ସଲମାନ ଖାନଙ୍କ ଦଳରେ ଖେଳିବେ ଏହି ପାକିସ୍ତାନୀ ଦ୍ରୁତ ବୋଲର; କ୍ରିସ ଗେଲ ମଧ୍ୟ ସାମିଲ!

ସଲମାନ ଖାନଙ୍କ (Salman Khan) ପରିବାର ଶ୍ରୀଲଙ୍କା ପ୍ରିମିୟର ଲିଗର କ୍ୟାଣ୍ଡି ଦଳରେ ଅଂଶଧନ କିଣିଲେ । କ୍ରିସ ଗେଲ ଅଟନ୍ତି ଷ୍ଟାର ଖେଳାଳି ।

ସଲମାନ ଖାନଙ୍କ ଦଳରେ ଖେଳିବେ ଏହି ପାକିସ୍ତାନୀ ଦ୍ରୁତ ବୋଲର; କ୍ରିସ ଗେଲ ମଧ୍ୟ ସାମିଲ!
ସଲମାନ ଖାନଙ୍କ ଦଳରେ ଖେଳିବେ ପାକିସ୍ତାନୀ ଖେଳାଳି!
  • News18 Odia
  • Last Updated: October 21, 2020, 7:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବଲିଉଡ ଓ କ୍ରିକେଟ୍ ମଧ୍ୟରେ ସମ୍ପର୍କ ଅତୁଟ ଅଟେ । ଏହା ବିବାହର ବିଷୟ ହେଉ କିମ୍ବା କ୍ରିକେଟ୍ ଲିଗର କୌଣସି ଦଳ କିଣିବା । ବଲିଉଡ ତାରକାମାନେ କ୍ରିକେଟ୍ ପଡ଼ିଆକୁ ବହୁତ ଭଲ ପାଆନ୍ତି । ଶାହାରୁଖ ଖାନ ଓ ପ୍ରୀତି ଜିଣ୍ଟା ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ୍ ଆଇପିଏଲରେ ଦଳ କିଣିଛନ୍ତି ଓ ବର୍ତ୍ତମାନ ସଲମାନ ଖାନଙ୍କ ନାମ ମଧ୍ୟ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଛି । ବଲିଉଡ ତାରକା ସଲମାନ ଖାନଙ୍କ ପରିବାର ଲଙ୍କା ପ୍ରିମିୟର ଲିଗରେ ଦଳ କିଣିବାକୁ ନିଶ୍ଚିତ କରିଛନ୍ତି । ଖବର ଅନୁଯାୟୀ ଖାନ ପରିବାର ଏଲପିଏଲର (Lanka Premier League) କ୍ୟାଣ୍ଡି ଫ୍ରାଞ୍ଚାଇଜ୍ କିଣିଛନ୍ତି । ଏହି ଦଳର ଷ୍ଟାର ଖେଳାଳି ହେଉଛନ୍ତି କ୍ରିସ୍ ଗେଲ୍ ।

ଶ୍ରୀଲଙ୍କା କ୍ରିକେଟ୍ ଲିଗରେ ସଲମାନ ଖାନଙ୍କ ପରିବାର କିଣିଲେ ଦଳ
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ସଲମାନ ଖାନଙ୍କ ଭାଇ ସୋହେଲ ଓ ପିତା ସଲିମ ଖାନଙ୍କ କମ୍ପାନୀ ସୋହେଲ ଖାନ ଇଣ୍ଟରନ୍ୟାସନାଲ ଲଙ୍କା ପ୍ରିମିୟର ଲିଗରେ ବିନିଯୋଗ କରିଛନ୍ତି । ସୋହେଲ ଖାନ କହିଛନ୍ତି ଯେ ତାଙ୍କ କମ୍ପାନୀ ଏହି ଲିଗରେ ଅନେକ ସମ୍ଭାବନା ଦେଖିଛି ।

ସଲମାନଙ୍କ ଦଳରେ ଅଛନ୍ତି ପାକିସ୍ତାନୀ ଖେଳାଳି!
ସଲମାନଙ୍କ ସାନଭାଇ ସୋହେଲ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ଆମ ଦଳର ଯେଉଁ ପ୍ରକାର ଖେଳାଳି ଅଛନ୍ତି ଓ ପ୍ରଶଂସକଙ୍କ ଉତ୍ସାହ ଯେପରି ଶୀର୍ଷରେ ଅଛି ଏବଂ ଆମେ ସେମାନଙ୍କ ମଧ୍ୟରେ ଅନେକ ସମ୍ଭାବନା ଦେଖୁଛୁ । ସୋହେଲ କହିଛନ୍ତି ଯେ ସଲମାନ ଖାନ ନିଜେ ଶ୍ରୀଲଙ୍କା ଯାଇ ତାଙ୍କ ଦଳର ସମସ୍ତ ମ୍ୟାଚ ଦେଖିବେ । ସୋହେଲ ଖାନ କହିଛନ୍ତି ଯେ କ୍ରିସ ଗେଲ ତାଙ୍କ ଦଳ ସହ ଖେଳୁଥିବା ଦେଖି ସେ ବହୁତ ଉତ୍ସାହିତ ଅଛନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଗେଲ ହେଉଛି ୟୁନିଭର୍ସ ବସ୍ କିନ୍ତୁ ସେଠାରେ ଥିବା ସ୍ଥାନୀୟ ଆଇକନ୍ ପ୍ଲେୟାର ହେଉଛି କୁସାଲ ପେରେରା । ସୋହେଲ ଖାନଙ୍କ କ୍ୟାଣ୍ଡି ଫ୍ରାଞ୍ଚାଇଜ ଦଳରେ ଲିଆମ ପ୍ଲଙ୍କେଟ, ୱାହାବ ରିଆଜ, କୁସାଲ ମେଣ୍ଡିସ ଓ ନୁଆନ ପ୍ରଦୀପଙ୍କ ଭଳି ଖେଳାଳି ମଧ୍ୟ ଅଛନ୍ତି । ସୋହେଲଙ୍କ ଅନୁଯାୟୀ ତାଙ୍କ କ୍ୟାଣ୍ଡି ଦଳରେ ଅଭିଜ୍ଞ ଓ ଯୁବ ପ୍ରତିଭାର ଏକ ଚମତ୍କାର ମିଶ୍ରଣ ରହିଛି ।
Published by: Jagdish Barik
First published: October 21, 2020, 7:53 PM IST
corona virus btn
corona virus btn
Loading