ଦକ୍ଷିଣ ଇରାନରେ ଶକ୍ତିଶାଳୀ ଭୂକମ୍ପ
,News 18 Odia Digital
ନୂଆଦିଲ୍ଲୀ : ଆଜି ସକାଳୁ ଭୂକମ୍ପରେ ଥରିଛି ଦକ୍ଷିଣ ଇରାନ୍ । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିବା ୟୁରୋପୀୟ ମେଡିଟେରିଆନ୍ ସିସମୋଲୋଜିକାଲ ସେଣ୍ଟର କହିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ଥିବା ଜଣାପଡ଼ିଛି ।
ଭୂକମ୍ପରେ ୩ଜଣ ଇରାନ ନାଗରିକଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏଥିସହ ବ୍ୟାପକ ଧନ ଜୀବନ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଭୂକମ୍ପରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇଦିଆଯାଉଛି । ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି ।
ଆଜି ଭୋର ୩ଟା ୨୫ ସମୟରେ ଦକ୍ଷିଣ ଇରାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଆଖି ପଲକରେ ଅନେକ କ୍ଷୟକ୍ଷତି ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁବ ଭୟବିତ ଥିବା ଜଣାପଡ଼ିଛି । ଶକ୍ତିଶାଳୀ ଭୂକମ୍ପ ପୂର୍ବରୁ ମଧ୍ୟ ଇରାନରେ ଆଉ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୨ଟା ୪୩ ଓ ୩ଟା ୧୩ରେ ହୋଇଥିବା ଭୂକମ୍ପର ତୀବ୍ରତା ଯଥାକ୍ରମେ ୪.୬ ଏବଂ ୪.୪ ଥିବା ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।