News 18 Odia Digital
ନୂଆଦିଲ୍ଲୀ: ଇରାନ୍ରେ (iran) ଝିଅଙ୍କୁ ଶିକ୍ଷାରୁ ବଞ୍ଚିତ କରିବାକୁ ହୀନ ଚକ୍ରାନ୍ତ । ନାରୀ ଶିକ୍ଷାର (women's education) ଅବସାନ ପାଇଁ ଶହ ଶହ ଝିଅଙ୍କୁ ବିଷ । କୋମ୍ରେ କିଛି ଲୋକ ସ୍କୁଲ୍ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍ର ଉପ-ସ୍ବାସ୍ଥ୍ୟମନ୍ତ୍ରୀ (health minister) କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି ।
ତେହ୍ରାନ୍ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ କୋମ୍ରେ ନଭେମ୍ବର ଶେଷ ଭାଗରୁ ବହୁସଂଖ୍ୟକ ସ୍କୁଲ୍ ବାଳିକା ନିଶ୍ବାସପ୍ରଶ୍ବାସ ବିଷକ୍ରିୟାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ମଧ୍ୟ କରାଯାଇଥିଲା । ଜାଣିଶୁଣି ନାବାଳିକାମାନଙ୍କୁ ବିଷ ଦିଆଯାଉଥିବା କହିଛନ୍ତି ଉପ-ସ୍ବାସ୍ଥ୍ୟମନ୍ତ୍ରୀ ପନାହୀ । ଏ ସଂକ୍ରାନ୍ତରେ ସେ ବିସ୍ତୃତ ବିବରଣୀ ଦେଇ ନାହାନ୍ତି । କିନ୍ତୁ, ଏ ପର୍ଯ୍ୟନ୍ତ ଏହି ବିଷକ୍ରିୟା ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ । ଗୁଇନ୍ଦା ଓ ଶିକ୍ଷାମନ୍ତ୍ରାଳୟ ବିଷକ୍ରିୟାର କାରଣ ସଂକ୍ରାନ୍ତରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନିସୂଚନା ମୁତାବକ, କେମିକାଲ କମ୍ପାଉଣ୍ଡ ରୂପରେ ଦିଆଯାଉଥିଲା ବିଷ । ୪ଟି ସହରର ୧୪ଟି ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଛାତ୍ରୀଙ୍କ ଶରୀରରେ ବିଷ ଥିବା ଗତ ନଭେମ୍ବରରେ ଜଣାପଡ଼ିଥିଲା । ପବିତ୍ର ନଗରୀ କୋମ୍ ସହରରୁ ଆସିଥିଲା ପ୍ରଥମ ଘଟଣା । ଇରାନ୍ର ଉପ-ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଇରାନରେ ବହୁ ସ୍କୁଲରେ ଛାତ୍ରୀଙ୍କୁ ବିଷ ଦିଆଯାଇଛି । କିଛି ଲୋକ ଚାହୁଁଛନ୍ତି ସ୍କୁଲରେ ବନ୍ଦ ହେଉ ଝିଅଙ୍କ ପାଠପଢ଼ା । ଝିଅଙ୍କୁ ବିଷ ମାମଲାରେ ଯାଞ୍ଚ କରୁଛନ୍ତି ଇରାନ ସରକାର ।
https://www.youtube.com/watch?v=SWpIaK3tyjw
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।