼ା ଘରେ ରହୁଥିଲେ । ମୃତ ଯୁବତୀଙ୍କ ପିତା କହିଛନ୍ତି ଯେ ତାଙ୍କ ଦୁଇ ଝିଅ ଶ୍ୱେତା ଓ ଶିବାନୀ ଟିଡିଏ କୁଣ୍ଡଲିରେ ଏକ ଫ୍ଲାଟରେ ଗୋଟେ ସେଲୁନ୍ ଚଳାଉଥିଲେ ।

ଆରିଫ୍‌ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ୍‌ ତାକୁ ଖୋଜିବା ଆରମ୍ଭ କରିଛି । ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଲାଗୁଛି ଯେ ଅଭିଯୁକ୍ତ ଜଣକ ଶିବାନୀକୁ ଗଳା ଚିପି ହତ୍ୟା କରିଛି । (ଶିବାନୀଙ୍କ ଫଟୋ: ସୌଜନ୍ୟ ‘ଦ ଟ୍ରିବ୍ୟୁନ୍‌’)

ଆଜି ଭାରତ ସରକାର ଟିକ୍‌ ଟକ୍‌ ଓ ଅନ୍ୟ ୫୮ଟି ଚାଇନିଜ୍‌ ଆପ୍‌କୁ ଦେଶରେ ବ୍ୟାନ୍‌ କରିଛନ୍ତି । ଏହି ଆପ୍‌ଗୁଡ଼ିକ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।
First published: June 29, 2020, 10:05 PM IST
corona virus btn
corona virus btn
Loading