ଚାକିରୀ କରିଥିବା ଲୋକଙ୍କ ପାଇଁ ଖୁସି ଖବର! ୧୦% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ଦରମା...

ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର (Coronavirus) ମଧ୍ୟରେ ଲୋକମାନଙ୍କ ମନରେ ଲକଡାଉନ (Lockdown) ଓ ଚାକିରିକୁ ନେଇ ଟେନଶନ ଲାଗି ରହିଛି । ଏଭଳି ପରିସ୍ଥିତିରେ ଷ୍ଟାଫିଂ କମ୍ପାନୀ ଜିନିୟସ୍ କନ୍ସଲଟାଣ୍ଟସର ଏକ ସର୍ଭେରୁ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଆରାମ ଦାୟକ ଖବର ସାମ୍ନାକୁ ଆସିଛି ।

ଚାକିରୀ କରିଥିବା ଲୋକଙ୍କ ପାଇଁ ଖୁସି ଖବର! ୧୦% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ଦରମା...
ଚାକିରୀ କରିଥିବା ଲୋକଙ୍କ ପାଇଁ ଖୁସି ଖବର!
  • News18 Odia
  • Last Updated: April 14, 2021, 11:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର (Coronavirus) ମଧ୍ୟରେ ଲୋକମାନଙ୍କ ମନରେ ଲକଡାଉନ (Lockdown) ଓ ଚାକିରିକୁ ନେଇ ଟେନଶନ ଲାଗି ରହିଛି । ଏଭଳି ପରିସ୍ଥିତିରେ ଷ୍ଟାଫିଂ କମ୍ପାନୀ ଜିନିୟସ୍ କନ୍ସଲଟାଣ୍ଟସର ଏକ ସର୍ଭେରୁ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଆରାମ ଦାୟକ ଖବର ସାମ୍ନାକୁ ଆସିଛି । ଏହି ସର୍ଭେ ରିପୋର୍ଟ ଅନୁଯାୟୀ କମ୍ପାନୀଗୁଡ଼ିକ ନିଜ ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ମନୋବୃତ୍ତିରେ ଅଛନ୍ତି । ଏହି ବୃଦ୍ଧି ୫ ରୁ ୧୦ ପ୍ରତିଶତ ହୋଇପାରେ । ଅଧିକାଂଶ ବେତନ ପ୍ରାପ୍ତ ବ୍ୟକ୍ତିଙ୍କ ସାଲାରୀ ଷ୍ଟ୍ରକ୍ଚରରେ ପରିବର୍ତ୍ତନ ହୋଇପାରେ ।

ସର୍ଭେରେ ୧୨୦୦ କମ୍ପାନୀକୁ ସାମିଲ କରାଯାଇଛି
ଜିନିୟସ୍ କନ୍ସଲଟାଣ୍ଟଙ୍କ ସର୍ବେକ୍ଷଣରେ ଦେଶର ୧୨୦୦ ଟି କମ୍ପାନୀ ସାମିଲ କରାଯାଇଥିଲା । ଯେଉଁଥିରୁ ଅଧାରୁ ଅଧିକ କମ୍ପାନୀ ନିଜ ନିଜର କର୍ମଚାରୀଙ୍କ ବେତନ ବୃଦ୍ଧି ସପକ୍ଷରେ ଅଛନ୍ତି । ୫୯% କମ୍ପାନୀ କହିଛନ୍ତି ଯେ କର୍ମଚାରୀଙ୍କ ବେତନ ବୃଦ୍ଧି କରିବା ମୁଡ଼ରେ ଅଛନ୍ତି ।

୨୦ ପ୍ରତିଶତ କମ୍ପାନୀ ଏହା କହିଛନ୍ତି
ଏହି ସର୍ଭେରେ କମ୍ପାନୀର ୨୦ ପ୍ରତିଶତ କହିଛନ୍ତି ଯେ ସେମାନେ ଦରମା ବୃଦ୍ଧି କରିବେ କିନ୍ତୁ ଏହା ୫% ରୁ କମ୍ ରହିବ । ଯେତେବେଳେ କି ୨୧% କମ୍ପାନୀ ୨୦୨୧ ଦରମା ବୃଦ୍ଧି କରିବେ ନାହିଁ ।

ଫ୍ରେଶରକୁ ମିଳିବ ସୁଯୋଗ
୪୩ ପ୍ରତିଶତ କମ୍ପାନୀ କହିଛନ୍ତି ଯେ ସେମାନେ ଫ୍ରେଶର୍ମାନଙ୍କୁ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି । ଏଥି ସହିତ ୪୧ ପ୍ରତିଶତ କମ୍ପାନୀ ଅଭିଜ୍ଞତା ସମ୍ପର୍ଣ୍ଣ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛନ୍ତି ।

ଏହି କମ୍ପାନୀଗୁଡିକ ସର୍ଭେରେ ସାମିଲ ହୋଇଥିଲେ
ଜିନିୟସ୍ କନସଲଟାଣ୍ଟର ଏହି ସର୍ଭେରେ HR, IT, ITES, BPO, ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସ, ଆର୍କିଟେକ ଆଣ୍ଡ ଇଞ୍ଜିନିୟରିଂ, ଶିକ୍ଷା, ଲଜିଷ୍ଟିକ୍ , ଟୁରିଜିମ, ମିଡିଆ, ଫାର୍ମା, ମେଡିକାଲ୍, ପାୱାର୍ ଆଣ୍ଡ ଏନର୍ଜି, ରିଏଲ୍ ଇଷ୍ଟେଟ୍ ଭଳି କମ୍ପାନୀ ଅଂଶଗ୍ରହଣ କରିଥିଲେ ।

କମ୍ପାନୀଗୁଡିକ ବଜେଟ୍ ବୃଦ୍ଧି କରିଛନ୍ତି
ଅର୍ଥନୈତିକ କାର୍ଯ୍ୟକଳାପରେ ଆଶା କରାଯାଉଥିବା ଉନ୍ନତି, ଗ୍ରାହକଙ୍କ ଆତ୍ମବିଶ୍ୱାସ ଓ ଉନ୍ନତ ମାର୍ଜିନ ଅପେକ୍ଷା କମ୍ପାନୀଗୁଡିକ ବେତନ ବୃଦ୍ଧି ପାଇଁ ବଜେଟ୍ ବୃଦ୍ଧି କରିଛନ୍ତି । ଫଳାଫଳ ଅନୁଯାୟୀ 20 ପ୍ରତିଶତ କମ୍ପାନୀ ଚଳିତ ବର୍ଷ ବେତନକୁ ଦୁଇ ଅଙ୍କରେ ବୃଦ୍ଧି କରିବାକୁ ଯୋଜନା କରିଥିବାବେଳେ ୨୦୨୦ ରେ ଏହି ସଂଖ୍ୟା ମାତ୍ର ୧୨ ପ୍ରତିଶତ ଥିଲା ।
Published by: Jagdish Barik
First published: April 14, 2021, 11:22 AM IST