News 18 Odia Digital
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ (up cm) ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଛି। ଗୁଳି ମାରି ଉଡାଇଦେବା ପାଇଁ ସୋସିଆଲ ମିଡିଆ (social media)ରେ ପୋଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଥିବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଉତ୍ତର ପ୍ରଦେଶ ପୋଲିସ (uttarpradesh police) ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ମାମଲା ରୁଜୁ କରିଛି ପୋଲିସ । ସୋସିଆଲ ମିଡିଆ ପୋଷ୍ଟ ଆଧାରରେ ପୋଲିସ ଘଟଣାର ତଦନ୍ତ (investigation) ମଧ୍ୟ ଆରମ୍ଭ କରିଛି ।
ତଦନ୍ତ ମାଧ୍ୟମରେ ଅଭିଯୁକ୍ତ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି ପୋଲିସ । ଅଭିଯୁକ୍ତକୁ ଗିରଫ (arrest) କରିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ପ୍ରଥମେ ଏହା କୁହାଯାଉଥିଲା ଯେ, ଅଭିଯୁକ୍ତ ଉତ୍ତରପ୍ରଦେଶର ବାଗପାଟର ବାସିନ୍ଦା । ତେବେ ପୋଲିସର ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତ ବାଗପାଟରୁ ନୁହେଁ ବରଂ ଝାଡଖଣ୍ଡ (jharkhand)ର ବାସିନ୍ଦା ବୋଲି ଜଣାପଡିଛି। ବାଗପାଟ କୋଟୱାଲି ପୋଲିସର ସୂଚନାନୁସାରେ, ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ନାମ ହେଉଛି ଅମାନ ରଜା ।
ଅଭିଯୁକ୍ତ ସୋସିଆଲ ମିଡିଆ ଫେସବୁକ (facebook) ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାକୁ ଧମକ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇ ପୋଲିସ ନିକଟରେ ପହଞ୍ଚିଥିଲା । ପୋଷ୍ଟ ଭାଇରାଲ (post viral) ହେବା ପରେ ତାହାର ସ୍କ୍ରିନସଟ (screenshot)କୁ ଟ୍ୟାଗ କରି ନିତିନ ଟୋମର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଟ୍ୱିଟ କରିଛନ୍ତି ।
ଗତକାଲି ଅର୍ଥାତ ସୋମବାର ଦିନ ପୋଲିସ ଅଧିକାରୀ ବିନୋଦ କୁମାର କୋଟୱାଲିରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ବାଗପାଟ ପୋଲିସ ଅଧିକାରୀ ଡି.କେ ଶର୍ମା କହିଛନ୍ତି ଯେ, ଅମାନ ରଜାଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ ହୋଇଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ଏପ୍ରିଲ ମାସର ୫ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ହତ୍ୟା ଧମକ ଦିଆଯାଇଥିଲା । ଉକ୍ତ ଧମକଟି ଏକ ଇମେଲ (email) ମାଧ୍ୟମରେ ପଠାଯାଇଥିଲା । ସିଏମ ଯୋଗୀଙ୍କ ସହ ପିଏମ ମୋଦିଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ -
ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ: ଦେଖନ୍ତୁ ଝଲକ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।