News 18 Odia Digital
ନୂଆଦିଲ୍ଲୀ; ମହାରାଷ୍ଟ୍ରର ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ଵୟଂ ସେବା ସଂଗଠନ (ଆରଏସଏସ) ମୁଖ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଧମକ ପାଇବା ପରେ ଆତଙ୍କ ସୃଷ୍ଟି ହୋଇଥିଲା । ସଂଗଠନର ମୁଖ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି। ଏହା ସହିତ ନାଗପୁର ପୋଲିସ ମଧ୍ୟ ଏହି ଧମକ ଉପରେ ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନାନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତି ଆରଏସଏସ ମୁଖ୍ୟାଳୟକୁ ବିସ୍ଫୋରଣ କରି ଉଡାଇବାକୁ ଧମକ ଦେଇଛି । ଧମକପୂର୍ଣ୍ଣ ଫୋନ୍ କଲ କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ସଜାଗ ରହିଛି।
ବମ୍ ସ୍କ୍ୱାଡ୍ ସଂଘ ମୁଖ୍ୟାଳୟର ଯାଞ୍ଚ କରୁଛିଆରଏସଏସ ମୁଖ୍ୟାଳୟକୁ ଉଡ଼ାଇବାର ଧମକ ସମ୍ପର୍କରେ ନାଗପୁର ଜୋନ୍ ଥ୍ରି ଡିସିପି ଗୋରଖ ଭାମ୍ରେ କହିଛନ୍ତି, ଶନିବାର ରାତି ୧ ଟାରେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ଯେଉଁଥିରେ ଜଣେ ବ୍ୟକ୍ତି ମହଲ ଅଞ୍ଚଳରେ ଆରଏସଏସ ମୁଖ୍ୟାଳୟକୁ ବୋମା ଫିଙ୍ଗିବାକୁ ଧମକ ଦେଇଥିଲେ। ଏହି ଧମକ ମିଳିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ସଙ୍ଗେ ସଙ୍ଗେ ବମ୍ ଡିଟେକସନ୍ ଏବଂ ଡିସପୋଜାଲ୍ ସ୍କ୍ବାର୍ଡ୍ ଡକାଯାଇ ସଂଗଠନର ମୁଖ୍ୟାଳୟ ପରିସର ଯାଞ୍ଚ କରାଯାଇଥିଲା । ତେବେ ତଦନ୍ତରେ କୌଣସି ସନ୍ଦେହଜନକ ତଥ୍ୟ ମିଳି ନଥିଲା । ଡିସିପି କହିଛନ୍ତି, ସତର୍କତା ମୂଳକ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ଆରଏସଏସ ମୁଖ୍ୟାଳୟର ସୁରକ୍ଷା ଆମର ଦାୟିତ୍ବ "ବୋଲି ସେ କହିଛନ୍ତି, ଆରଏସଏସ ମୁଖ୍ୟାଳୟ ସହ ଜଡିତ ଧମକ କଲ୍ ଉପରେ ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି, ପୋଲିସ ଏକ ଆପତ୍ତିଜନକ କଲ ପାଇଛି । ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ । ଏହି ପ୍ରସଙ୍ଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆରଏସଏସ ମୁଖ୍ୟାଳୟର ସୁରକ୍ଷା ଆମର ଦାୟିତ୍ବ ,, ପୋଲିସ ସେଠାରେ ସର୍ବଦା ନିୟୋଜିତ ହୋଇଥାଏ। କୌଣସି ଅନୁପଯୁକ୍ତ ଘଟଣା ଘଟିବ ନାହିଁ, ଯଦି ଏହା ଘଟିବାକୁ ଯାଉଛି, ଆମେ ଏହାକୁ ବନ୍ଦ କରିବୁ ।
ମୁମ୍ବାଇରେ ବିସ୍ଫୋରଣର ଆଶଙ୍କା ରହିଥିଲାବର୍ତ୍ତମାନ ପୋଲିସ କଲ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି । ସୂଚନା ଅନୁସାରେ ମୁମ୍ବାଇରେ ମଧ୍ୟ ନୂଆ ବର୍ଷ ଅବସରରେ କେତେକ ସ୍ଥାନରେ ବୋମା ବିସ୍ଫୋରଣର ଆଶଙ୍କା ରହିଥିଲା । ଏହି ମାମଲାରେ ପୋଲିସ ଶନିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।