CM ଯୋଗୀ ଓ ବିଜେପି କିସାନ ମୋର୍ଚ୍ଚା ନେତାଙ୍କୁ ମିଳିଲା ମୃତ୍ୟୁ ଧମକ

ଏକ ବ୍ୟାଗରେ ମିଳିଥିବା ଚିଠିରେ ବିଜେପି କିସନ ମୋର୍ଚ୍ଚା ନେତା ଦେବେନ୍ଦ୍ର ତିୱାରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ଦିଆଯାଇଛି।

CM ଯୋଗୀ ଓ ବିଜେପି କିସାନ ମୋର୍ଚ୍ଚା ନେତାଙ୍କୁ ମିଳିଲା ମୃତ୍ୟୁ ଧମକ

CM ଯୋଗୀ ଓ ବିଜେପି କିସାନ ମୋର୍ଚ୍ଚା ନେତାଙ୍କୁ ମିଳିଲା ମୃତ୍ୟୁ ଧମକ

  • Share this:
News18 Odia Digital

ଲକ୍ଷ୍ନୌ: ଗୁରୁବାର ରାତିରେ ଆଲାମବାଗ ଅଞ୍ଚଳରେ ରହୁଥିବା ଭାରତୀୟ କିସାନ ମୋର୍ଚ୍ଚା ନେତା ଦେବେନ୍ଦ୍ର ତିୱାରୀଙ୍କ ଘର ବାହାରେ ଏକ ବ୍ୟାଗ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ବ୍ୟାଗରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ଚିଠି ଦେଖିବାକୁ ମିଳିଛି। ଦେବେନ୍ଦ୍ରଙ୍କ ଅଭିଯୋଗ ଉପରେ ଆଲାମବାଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କିସାନ ମୋର୍ଚ୍ଚାର ନେତା ଦେବେନ୍ଦ୍ର ତିୱାରୀଙ୍କ ଅନୁଯାୟୀ, ‘‘ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପିଆଇଏଲ ଦାଖଲ ପାଇଁ ବୋମ ପକାଇ ମାରିଦେବାକୁ ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଚିଠିରେ ଧମକ ଦେଇଛନ୍ତି। ସେହି ଚିଠିରେ ଲେଖାଯାଇଛି ଯେ ତୁମକୁ କେତେ ଥର ବୁଝା ଯାଇଛି କିନ୍ତୁ ତଥାପି ତୁମେ ଏହାକୁ ଗ୍ରହଣ କରୁନାହିଁ। ପିଏଲ କାରଣରୁ ମୁସଲମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଥର ବୁଝା ଯାଉଛି କିନ୍ତୁ ଆପଣ ରାଜି ହେଉନାହାଁନ୍ତି। ଯୋଗୀଙ୍କ ନିର୍ଦ୍ଦେଶରେ PIL କାରଣରୁ ଆମର ସମସ୍ତ କଂସାଇଖାନା (ସ୍ଲାଟର ହାଉସ) ବନ୍ଦ ହୋଇଯାଇଛି। ବର୍ତ୍ତମାନ ଆପଣଙ୍କ ସହିତ କ’ଣ ଘଟୁଛି ଦେଖ। ଅପେକ୍ଷା କର, ଆପଣ ଆଗାମୀ ୧୫ ଦିନ ମଧ୍ୟରେ ଫଳାଫଳ ଦେଖିବାକୁ ପାଇବେ। ତୁମେ ଯେତିକି ଲୋକ ଆମର ଭଦ୍ରଲୋକ ଆସାଦୁଦ୍ଦିନ ଓୱାଇସି ଓ ମୌଲାନା ମଦାନୀଙ୍କୁ କନ୍ଦାଇଛ, ସେ ପ୍ରତ୍ୟେକ ଲୁହର ପ୍ରତିଶୋଧ ନେବୁ।’’

ଇନ୍ସପେକ୍ଟର-ଚାର୍ଜ ଆଲାମବାଗ ଧନଞ୍ଜୟ ସିଂଙ୍କ ଅନୁଯାୟୀ ଦେବେନ୍ଦ୍ର ତିୱାରୀଙ୍କ ଅଭିଯୋଗରେ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ ହୋଇଛି। ଏଥିସହିତ, ନିକଟରେ ସ୍ଥାପିତ ସିସିଟିଭି ସାହାଯ୍ୟରେ ଚିଠିର ପଠାଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।
Published by:Lipina Das
First published: