ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO
ନିଜ ବିପୁଳ ବଳ ଲଗାଇ ବାଘଟି କାରର ବମ୍ପରକୁ ଦାନ୍ତ ଓ ନଖରେ ଟାଣି ବାହାର କରିବାକୁ ଚେଷ୍ଟା କରୁଥିଲା । କାରଟି ମଧ୍ୟ କିଛି ଦୂର ପଛକୁ ଟାଣି ହୋଇଯାଇଥିଲା । କାର୍ ଭିତରେ ଥିବା ପର୍ଯ୍ୟଟକମାନେ ଖୁବ୍ ଡରିଯାଇଥିଲେ ।

କାରକୁ ଟାଣି ଖୋଲିବାକୁ ଚେଷ୍ଟା କରୁଛି ବାଘ ।
- News18 Odia
- Last Updated: January 29, 2021, 8:37 PM IST
ବେଙ୍ଗାଲୁରୁ: ବେଙ୍ଗାଲୁରୁର ବାନେରଘାଟା ଜାତୀୟ ଉଦ୍ୟାନରେ (Bannerghatta National Park) ପର୍ଯ୍ୟଟକମାନଙ୍କର ଏକ ଦଳ ଗୋଟିଏ ବାଘ ହାବୁଡ଼ରେ ପଡ଼ିଥିଲେ । ବାଘ ସହିତ ଖୁବ୍ ନିକଟରେ ଘଟିଥିବା ସେମାନଙ୍କର ସାକ୍ଷାତ ଦ୍ୱାରା ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ । ଏହି ଘଟଣାର ଏକ ଭିଡିଓ କ୍ଲିପ୍ (tiger video) ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖାଯାଉଛି ଯେ ବାଘଟି (Bengal Tiger) ପର୍ଯ୍ୟଟକମାନଙ୍କର ଏକ କାର୍ ନିକଟକୁ ଯାଇ ତାକୁ ପଛରୁ ଟାଣିବାକୁ ଚେଷ୍ଟା କରୁଛି । ବାଘକୁ ଦେଖି ଲାଗୁଛି ସେ ଭୋକିଲା ଅଛି ଓ ଖାଦ୍ୟ ଅନ୍ୱେଷଣରେ ଅଛି । ସେହି କାର୍ ଭିତରେ ଥିବା ଲୋକମାନଙ୍କୁ ଦେଖି ହୁଏତ ସେ ସେମାନଙ୍କୁ ଖାଇବା ପାଇଁ ମନ କରିଥାଇପାରେ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୯ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତା’ ଉପରେ ଖଣ୍ଡାରେ ଆକ୍ରମଣ କଲେ
ଦେଖନ୍ତୁ ସେହି ଭିଡିଓ:
Tiger pulling tourist vehicle in Bannerghatta park , Bengaluru
😣
Recieved on whatsapp pic.twitter.com/TfH8mAiN2b
— Mona Patel (@MonaPatelT) January 15, 2021
ନିଜ ବିପୁଳ ବଳ ବ୍ୟବହାର କରି ବାଘଟି କାରର ବମ୍ପରକୁ ଦାନ୍ତ ଓ ନଖରେ ଟାଣି ବାହାର କରିବାକୁ ଚେଷ୍ଟା କରୁଥିଲା । କାରଟି ମଧ୍ୟ କିଛି ଦୂରତା ପଛକୁ ଟାଣି ହୋଇଯାଇଥିଲା । ଏହି ଘଟଣାରେ କାର୍ ଭିତରେ ଥିବା ପର୍ଯ୍ୟଟକମାନେ ଖୁବ୍ ଡରିଯାଇଥିଲେ ବୋଲି କହିଛନ୍ତି ବନ ଅଧିକାରୀମାନେ । କ୍ୟାମେରାରେ ବାଘର ଏହି ପ୍ରୟାସ ଆଗକୁ ବଢ଼ୁଥିବା ଦେଖାଯାଉଥିବା ବେଳେ ଓ ସେ ଆହୁରି ପ୍ରଖର ହେଉଥିବା ବେଳେ ଭିଡିଓଟି ବନ୍ଦ ହୋଇଯାଉଛି ।
ଏହା ବି ପଢ଼ନ୍ତୁ | ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଓ ଶିକ୍ଷାବିତମାନେ ବିରୋଧ କଲେ
କ୍ଲିଫହାଙ୍ଗରରେ ଶେଷ ହୋଇଥିବା ଏହି ଭିଡିଓର ଶେଷ ମୁହୂର୍ତ୍ତରେ ଦେଖାଯାଉଛି ଯେ ଆଉ ଏକ ବାଘ ସେଠାକୁ ଆସୁଛି । ତାକୁ ଦେଖି, ଅର୍ଥାତ ଦୁଇଟି ବାଘଙ୍କୁ ସେଇଠି ଦେଖି ପର୍ଯ୍ୟଟକମାନେ ଖୁବ୍ ଭୟଭୀତ ହୋଇଥିଲେ ।
ଏହି ଭିଡିଓ ସୋସିଆଲ ମିଡି଼ଆରେ ମୋନା ପଟେଲ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଥିଲା । ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୨୦,୦୦୦ରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହି ଭିଡିଓକୁ ୧,୦୦୦ରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଏହି ଭିଡିଓ ଉପରେ ଅନେକ ଲୋକ ବିଭିନ୍ନ ପ୍ରକାର ମନ୍ତବ୍ୟ ବି ଦେଇଛନ୍ତି ।