୧୬ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ ନିଜ ଘରେ ଆତ୍ମହତ୍ୟା କରି ଜୀବନ ଲୀଳା ଶେଷ କଲେ

ସିୟା ଟିକ୍ ଟକ୍, ଇନଷ୍ଟାଗ୍ରାମ, ସ୍ନାପଚାଟ ଓ ୟୁଟ୍ୟୁବ ପରି ସମସ୍ତ ଅନଲାଇନ୍ ପ୍ଲାଟଫର୍ମରେ ସକ୍ରିୟ ଥିଲେ । ସେ ନିଜ ଡ୍ୟାନ୍ସ ଭିଡିଓ ପାଇଁ ଜଣାଶୁଣା ଥିଲେ । ତାଙ୍କର ଇନଷ୍ଟାଗ୍ରାମରେ ଏକ ଲକ୍ଷରୁ ଅଧିକ ଫଲୋଅର୍ସ୍ ଓ ଟିକ ଟକରେ ୧୧ ଲକ୍ଷରୁ ଅଧିକ ଫଲୋଅର୍ସ୍ ଥିଲେ।

ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ (ଫଟୋ ଭିରାଲ୍ ଭୟାନିଙ୍କ ଇନଷ୍ଟାଗ୍ରାମ୍)

ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ (ଫଟୋ ଭିରାଲ୍ ଭୟାନିଙ୍କ ଇନଷ୍ଟାଗ୍ରାମ୍)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput suicide) ଓ କ୍ରାଇମ ପାଟ୍ରୋଲ ଅଭିନେତ୍ରୀ ପ୍ରେମ ମେହେଟାଙ୍କ ମୃତ୍ୟୁ ପରେ ମନୋରଞ୍ଜନ ଜଗତର ଆଉ ଜଣେ ପ୍ରତିଭା ଆଜି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି । ୧୬ ବର୍ଷ ବୟସ୍କା ଟିକ୍‌ ଟକ୍‌ (Tik Tok) କଳାକାର ତଥା ନୃତ୍ୟ ଶିଳ୍ପୀ ସିୟା କକ୍କଡ଼ (Tik Tok star Siya Kakkar) ନୂଆ ଦିଲ୍ଲୀରେ ଆତ୍ମହତ୍ୟା କରି ନିଜ ଜୀବନ ଲୀଳା ଶେଷ କରିଛନ୍ତି ।

ସିୟାଙ୍କ ମୃତ୍ୟୁ ଖବର (Siya Kakkar suicide) ତାଙ୍କ ମ୍ୟାନେଜର୍‌ ଅର୍ଜୁନ ସରିନଙ୍କ ପକ୍ଷରୁ ନିଶ୍ଚିତ କରାଯାଇଛି । ‘‘ଏହା ନିଶ୍ଚିତ ଭାବରେ କିଛି ବ୍ୟକ୍ତିଗତ କାରଣରୁ ହୋଇଥାଇପାରେ । ସିୟା ଭଲ କାମ କରୁଥିଲେ । ମୋ’ର ଏକ ନୂଆ ପ୍ରୋଜେକ୍ଟ ବିଷୟରେ ଗତ କାରି ରାତିରେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲା, ଆଉ ସେ ସ୍ୱାଭାବିକ ଲାଗୁଥିଲେ। ମୁଁ ଓ ମୋ’ କମ୍ପାନୀ ଫେମ୍ ଏକ୍ସପର୍ଟସ୍‌ ଅନେକ କଳାକାରଙ୍କ ସହ କାମ କରୁ । ସିୟା ଜଣେ ଉଜ୍ଜ୍ୱଳ ପ୍ରତିଭା ଥିଲେ,’’ ପ୍ରୀତ ବିହାରରେ ଥିବା ସିୟାଙ୍କ ଘରକୁ ଯାଉଥିବା ବେଳେ ସରିନ୍‌ ‘ଇଣ୍ଡିଆ ଟୁଡେ’କୁ କହିଛନ୍ତି ।

ଫଟୋଗ୍ରାଫର ଭାଇରାଲ ଭାୟାନି ଏକ ଇନଷ୍ଟାଗ୍ରାମ ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ଏକ ଦୁଃଖଦ ଖବର । ୧୬ ବର୍ଷିୟା ମିଠା ଟିକ୍-ଟକର୍ ସିୟା କକ୍କଡ଼ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି । ଏହି ତଥ୍ୟ ପ୍ରକାଶ କରିବା ପୂର୍ବରୁ ମୁଁ ତାଙ୍କ ପ୍ରତିଭା ପରିଚାଳନା ଏଜେନ୍ସିର ମୁଖ୍ୟ ଅର୍ଜୁନ ସରିନଙ୍କ ସହ କଥା ହୋଇଥିଲି । ସେ ଗତ କାଲି ରାତିରେ ଏକ ଗୀତ ପାଇଁ ସିୟାଙ୍କ ସହ କଥା ହୋଇଥିଲେ । ସେ କୁହିଛନ୍ତି ଯେ ସିୟା ଭଲ ମୁଡ଼ରେ ଥିଲେ ଓ ସମ୍ପୂର୍ଣ୍ଣ ଠିକ ଥିଲେ । ତାଙ୍କ ପାଖରେ କୌଣସି ଆଇଡିଆ ନାହିଁ କାହିଁକି ସିୟାଙ୍କୁ ଏମିତି ଚାଲିଯିବାକୁ ପଡ଼ିଲା । ଆପଣ ତାଙ୍କ ଭିଡିଓଗୁଡିକୁ ଦେଖନ୍ତୁ, ଆଉ ଆଉ ଆପଣ ଦେଖିବେ ଯେ ତାଙ୍କ କଣ୍ଟେଣ୍ଟ୍‌ ଖୁବ୍‌ ଭଲ ଥିଲା । ଏହା ପ୍ରକୃତରେ ଦୁଃଖଦାୟକ ଯେ ସେ ଏହି ପଥ ବାଛିଲେ । ଯଦି ଆପଣ ଅବସାଦଗ୍ରସ୍ତ ଅନୁଭବ କରୁଛନ୍ତି, ଦୟାକରି ଏମିତି କରନ୍ତୁ ନାହିଁ ।’’

ସିୟା କକ୍କଡ଼ (ସିୟାଙ୍କ ଇନଷ୍ଟାଗ୍ରାମରୁ)


ସିୟା କକ୍କଡ଼ଙ୍କ ଘର ନୂଆ ଦିଲ୍ଲୀର ପ୍ରୀତ ବିହାରରେ ଅଛି । ସେ ଟିକ ଟକ, ଇନଷ୍ଟାଗ୍ରାମ, ସ୍ନାପଚାଟ ଓ ୟୁଟ୍ୟୁବ ପରି ସମସ୍ତ ଅନଲାଇନ୍ ପ୍ଲାଟଫର୍ମରେ ସକ୍ରିୟ ଥିଲେ । ସେ ନିଜ ଡ୍ୟାନ୍ସ ଭିଡିଓ ପାଇଁ ଜଣାଶୁଣା ଥିଲେ । ଏହି ସମସ୍ତ ପ୍ଲାଟଫର୍ମରେ ସିୟାଙ୍କର ଏକ ବହୁ ସଂଖ୍ୟାର ଫଲୋଅର୍ସ୍‌ ଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ୍‌ ଥିଲେ ଓ ଟିକ ଟକରେ ୧୧ ଲକ୍ଷରୁ ଅଧିକ ଫଲୋଅର୍ସ୍‌ ଥିଲେ ।




ଜୁନ୍ ୧୪ ତାରିଖ ଦିନ ସୁଶାନ୍ତ ସିଂ ରାଜପୁତ ନିଜ ମୁମ୍ବାଇସ୍ଥିତ ଘରେ ଆତ୍ମହତ୍ୟା କରି ଦୁନିଆରୁ ଚାଲିଯାଇଥିଲେ । ଏହି ଅଭିନେତାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଗଭୀର ଦୁଃଖ ଦେଇଥିଲା । ରାଜପୁତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା । ସେ ଗତ କିଛି ମାସ ଧରି ସେ ଡିପ୍ରେସନରେ ପୀଡ଼ିତ ଥିଲେ ।

ଏହା ବି ପଢ଼ନ୍ତୁ: 

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
Published by:Anand Shankar Thankur Das
First published: