ଜାମୁ ଓ କାଶ୍ମୀର: ହିଜବୁଲ ଆତଙ୍କବାଦୀଙ୍କୁ ନିଜ ଘରେ ରଖି ତାଙ୍କର ଦେଖାଶୁଣା କରିଥିଲେ ଡିଏସପି ଦେବିନ୍ଦର ସିଂ

ଜାମୁ ଓ କାଶ୍ମୀରର କୁଲଗାମରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ କାରରୁ ଗିରଫ ହୋଇଥିବା ଡିଏସପି ଦେବିନ୍ଦର ସିଂଙ୍କୁ ନେଇ ପୁଣି ଏକ ନୂଆ ଖୁଲାସା ହୋଇଛି ।

ଜାମୁ ଓ କାଶ୍ମୀର: ହିଜବୁଲ ଆତଙ୍କବାଦୀଙ୍କୁ ନିଜ ଘରେ ରଖି ତାଙ୍କର ଦେଖାଶୁଣା କରିଥିଲେ ଡିଏସପି ଦେବିନ୍ଦର ସିଂ
ଗିରଫ ଜାମୁ ଓ କାଶ୍ମୀର ପୋଲିସର ଡିଏସପି ଦେବିନ୍ଦର ସିଂ
  • News18 Odia
  • Last Updated: January 14, 2020, 9:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଜାମୁ ଓ କାଶ୍ମୀର ପୋଲିସର ଡିଏସପି ଦେବିନ୍ଦର ସିଂ ଯିଏ ହିଜବୁଲ ଆତଙ୍କବାଦୀଙ୍କ ସହ କାରରୁ ଗିରଫ ହୋଇଥିଲେ  ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଇଣ୍ଟେଲିଜେନ୍ସ ଅଧିକାରୀ ତାଙ୍କୁ ପଚରା ଉଚରା କରୁଛନ୍ତି । ତେବେ ଏହା ମଧ୍ୟରେ ଜଣା ପଡ଼ିଛି କି ଦେବିନ୍ଦର ନିଜ ଘରେ ଏହି ୩ଜଣ ଆତଙ୍କବାଦୀଙ୍କୁ ରଖି ସେମାନଙ୍କର ଦେଖାଶୁଣା କରୁଥିଲେ । ତାଙ୍କ ଘର ବାଦାମୀ ବାଗ ଅନ୍ତର୍ଗତ ସେନାର ୧୬ କୋର ମୁଖ୍ୟାଳୟ ପାଖରେ । ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ଚଢ଼ାଉ କରିଥିଲା ସେଠାରୁ ଗୋଟିଏ ଏକେ-୪୭ ରାଇଫଲ ଏବଂ ୨ଟି ପିସ୍ତଲ ଜବତ ହୋଇଥିଲା । ଏ ସମ୍ପର୍କରେ ଅଧିକାରୀମାନେ ୧୩ ତାରିଖରେ ସୂଚନା ଦେଇଥିଲେ ।

ଦେବିନ୍ଦରଙ୍କୁ ଗିରଫ କରାଯିବା ସମୟରେ ସେ ଆତଙ୍କବାଦୀମାନଙ୍କୁ ଚଣ୍ଡୀଗଡ଼ ନେଇ ଯାଉଥିଲେ । ଅଧିକାରୀମାନେ କହିଛନ୍ତି କି ଦେବିନ୍ଦର ଆତଙ୍କବାଦୀମାନଙ୍କୁ ତାଙ୍କ ଘରକୁ ନେଇ ତାଙ୍କୁ ଖାଇବାକୁ ଦେବା ସହ ରାତିରେ ଘରେ ରଖିଥିଲେ । ଏହି ଆତଙ୍କବାଦୀମାନେ ହେଉଛନ୍ତି ହିଜବୁଲର ଶୀର୍ଷ କମାଣ୍ଡର ନବୀଦ ବାବୁ ଏବଂ ତାଙ୍କର ଦୁଇ ସହଯୋଗୀ ଇରଫାନ ଏବଂ ରଫି । ଏହି ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଭାବେ କାଶ୍ମୀରରୁ ବାହାର କରିବା ଲାଗି ଦେବିନ୍ଦର ସିଂ ଦୁଇଦିନ ଛୁଟି  ଆପ୍ଲାଏ କରିଥିଲେ ।

ଅଧିକାରୀମାନେ କହିଛନ୍ତି କି ଦେବିନ୍ଦର ତିନିଜଣ ଆତଙ୍କବାଦୀଙ୍କୁ ସାଦା କପଡ଼ାରେ ୧୧ତାରିଖ ସକଳେ ଘରୁ ନେଇ ଯାଉଥିବାବେଳେ ଶ୍ରୀନଗରରୁ ପାଖାପାଖି ୬୦ କିଲୋମିଟରେ ପରେ ପୋଲିସ ତାଙ୍କ ଗାଡ଼ିକୁ ରୋକି ଥିଲା । ଧରାପଡ଼ିବା ପରେ ଦେବିନ୍ଦର ଭୁଲ ଭାଲ ଜବାବ ଦେବାରୁ ତାଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କ ଘରେ ଛାନଭିନ କରାଯାଇଥିଲା ।

ଧରାପଡ଼ିଥିବା ଆତଙ୍କବାଦୀ ନବୀଦ ବାବୁ ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ଭାବେ ଅବସ୍ଥାପିତ ଥିଲା ତା ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେହିପରି ଇରଫାନ କିଛି ବର୍ଷ ମଧ୍ୟରେ ୫ଥର ପାକିସ୍ଥାନ ଗସ୍ତ କରିସାରିଛି । ମାତ୍ର ସୁରକ୍ଷା ଅଧିକାରୀମାନଙ୍କ ପାଖରେ ତା ସମ୍ପର୍କରେ ସେପରି କୌଣସି ଖବର ନଥିଲା ।

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଦେବିନ୍ଦର ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ସଂସଦ ଉପରେ ଆକ୍ରମଣ କରିଥିବା ଅଫଜଲ ଗୁରୁ ଦ୍ବାରା ୨୦୧୩ରେ ଲେଖାଯାଇଥିବା ଚିଠିରେ ସିଂଙ୍କ ଉପରେ ଅନେକ ଗୁଡ଼ିଏ ଆରୋପ ରହିଥିଲା ।  ତେବେ ଆରୋପ ଗୁଡ଼ିକର ଯାଞ୍ଚ କରାଯାଇଥିଲା ମାତ୍ର ଏନେଇ ପ୍ରମାର ସମ୍ପର୍କରେ କୌଣସି ଚର୍ଚ୍ଚା ହୋଇନଥିଲା ।  ତେବେ ଦେବିନ୍ଦରଙ୍କ ଗିରଫଦାରୀ ଯୋଗୁଁ ଜାମୁ ଓ କାଶ୍ମୀର ପୋଲିସର ଛବି ଉପରେ ପୁଣି ଦାଗ ଲାଗିଛି । ମାତ୍ର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ କୁଲଦୀପ ଖୋଡ଼ା ନିଜର ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିବାରେ ଟିକିଏ ବି ସଙ୍କୋଚ କରିନଥିବାରୁ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।
First published: January 14, 2020, 9:29 AM IST