ଏହି ମହିଳା ଦିବସ ‘Asian Paints Where The Heart Is’ ସିଜନ୍ 4 ଆନ୍ତର୍ଜାତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନାଙ୍କ ଜୀବନ ଏବଂ ଘରର ଝଲକ ଦେଖାଉଛି
ଦକ୍ଷିଣ ମହାରାଷ୍ଟ୍ରର ସାଂଗଲି ସହର ଯେଉଁଠି ରହିଛି ଆନ୍ତର୍ଜାତୀୟ କ୍ରିକେଟ୍ ଆଇକନ୍ ସ୍ମୃତି ମନ୍ଦାନାଙ୍କ ଘର। ମହିଳା ଦିବସରେ, ‘Asian Paints Where The Heart Is’ ସିଜିନ୍ 4 ଆପଣଙ୍କୁ ସ୍ମୃତିଙ୍କ ଘରକୁ ନେଇ ଯାଉଛି, ଯାହା ଏକ ଶାନ୍ତିପୂର୍ଣ୍ଣ ପାଭିଲିୟନ୍, ଷ୍ଟାଡିୟମ୍ର ଉଜ୍ଜ୍ୱଳ ଆଲୋକଠାରୁ ବିପରୀତ ।

ଆନ୍ତର୍ଜାତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନା
- News18 Odia
- Last Updated: March 10, 2021, 4:43 PM IST
ଘରର ମଝିରେ ଅଛି ଲିଭିଙ୍ଗ ସ୍ପେସ୍, ଯେଉଁଠି ପରିବାର ସଦସ୍ୟ ଏକାଠି ସମୟ କାଟିଥାନ୍ତି: ସେମାନଙ୍କର ମୁଖ୍ୟ ହେଉଛି ତାସ୍ ଖେଳ ଏବଂ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ସେଠାରେ ମଧ୍ୟ ଅଛି ଏକ ପ୍ରୋଜେକ୍ଟର । ସ୍ମୃତି ସେହି ମହିଳାମାନଙ୍କ ପାଇଁ ଏକ ପଥ ପ୍ରସ୍ତୁତ କରିଆସୁଛନ୍ତି, ଯେଉଁମାନେ ଅଳ୍ପ ବୟସରୁ କ୍ରିକେଟ୍ ଖେଳିବାକୁ ଇଚ୍ଛା କରି ଅତି ନିଷ୍ଠା ଏବଂ ଏକାଗ୍ରତା ରଖିଛନ୍ତି । ସେ ନିଜର ଏକ ବ୍ୟକ୍ତିଗତ କୌତୁହଳ ପ୍ରକାଶ କରିଥିଲେ, କିପରି ସହରରେ ଗୋଟିଏ ସଠିକ୍ ସିମେଣ୍ଟ ୱିକେଟ୍ ନଥିଲା ଯାହା ପ୍ରଶିକ୍ଷଣ ପାଇଁ ନିହାତି ଜରୁରୀ । ଏଥିସହ ସେ ମଧ୍ୟ କହିଥିଲେ କିପରି ନିଜ ଅବିଭାବକଙ୍କ ସମର୍ଥନ ଏବଂ ଉତ୍ସାହ ବଳରେ 16 ବର୍ଷ ବୟସରେ ନିଜର ଅଧିକାଂଶ ଆୟ ବିନିଯୋଗ କରି ନିଜ ପାଇଁ ଏବଂ ଅଭ୍ୟାସ କରିବାକୁ ଆଗ୍ରହୀ ଅନ୍ୟମାନଙ୍କ ପାଇଁ ଏକ ୱିକେଟ୍ ତିଆରି କରିଥିଲେ ।
ସ୍ମୃତି ଏବଂ ତାଙ୍କ କ୍ୟାରିଅର ଉପରେ ସ୍ପଷ୍ଟ ଫୋକସ୍ ରହିଛି : ଗୋଟିଏ TV ରୁମ୍ ଯାହା ବର୍ତ୍ତମାନ ଘର ଜିମ୍, ଗୋଟିଏ ଟେକ୍ସଚରଡ୍ ୱାଲ୍ ଯାହାକୁ କେବଳ ସୁଟିଂ ଉଦ୍ଦେଶ୍ୟରେ ସାଧା ଷ୍ଟୁଡିଓ କରାଯାଇ ଖାଲି ରଖାଯାଇଛି । ଏବଂ ସେଠାରେ ରହିଛି ଲିଭିଂ ରୁମ୍ କାନ୍ଥର ସମ୍ପୂର୍ଣ୍ଣ ଲମ୍ବରେ ଧାରଣ କରିଥିବା ଏକ ଟ୍ରଫି ୱାଲ୍ । ତାଙ୍କ ସଫଳତା ପାଇଁ ତାଙ୍କ ପରିବାର ଯେଭଳି ଗର୍ବ ଅନୁଭବ କରନ୍ତି ଏବଂ ତାଙ୍କ କ୍ୟାରିୟର ଦୃଷ୍ଟିକୋଣ ନେଇ ସେମାନେ କିପରି ଏକତ୍ରିତ ହୁଅନ୍ତି, ତାହା ଦେଖିବା ବେଶ୍ ସୁନ୍ଦର କଥା ।
ସ୍ମୃତି ମନ୍ଦାନାଙ୍କ ଘର ହେଉଛି ଗୋଟିଏ ସଠିକ ଟେଷ୍ଟାମେଣ୍ଟ କେବଳ ତାଙ୍କ ଶୃଙ୍ଖଳା ଏବଂ କୌଶଳ ପାଇଁ ନୁହେଁ, ତାଙ୍କର ଏବଂ ତାଙ୍କ ପରିବାର ମଧ୍ୟରେ ଥିବା ପ୍ରେମ ଏବଂ ଶ୍ରଦ୍ଧାର ମଧ୍ୟ ଅବଦାନ ଅନେକ । ଦେଖନ୍ତୁ ସ୍ମୃତିଙ୍କ ଘରର ଏକ୍ସକ୍ଲୁସିଭ୍ ଟୁର୍ ଯାହା କି ନିଜେ ଏହି ମହିଳା କ୍ରିକେଟର୍ Asian Paints Where The Heart Is 2nd ଏପିସୋଡ୍ ରେ ଦେଖାଇଛନ୍ତି – ବହୁ ପ୍ରତିକ୍ଷିତ, ପ୍ରଶଂସିତ ଏବଂ ଅସଲି ୱେବ୍ ସିରିଜ୍, କାରଣ ଏହା ସିଜିନ୍ 4 ସହ ଫେରୁଛି ।
‘Asian Paints Where The Heart Is’ ସିଜନ୍ 4 ବିଷୟରେ
‘Asian Paints Where The Heart Is’ ସିଜନ୍ 4 ଦର୍ଶକଙ୍କୁ ବହୁ ପ୍ରଶଂସିତ ସେଲିବ୍ରିଟିଙ୍କ 7 ଟି ନିଆରା ସୁନ୍ଦର ଘରକୁ ନେଇଯିବ । ଏ ବର୍ଷ ଶଙ୍କର ମହାଦେବନ, ଅନିତା ଡୋଙ୍ଗ୍ରେ, ସ୍ମୃତି ମନ୍ଦାନା, ତମନ୍ନା ଭାଟିଆ, ରାଜକୁମାର୍ ରାଓ, ପ୍ରତୀକ କୁହାଦ ଏବଂ ଭାଇଭଉଣୀ, ଶକ୍ତି ଏବଂ ମୁକ୍ତି ମୋହନ ସେମାନଙ୍କ ଦ୍ଵାର ଖୋଲିବେ । ଏଥିସହ ସେମାନେ ନିଜର ସ୍ମୃତି ଏବଂ ଦର୍ଶକଙ୍କ ସହ ଭାବନାତ୍ମକ ସଂଯୋଗ ମଧ୍ୟ ବାଣ୍ଟିବେ । ଶୋ ଏବଂ ଗ୍ରାହକମାନଙ୍କ ମଧ୍ୟରେ ମଧ୍ୟ ଏକ ଦୃଢ଼ ସଂଯୋଗ ଗଢ଼ି ଉଠିଛି କାରଣ ଏସିଆନ୍ ପେଣ୍ଟସ୍ 22ଟି ଘର ପ୍ରଦର୍ଶନ କରିଛି, 27 ଜଣ ସେଲିବ୍ରିଟିଙ୍କୁ ଦେଖାଇଚି ଯାହା ଗତ ତିନି ବର୍ଷରେ 250 ମିଲିଅନ୍ ଭ୍ୟୁ କରାଇଛି ।
ସିଜନ୍ 4 ଶୋରେ କିଛି ନୂଆ ଏଲିମେଣ୍ଟ ଆଣିବ । ଏହି ସିଜିନରେ ଦର୍ଶକଙ୍କୁ ସେଲିବ୍ରିଟି ଏବଂ ସେମାନଙ୍କ ଘରର ସୁନ୍ଦର ଡେକୋର୍ କାହାଣୀ ସହ ମଧ୍ୟ ପରିଚିତ କରାଇବ । ସ୍ପେସେସ୍ – ଫାର୍ଷ୍ଟ ଆପ୍ରୋଚ୍ ସହ, ଦର୍ଶକ ସେମାନଙ୍କ ପ୍ରିୟ ତାରକାଙ୍କ ଅଧିକାଂଶ ଘର ଦେଖିବାକୁ ପାଇବେ: ଏହା ଏକ ବୋଲ୍ଡ ପରିବର୍ତ୍ତନ, ଯାହା ଡେକୋର୍ ଆତ୍ମବିଶ୍ବାସକୁ ପ୍ରତିଫଳିତ କରେ କିମ୍ବା କୌଣସି ଛୋଟ ପସନ୍ଦ ହେଉ, ନୂଆ ସିଜିନ ସେଲିବ୍ରିଟିଙ୍କ ଘରର ସେହି ପ୍ରକୃତ, ଜୀବନ୍ତ, ବିଶେଷ ସ୍ଥାନ ଦେଖାଇବାକୁ ଲକ୍ଷ୍ୟ ରଖିଛି, ଯାହା ଖାସ୍ ସେମାନଙ୍କର, ଏକ ସ୍ଥାନ ଯେଉଁଠି ସେମାନେ ନିଜକୁ ପ୍ରକୃତରେ ପାଇଥାନ୍ତି, ସେମାନଙ୍କ ନିଜତ୍ଵ ପ୍ରତିଫଳିତ ହୋଇଥାଏ । ଏଥିସହ, ଲକ୍ ଡାଉନ୍ ସମୟରେ ସେଲିବ୍ରିଟିମାନଙ୍କ ଅଭିଜ୍ଞତା ଏବଂ ପରିବାର ସଂଜ୍ଞା, ଏକତ୍ରଭାବ ଏବଂ ଏହି ନୂଆ ବିଶ୍ଵରେ ଘର କହିଲେ ସେମାନଙ୍କ ପାଇଁ କଣ ଏ ସବୁ ନେଇ ମତ ମଧ୍ୟ ଦର୍ଶକ ଜାଣିବାକୁ ପାଇବେ । ଏହି ଶୋ ରେ ମଧ୍ୟ ସଂପର୍କର ମଧୁରତା ଦିଗ ପ୍ରଦର୍ଶିତ ହେବ ଏବଂ ପ୍ରେମ କିପରି ଘରକୁ ଦୃଢ଼ କରିଥାଏ ତାହା ମଧ୍ୟ ଉପସ୍ଥାପନ କରାଯିବ । ଏହି ଶୋ ରେ ଘର ସଜାଇବା ନେଇ ଆପଣ ମଧ୍ୟ ବିଶେଷ ଧାରଣା ଏବଂ ଟିପସ୍ ଆଶା କରି ପାରିବେ ।
ସିଜିନ୍ 4 ଉତ୍ସାହୀ ପ୍ରଶଂସକଙ୍କ ପାଇଁ ମଧ୍ୟ ଏକ ନୂଆ ଏବଂ ଆକର୍ଷଣୀୟ ଦିଗ ଆଣିଛି, ଯେଉଁଠି ଭାଗ୍ୟଶାଳୀ ଦର୍ଶକ ପ୍ରତ୍ୟେକ ଏପିସୋଡ୍ ପାଇଁ ସେଲିବ୍ରିଟିଙ୍କ ପ୍ରଦାନ କରିଥିବା ଏକ ସ୍ୱତନ୍ତ୍ର ସାମଗ୍ରୀ ଜିତିବେ ।