ଗୋଟିଏ ମିନିଟରେ ଏକା ସାଙ୍ଗରେ ପତ୍ନୀଙ୍କୁ ଛାଡ଼ ପତ୍ର ଦେଲେ ତିନି ଭାଇ; ଜାଣନ୍ତୁ କାରଣ

ନିଜ ମା’ଙ୍କ ସେବା ନକରିବାରୁ ନିଜ ପତ୍ନୀଙ୍କୁ ଏକା ସାଙ୍ଗରେ ଛାଡ଼ପତ୍ର ଦେଇଛନ୍ତି ତିନି ଭାଇ। ଏହି ଆଶ୍ଚର୍ଯ୍ୟଜନକ ମାମଲା ଆଲଜେରିଆର ଅଟେ।

ଏକା ସାଙ୍ଗରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ତିନି ଭାଇ (ପ୍ରତୀକାତ୍ମକ ଛବି)

ଏକା ସାଙ୍ଗରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ତିନି ଭାଇ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନିଜ ମା’ଙ୍କ ସେବା ନକରିବାରୁ ନିଜ ପତ୍ନୀଙ୍କୁ ଏକା ସାଙ୍ଗରେ ଛାଡ଼ପତ୍ର ଦେଇଛନ୍ତି ତିନି ଭାଇ। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ଆଶ୍ଚର୍ଯ୍ୟଜନକ ମାମଲା ଆଲଜେରିଆର ଅଟେ, ଯେଉଁଠାରେ ତିନି ଭାଇ ଏକତ୍ର ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି।

ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଆଲଜେରିଆର ବୃଦ୍ଧ ମା’ଙ୍କ ଯତ୍ନ ନେଉ ନଥିବା ଯୋଗୁଁ ଏକ ମିନିଟରୁ କମ୍ ସମୟ ମଧ୍ୟରେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବାର ଅଭିଯୋଗ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତିନିଜଣ ଭାଇ ସେମାନଙ୍କ ବୃଦ୍ଧ ମା’ଙ୍କ ଯତ୍ନ ନେଉ ନ ଥିବା ଦେଖି କ୍ରୋଧିତ ହୋଇଯାଇଥିଲେ।

ଏହି ରିପୋର୍ଟରେ ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ତିନି ଭାଇ କାମରୁ ଫେରି, ସେମାନେ ସେମାନଙ୍କର ଅସୁସ୍ଥ ମା’ଙ୍କୁ ପଡ଼ୋଶୀମାନଙ୍କ ଯତ୍ନ ନେଉଥିବାର ଦେଖିଥିଲେ। ଏହି ତିନି ଭାଇ ଜାଣିବାକୁ ପାଇଲେ ଯେ ସେମାନଙ୍କ ମାଆଙ୍କୁ ପଡ଼ୋଶୀମାନେ ଗାଧୋଇ ଦେଇ ଖାଇବାକୁ ଦେଇଛନ୍ତି, ଏହି କାରଣରୁ ତିନି ଭାଇ କ୍ରୋଧିତ ହୋଇଥିଲେ ଓ ସେମାନେ ତୁରନ୍ତ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ସ୍ଥିର କଲେ। ରିପୋର୍ଟ ଅନୁଯାୟୀ, ତିନି ଭାଇ ଏକ ମିନିଟ୍ ମଧ୍ୟରେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଝିଅ ତିନି ଭାଇଙ୍କ ବୃଦ୍ଧ ମା’ଙ୍କ ଯତ୍ନ ନେବା ପାଇଁ ସପ୍ତାହରେ ଦୁଇଥର ତାଙ୍କ ମା’ଙ୍କୁ ଦେଖା କରୁଥିଲେ। କିନ୍ତୁ ସ୍ୱାମୀ ଅସୁସ୍ଥ ହୋଇପଡିଥିବାରୁ ସେ ଆସିପାରିନଥିଲେ।  ଏଭଳି ପରିସ୍ଥିତିରେ ଝିଅ ନିଜ ମା’ର ଯତ୍ନ ନେବାକୁ ଆସିପାରିନଥିଲା।

ପତ୍ନୀମାନେ ମା’ର ଯତ୍ନ ନେବାକୁ ମନା କରିଦେଇଥିଲେ। ଯାହା ପରେ ବୃଦ୍ଧ ମହିଳାଙ୍କ ଅବସ୍ଥା ବିଗିଡି ଯାଇଥିଲା ଓ ତିନି ଭାଇ କାମ କରିବାକୁ ଯିବା ପରେ କେହି ତାଙ୍କ ଯତ୍ନ ନେଇ ନଥିଲେ। ଏହି କାରଣରୁ ତିନି ଭାଇ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ।
Published by:Soumya Das
First published: