୩ବର୍ଷ ବୟସରେ ରେକର୍ଡ ପରେ ରେକର୍ଡ କରିଚାଲିଛି କୁନି ଝିଅ; ସମସ୍ତେ କରୁଛନ୍ତି ପ୍ରଶଂସା

୩ ବର୍ଷର କୁନି ଝିଅ ଅଭିଳାଷା । ଯିଏ ନିଜର ଉଜ୍ଜ୍ୱଳ ସ୍ମୃତି ଶକ୍ତି ପାଇଁ ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

୩ବର୍ଷ ବୟସରେ ରେକର୍ଡ ପରେ ରେକର୍ଡ କରିଚାଲିଛି କୁନି ଝିଅ; ସମସ୍ତେ କରୁଛନ୍ତି ପ୍ରଶଂସା

୩ବର୍ଷ ବୟସରେ ରେକର୍ଡ ପରେ ରେକର୍ଡ କରିଚାଲିଛି କୁନି ଝିଅ; ସମସ୍ତେ କରୁଛନ୍ତି ପ୍ରଶଂସା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପିଲାମାନେ ପ୍ରାୟତଃ ବୟସ୍କମାନଙ୍କୁ ମଧ୍ୟ ସେମାନଙ୍କ ବାକ୍ୟ କିମ୍ବା ଆଚରଣ ଦ୍ୱାରା ଆଶ୍ଚର୍ଯ୍ୟ କରନ୍ତି । କିନ୍ତୁ କିଛି ପିଲା ସେମାନଙ୍କ ପ୍ରତିଭା ଦ୍ଵାରା ସମଗ୍ର ବିଶ୍ୱରେ ଛାଇଯାନ୍ତି । ଏହି ପ୍ରତିଭାମାନେ ନିଜର ବୟସ ତୁଳନାରେ ଏମିତି କିଛି କରିଦେଖାନ୍ତି, ଯାହାକୁ ପ୍ରଶଂସା ନକରି ଆପଣ ବି ରହିପାରିବେ ନାହିଁ । ଏହି ଭଳି ଜଣେ ପ୍ରତିଭା ହେଉଛନ୍ତି ପଶ୍ଚିମବଙ୍ଗର ୩ ବର୍ଷର କୁନି ଝିଅ ଅଭିଳାଷା । ଯିଏ ନିଜର ଉଜ୍ଜ୍ୱଳ ସ୍ମୃତି ଶକ୍ତି ପାଇଁ ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ତୀକ୍ଷ୍ଣ ମସ୍ତିସ୍କ ଏବଂ ମନେ ରଖିବାର କ୍ଷମତା ପାଇଁ ଅନ୍ତର୍ଜାତୀୟ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଛୋଟ ଅଭିଳାଷା ଅଖୁଲିଙ୍କ ନାମ ସ୍ଥାନିତ ହୋଇଛି । ମାତ୍ର ୩ ବର୍ଷ ୮ ମାସ ବୟସରେ ଅଭିଳାଷା ୨୪ ସେକେଣ୍ଡରେ ୨୬ ଟି ନର୍ଥ ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ), ଫୋନେଟିକ୍ସ, ଆଲଫାରୁ ଜୁଲୁ ପର୍ଯ୍ୟନ୍ତ ଅକ୍ଷର ଗୁଡ଼ିକର ଉତ୍ତର ଦେଇ ପ୍ରଥମ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ପରେ ସେ ମାତ୍ର ୫ ମିନିଟ୍ ୫୧ ସେକେଣ୍ଡରେ ଦ୍ୱିତୀୟ ରେକର୍ଡ ହାସଲ କରିଥିଲେ ।

ଏହା ବ୍ୟତୀତ ଅଭିଳାଷା ୬୨ ଟି ପଶୁ ପ୍ରଜାତିର ନାମ କହି ନିଜକୁ ତାଲିକାଭୁକ୍ତ କରିଥିଲେ । ଇଂରାଜୀରେ ସେମାନଙ୍କ ଶବ୍ଦ ଓ ସେମାନଙ୍କ ବାସ ସ୍ଥାନର ନାମ ମନେ ରଖିଥିଲେ । ଅଭିଳାଷାଙ୍କ ଏହି ପ୍ରତିଭା ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଥିଲା।

ଛୋଟ ଅଭିଳାଷାଙ୍କ ମାଆ ମୌସୁମୀ ଅକୁଲି ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ମୁଁ ଚାହୁଁଛି ମୋ ଝିଅ ନିଜ ପାଇଁ କିଛି ଭଲ କରୁ । ସେ ତା'ର ଶିକ୍ଷା ଜାରି ରଖୁ ଓ ଜୀବନର ପ୍ରତ୍ୟେକ ସଫଳତା ହାସଲ କରୁ । ଅଭିଳାଷାଙ୍କ ପିତା ବିଶ୍ୱରୁପ ଅଖୁଲି ଜଣେ କେନ୍ଦ୍ର ସରକାରୀ କର୍ମଚାରୀ । ବିଶ୍ୱରୁପ କହିଛନ୍ତି ଯେ ତାଙ୍କ ଝିଅ ବହୁତ ଆଗ୍ରହୀ । ଏକ ଅନୁଭୁତି ବଖାଣି ସେ କହିଛନ୍ତି ଯେ ଥରେ ସେ ନିଜ ଝିଅ ସହିତ ପ୍ରାଣୀ ଉଦ୍ୟାନକୁ ଯାଇଥିଲେ । ସେଠାରେ ସେ ବହୁତ ଉତ୍ସାହିତ ହୋଇଥିଲା । ସେ ପଶୁମାନଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲା । ପରେ, ଯେତେବେଳେ ମୁଁ ତା ପାଇଁ ପଶୁ ଖେଳଣା କିଣିଲି, ଦେଖିଲି ସେ ନିଜେ ହିଁ ଏସବୁକୁ ଚିହ୍ନି ପାରୁଛି ।
Published by:Soubhagya Mishra
First published: