ଏହି ବର୍ଷ ଦୀପାବଳିରେ ୧୦ ଟଙ୍କାର ଏକ ନୋଟ୍ ଆପଣଙ୍କୁ କରିଦେବ ମାଲାମାଲ; ଆକାଉଣ୍ଟକୁ ଆସିବ ହଜାର ହଜାର ଟଙ୍କା

ଏହି ବର୍ଷ ଦୀପାବଳିରେ ୧୦ ଟଙ୍କାର ଗୋଟିଏ ନୋଟ୍ ଆପଣଙ୍କୁ ମାଲାମାଲ କରିପାରେ । ଯଦି ଆପଣଙ୍କର ପାଖରେ ଏହି ୧୦ ଟଙ୍କିଆ ବିଶେଷ ନୋଟ୍ ଅଛି, ତେବେ ଆପଣଙ୍କ ଆକାଉଣ୍ଟକୁ ୨୫ ହଜାର ଟଙ୍କା ଆସିଯିବ ।

ଏହି ବର୍ଷ ଦୀପାବଳିରେ ୧୦ ଟଙ୍କାର ଏକ ନୋଟ୍ ଆପଣଙ୍କୁ କରିଦେବ ମାଲାମାଲ; ଆକାଉଣ୍ଟକୁ ଆସିବ ହଜାର ହଜାର ଟଙ୍କା
ଏହି ବର୍ଷ ଦୀପାବଳିରେ ୧୦ ଟଙ୍କାର ଏକ ନୋଟ୍ ଆପଣଙ୍କୁ କରିଦେବ ମାଲାମାଲ!
  • News18 Odia
  • Last Updated: November 10, 2020, 7:15 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଆପଣ ୧୦ ଟଙ୍କିଆ ନୋଟ୍ ମାଲାମାଲ କରିପାରେ । ଯଦି ଆପଣଙ୍କର ପାଖରେ ଏହି ୧୦ ଟଙ୍କିଆ ବିଶେଷ ନୋଟ୍ ଅଛି, ତେବେ ଆପଣଙ୍କ ଆକାଉଣ୍ଟକୁ ୨୫ ହଜାର ଟଙ୍କା ଆସିଯିବ । ଏଥର ଆପଣଙ୍କୁ ମାଗଣାରେ ୨୫ ହଜାର ଟଙ୍କା ରୋଜଗାର କରିବାର ସୁଯୋଗ ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଜାଣନ୍ତୁ ଆପଣ କେଉଁପରି ୧୦ ଟଙ୍କିଆ ନୋଟ୍ ଆବଶ୍ୟକ… ଓ ଆପଣ କିପରି ରୋଜଗାର କରିପାରିବେ-

ଗୋଟିଏ ନୋଟ୍ ଆପଣଙ୍କୁ କରିଦେବ ଧନୀ
ଆଜିକାଲି ସବୁ ଜାଗାରେ ନୂଆ ନୋଟ୍ ମିଳୁଛି କିନ୍ତୁ ପୁରୁଣା ନୋଟ୍ ବଜାରରୁ ଅଦୃଶ୍ୟ ହୋଇଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ପୁରୁଣା ୧୦ ଟଙ୍କା ନୋଟ୍ ଅଛି ତେବେ ଆପଣ ରୋଜଗାର କରିପାରିବେ । ଆମେ ୧୦ ଟଙ୍କିଆ ଯେଉଁ ନୋଟ୍ ବିଷୟରେ କହୁଛୁ ତାହା ବହୁ ବର୍ଷ ପୂର୍ବେ ଭାରତରେ ଚାଲୁଥିଲା ।

ଏହିପରି ଅନେକ ନୋଟ୍ ବ୍ରିଟିଶ ଶାସନ ସମୟରେ ଭାରତରେ ଚାଲୁଥିଲା । ଯାହା ବର୍ତ୍ତମାନ ସୁଦ୍ଧା କେହି ଜାଣି ନଥିବେ । ଅଶୋକା ସ୍ତମ୍ଭ ପ୍ରଥମ ୧୦ ଟଙ୍କିଆ ନୋଟରେ ରହିଆସୁଥିଲା । ୩ ମୁଖର ସିଂହର ଏହି ନୋଟ୍ ବର୍ତ୍ତମାନ ବିରଳ କିନ୍ତୁ ଯଦି ଆପଣଙ୍କର ଏହି ନୋଟ୍ ଅଛି ତେବେ ଆପଣଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ ।

କେତେ ଟଙ୍କା ମିଳିବ
ଏହିପରି ଗୋଟିଏ ନୋଟ୍ ପାଇଁ ଆପଣ ୨୦-୨୫ ହଜାର ଟଙ୍କା ପାଇପାରିବେ । ଭଲ କଥା ହେଉଛି ଆପଣ ଏହି ନୋଟକୁ ଘରେ ରହି ଅନଲାଇନରେ ବିକ୍ରି କରିପାରିବେ ।

କେଉଁଠାରେ ବିକ୍ରି କରିପାରିବେ ଏହି ନୋଟ୍
ଏହି ନୋଟ୍ ଗୁଡିକ ଘରେ ରହି ଇଣ୍ଡିଆ ମାର୍ଟ, ଶପ୍ କ୍ଲୁସ୍ ଓ ମାରୁଧର ଆର୍ଟରେ ଭଲ ମୂଲ୍ୟରେ ବିକ୍ରି ହୋଇପାରିବ । ଏହି ପ୍ଲାଟଫର୍ମଗୁଡିକରେ ମଧ୍ୟ ଆପଣ ଏହି ନୋଟ୍ ପାଇଁ ଏକ ବଡ଼ ଦାମ୍ ପାଇବେ । ଏହି କମ୍ପାନୀର ସାଇଟ୍ ଭିଜିଟ କରି ଆପଣ ଏହି ନୋଟ୍ ବିକ୍ରି କରିପାରିବେ । ଏହାର ପ୍ରତିବଦଳରେ ଆପଣ ୨୫ ହଜାର ଟଙ୍କା ପାଇବେ ।

୧୯୪୩ ରେ ଜାରି ହୋଇଥିଲା
ଏହି ନୋଟ୍ ୧୯୪୩ ରେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଜାରି କରାଯାଇଥିଲା । ଏହି ନୋଟ୍ ଭାରତୀୟ ସିଡି ଦେଶମୁଖଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ୧୦ ଟଙ୍କାର ଏହି ପୁରୁଣା ନୋଟରେ ଗୋଟିଏ ପଟେ ଅଶୋକା ସ୍ତମ୍ଭ ଓ ଅନ୍ୟ ପଟେ ଗୋଟିଏ ଡଙ୍ଗା ଅଛି । ସେହି ସମୟରେ, ପଛ ପଟେ ଏହି ନୋଟର ଉଭୟ ପାର୍ଶ୍ୱରେ ୧୦ ଟଙ୍କା ଇଂରାଜୀରେ ଲେଖାଯାଇଛି ।

ଏହି ୱେବସାଇଟ୍ ଗୁଡିକରେ ବିକ୍ରୟ କରିପାରିବେ -
https://dir.indiamart.com/impcat/old-coins.html
https://in.pinterest.com/080841052o/sell-old-coins/
http://www.indiancurrencies.com/
Published by: Jagdish Barik
First published: November 10, 2020, 7:15 AM IST
corona virus btn
corona virus btn
Loading