ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ଉପରକୁ ବୋମା ମାଡ଼ ଧମକ; ଜଣେ ଅଟକ

'ଭାରତ ଯୋଡ' ସମୟରେ ରାହୁଲ ଗାନ୍ଧିଙ୍କ ଉପରକୁ ବୋମା ମାଡ଼ ଧମକ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ପୋଷ୍ଟ ମାଧ୍ଯମରେ ତାଙ୍କୁ ଏହି ଧମକଭରା ଚିଠି ମିଳିଥିଲା ।

 ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ 'ଭାରତ ଯୋଡ' ସମୟରେ ରାହୁଲ ଗାନ୍ଧିଙ୍କ ଉପରକୁ ବୋମା ମାଡ଼ ଧମକ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ପୋଲିସ ତାଙ୍କୁ ପଚରାଉଚରା କରିଥିଲା, ଯେଉଁଥିରେ ସେ ଅନେକ ତଥ୍ୟ ପ୍ରକାଶ କରିଛନ୍ତି। ସେହି ବ୍ୟକ୍ତିଙ୍କ ନାମ ଜ୍ଞାନ ସିଂ, ଯିଏ ଇନ୍ଦୋରର ମେକାନିକ୍ ନଗରର ବାସିନ୍ଦା ବୋଲି କୁହାଯାଇଛି। ଉକ୍ତ ବ୍ୟକ୍ତିଙ୍କୁ ଜୁନି ଇନ୍ଦୋର ପୋଲିସ ଥାନାରେ ପଚରାଉଚରା କରାଯାଇଛି।

ଇନ୍ଦୋର ପୋଲିସ କମିଶନର ହରି ନାରାୟଣ ଚାରି ମିଶ୍ର କହିଛନ୍ତି ଯେ ଜୁନି ଅଞ୍ଚଳର ଏକ ମିଠା ଦୋକାନକୁ ଏକ ଚିଠି ଆସିଛି ଯେଉଁଥିରେ ନଭେମ୍ବର ଶେଷରେ ଇନ୍ଦୋରକୁ ଆସୁଥିବା କଂଗ୍ରେସର 'ଭାରତ ଯୋଡ' ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କୁ ଧମକ ଦିଆଯାଇଥିଲା। ସେଥିରେ ବୋମା ମାଡ଼ କରିବା ଓ ରାଜ୍ୟ କଂଗ୍ରେସ ସଭାପତି କମଲ ନାଥଙ୍କୁ ଗୁଳି କରିବା ପ୍ରସଙ୍ଗ ମଧ୍ୟ ଲେଖାଯାଇଥିଲା।

ଧମକ ପତ୍ରକୁ ନେଇ ପୋଲିସ ଗୁରୁବାର ଦିନ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି।  ପୋଲିସର ସୂଚନାନୁସାରେ, ପୋଷ୍ଟ ଦ୍ୱାରା ପଠାଯାଇଥିବା ଚିଠିରେ ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ଓ ଚଳିତ ମାସ ଶେଷରେ 'ଭାରତ ଯୋଡ' ଯାତ୍ରା ସମୟରେ ଇନ୍ଦୋରର ବିଭିନ୍ନ ସ୍ଥାନରେ ଭୟଙ୍କର ବୋମା ବିସ୍ଫୋରଣ ଓ ରାହୁଲ ଗାନ୍ଧି ଏବଂ ରାଜ୍ୟ କଂଗ୍ରେସ ସଭାପତି କମଲ ନାଥଙ୍କୁ ମୃତ୍ୟୁ ଧମକ ଦିଆଯାଇଥିଲା।

ଧମକପୂର୍ଣ୍ଣ ଚିଠିର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଚିଠିରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ବିଷୟରେ ଉଲ୍ଲେଖ କରି କୁହାଯାଇଛି ଯେ ଏହି ଅତ୍ୟାଚାର ବିରୋଧରେ କୌଣସି ରାଜନୈତିକ ଦଳ ସ୍ୱର ଉତ୍ତୋଳନ କରିନାହାଁନ୍ତି। ଏହି ଚିଠିରେ କମଲ ନାଥଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରି ଧମକ ଦିଆଯାଇଛି ଯେ ରାହୁଲ ଗାନ୍ଧିଙ୍କ ଇନ୍ଦୋର ଗସ୍ତ ସମୟରେ କମଲ ନାଥଙ୍କ ଉପରେ ଖୁବ୍ ଶୀଘ୍ର ଗୁଳି ମାଡ଼ ହେବ ଓ ରାହୁଲ ଗାନ୍ଧିଙ୍କୁ ମଧ୍ୟ ତାଙ୍କ ପିତା ପିତା ରାଜୀବ ଗାନ୍ଧିଙ୍କ ନିକଟକୁ ପଠାଯିବ।
Published by:Soumya Das
First published: