News18 Odia Digital
ନୂଆ ଦିଲ୍ଲୀ: ଆସନ୍ତା ମାସରୁ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର (LPG Cylinder) ବିଷୟରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ପାଇଁ ୱାନ ଟାଇମ ପାସୱାର୍ଡ ଆବଶ୍ୟକ ହେବ । ତୈଳ କମ୍ପାନୀ (Oil Companies) ଗୁଡିକ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ଯାହା ଦ୍ୱାରା ଗ୍ୟାସ୍ ସିଲିଣ୍ଡର ଚୋରି ମାମଲା ରୋକାଯାଇ ପାରିବ ଓ ସଠିକ୍ ଗ୍ରାହକଙ୍କୁ ଡେଲିଭରି କରାଯାଇପାରିବ । ଏହି ନୂତନ ସିଷ୍ଟମ୍ DAC -(DAC - Deliver Authentication Code) ବିତରଣ ପ୍ରାମାଣିକିକରଣ କୋଡ୍ ଭାବରେ ଜଣାଶୁଣା । ଆରମ୍ଭ ପର୍ଯ୍ୟାୟରେ ୧୦୦ଟି ସ୍ମାର୍ଟ ସିଟିରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ମଧ୍ୟ ରାଜସ୍ଥାନର ଜୟପୁରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଛି ।
ବିନା କୋଡରେ ଡେଲିଭରି ହେବ ନାହିଁଏହି ନୂତନ ସିଷ୍ଟମ୍ ଅଧୀନରେ ଗ୍ରାହକମାନେ ଡେଲିଭରି ବ୍ୟକ୍ତିଙ୍କ ନିକଟରେ ଏକ କୋଡ୍ ଦେଖାଯିବା ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡର ବିତରଣ ସମ୍ପୂର୍ଣ୍ଣ ହେବ ନାହିଁ । ଏହି କୋଡ୍ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯିବ । ଏଭଳି ପରିସ୍ଥିତିରେ ଗ୍ରାହକମାନେ ସେମାନଙ୍କ ମୋବାଇଲ୍ ନମ୍ବରକୁ ଗ୍ୟାସ୍ ଏଜେନ୍ସି ସହିତ ଅପଡେଟ୍ ରଖିବା ଜରୁରୀ ଅଟେ । ଯଦି ସେମାନେ ତାହା ନକରନ୍ତି ତେବେ ସେମାନଙ୍କର ଏଲପିଜି ସିଲିଣ୍ଡର ବିତରଣ କରାଯିବ ନାହିଁ ।
ଯଦି ଜଣେ ଗ୍ରାହକ ଅଛନ୍ତି ଯିଏ ବିତରକଙ୍କୁ ମୋବାଇଲ୍ ନମ୍ବର ଅପଡେଟ୍ କରିନାହାଁନ୍ତି, ତେବେ ଡେଲିଭରି ବ୍ୟକ୍ତିଙ୍କର ଏକ ଆପ୍ ରହିବ ଯାହା ମାଧ୍ୟମରେ ଆପଣ ରିଅଲ୍ ଟାଇମରେ ଆପଣଙ୍କର ନମ୍ବର ଅପଡେଟ୍ କରିପାରିବେ ଓ ଏହା ପରେ କୋଡ୍ ସୃଷ୍ଟି କରିବାକୁ ସକ୍ଷମ ହେବ ।
ଗ୍ୟାସ ଏଜେନ୍ସି ସହିତ ଠିକଣା ଅପଡେଟ୍ କରିବା ଆବଶ୍ୟକଏଥିସହ ଗ୍ରାହକମାନଙ୍କୁ ମଧ୍ୟ ଧ୍ୟାନ ଦେବାକୁ ପଡିବ ଯେ ଯଦି ସେମାନଙ୍କର ଠିକଣା ଗ୍ୟାସ୍ ଏଜେନ୍ସି ସହିତ ଅପଡେଟ୍ ହୋଇନଥାଏ ତେବେ ଏହାକୁ ମଧ୍ୟ ଅପଡେଟ୍ କରନ୍ତୁ ।ତେବେ ତୈଳ କମ୍ପାନୀଗୁଡିକ ମଧ୍ୟ ଏହି ବ୍ୟବସ୍ଥା ବିଷୟରେ କହିଛନ୍ତି ଯେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ପାଇଁ DAC ର କୌଣସି ଆବଶ୍ୟକତା ରହିବ ନାହିଁ । ଉଡ଼ ମାକେଞ୍ଜି (Wood Mackenzie) କହିଛନ୍ତି ଯେ ୨୦୩୦ ସୁଦ୍ଧା ବିଶ୍ୱର ସର୍ବବୃହତ ଏଲପିଜି ସିଲିଣ୍ଡର ମାମଲାରେ ଭାରତ ଚୀନକୁ ପଛରେ ପକାଇଦେବା ।
ଅକ୍ଟୋବରରେ LPG ଦରରେ ପରିବର୍ତ୍ତନ ହୋଇନାହିଁତୈଳ ମାର୍କେଟିଂ କମ୍ପାନୀଗୁଡିକ (HPCL, BPCL, IOC) ଅକ୍ଟୋବର ମାସ ପାଇଁ ଏଲପିଜି (LPG) ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଦିଲ୍ଲୀର ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦର ଦିଲ୍ଲୀରେ ୫୯୪ ଟଙ୍କା ରହିଛି । ଘରୋଇ ଏଲପିଜି ସିଲିଣ୍ଡର ଦର ଅନ୍ୟ ସହରରେ ମଧ୍ୟ ସ୍ଥିର ରହିଛି । ତେବେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି । ଆଇଓସି ୱେବସାଇଟରେ ଦିଆଯାଇଥିବା ଦର ଅନୁଯାୟୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୩୨ ଟଙ୍କା ମହଙ୍ଗା ହୋଇଛି ।
ଜୁଲାଇ ମାସରେ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଜୁନ୍ ମାସରେ ୧୧.୫୦ ଟଙ୍କା ମହଙ୍ଗା ହୋଇଛି । ଯେତେବେଳେ କି ମେ ମାସରେ ଏହା ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।