ନିର୍ଭୟା କାଣ୍ଡ: ଫାଶୀ ପୂର୍ବରୁ ଚ଼ାରି ଦୋଷୀଙ୍କୁ ଶେଷ ଇଚ୍ଛା ପଚ଼ାରିଛି ତିହାର ଜେଲ୍‌ ପ୍ରଶାସନ

ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବା ପୂର୍ବରୁ ଚ଼ାରି ଜଣ ଦୋଷୀଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଆସିବାକୁ ସେମାନଙ୍କ ପରିବାର ଲୋକଙ୍କୁ ଚିଠି ଲେଖି ଅନୁରୋଧ ବି କରିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ ।

ନିର୍ଭୟା କାଣ୍ଡ: ଫାଶୀ ପୂର୍ବରୁ ଚ଼ାରି ଦୋଷୀଙ୍କୁ ଶେଷ ଇଚ୍ଛା ପଚ଼ାରିଛି ତିହାର ଜେଲ୍‌ ପ୍ରଶାସନ
ଫାଶୀ ଦଣ୍ଡ ପାଇଥିବା ଚ଼ାରି ଜଣ ଦୋଷୀ
  • News18 Odia
  • Last Updated: January 24, 2020, 2:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି । ତେବେ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନଙ୍କର ଶେଷ ଇଚ୍ଛା କ’ଣ ଅଛି ବୋଲି ପଚାରିଛି ଜେଲ୍‌ ପ୍ରଶାସନ ।

ନିୟମ ମୁତାବକ ତିହାର ଜେଲ୍‌ ପ୍ରଶାସନ ତରଫରୁ ନୋଟିସ ଜାରି କରି ଚ଼ାରି ଜଣ ଦୋଷୀ – ମୁକେଶ ସିଂହ, ବିନୟ କୁମାର, ଅକ୍ଷୟ ଠାକୁର ଏବଂ ପୱନ ଗୁପ୍ତା – ମୃତ୍ୟୁ ପୂର୍ବରୁ କ’ଣ କରିବାକୁ ବା ପାଇବାକୁ ଚ଼ାହୁଁଛନ୍ତି ତାହା ଜାଣିବାର ପ୍ରୟାସ ହୋଇଛି ।

ଫାଶୀ ପାଇଁ ସ୍ଥିର ହୋଇଥିବା ଦିନ ଫେବୃଆରୀ ୧ ପୂର୍ବରୁ ସେମାନେ କାହାକୁ ଭେଟିବାକୁ ଚାହୁଁଛନ୍ତି କି? ସେମାନଙ୍କ ନାଁରେ କୌଣସି ସମ୍ପତ୍ତି ଥିଲେ ତାହାକୁ ସେମାନେ କାହା ନାଁରେ କରିବାକୁ ଚାହୁଁଛନ୍ତି କି? କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଚାହୁଁଛନ୍ତି ବା କୌଣସି ଧର୍ମଗୁରୁଙ୍କୁ ଭେଟିବାକୁ ଚାହୁଁଛନ୍ତି କି? ଜେଲ୍‌ ପ୍ରଶାସନ ସେମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିଛି । ଯଦି ସେମାନଙ୍କର ଏପରି କୌଣସି ଇଚ୍ଛା ଥାଏ, ତେବେ ଫେବ୍ରୁଆରୀ ୧ ପୂର୍ବରୁ ସେ ସବୁକୁ ପୂରା କରିବା ଲାଗି ପ୍ରଶାସନ ଉଦ୍ୟମ କରିବ ।

ଫେବୃଆରୀ ୧ରେ ଫାଶୀ ଦିଆଯିବା ପୂର୍ବରୁ ଜେଲ୍‌ କର୍ତ୍ତୃପକ୍ଷ ଚ଼ାରି ଜଣ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖି ସେମାନଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଆସିବାକୁ ଅନୁରୋଧ କରିଛନ୍ତି । ଦୋଷୀଙ୍କ ପରିବାର ଲୋକେ କି ଆଉ କୌଣସି ସଂପର୍କୀୟ ଯଦି ଦୋଷୀଙ୍କୁ ଶେଷ ଥର ଲାଗି ଭେଟିବାକୁ ଚାହୁଁଛନ୍ତି, ତେବେ ସେମାନେ ଭେଟି ପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ତେବେ ପରିବାର ପକ୍ଷରୁ ଏ ଯାଏ ଜେଲ୍‌ ପ୍ରଶାସନ ପାଖକୁ କୌଣସି ଜବାବ ଆସି ନାହିଁ । ଚ଼ାରି ଜଣ ଦୋଷୀଙ୍କୁ ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଦେବାପାଇଁ ସ୍ଥିର ହୋଇଛି ।

ପୂର୍ବରୁ ଜାନୁଆରୀ ୨୨ ତାରିଖରେ ଚାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ । ଏହା ପରେ ତିନି ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ସୁପ୍ରିମ କୋର୍ଟରେ ଖାରଜ ହୋଇଯାଇଥିଲା ।
First published: January 24, 2020, 2:22 PM IST
corona virus btn
corona virus btn
Loading