ଦିଲ୍ଲୀରେ ରାତିରେ ଖୋଲିଥାଏ ଏହି ମାର୍କେଟ; ମାତ୍ର ୫୦ ଟଙ୍କାରେ ପାଇବେ ବ୍ୟାଗ ଭର୍ତ୍ତି ପୋଷାକ

ଏହି ରାତ୍ରି ବଜାର ୱେଷ୍ଟ ଦିଲ୍ଲୀର ରଘୁଭର ନଗରରେ ଖୋଲିଥାଏ । ଏହାକୁ ଘୋଡା ମଣ୍ଡି ମାର୍କେଟ କୁହାଯାଏ । ଏହି ବଜାରର ସବୁଠାରୁ ବିଶେଷ କଥା ହେଉଛି ଲୋକମାନେ ସପିଂ କରିବା ପାଇଁ ସକାଳ ହେବା ପୂର୍ବରୁ ଆସନ୍ତି ।

ଦିଲ୍ଲୀରେ ରାତିରେ ଖୋଲିଥାଏ ଏହି ମାର୍କେଟ; ମାତ୍ର ୫୦ ଟଙ୍କାରେ ପାଇବେ ବ୍ୟାଗ ଭର୍ତ୍ତି ପୋଷାକ

ଦିଲ୍ଲୀରେ ରାତିରେ ଖୋଲିଥାଏ ଏହି ମାର୍କେଟ; ମାତ୍ର ୫୦ ଟଙ୍କାରେ ପାଇବେ ବ୍ୟାଗ ଭର୍ତ୍ତି ପୋଷାକ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆପଣ ନିଶ୍ଚୟ ଦିନ ସମୟରେ ଲାଗୁଥିବା ବଜାର ଗୁଡିକ ତ ଦେଖିଥିବେ, ଆଉ ସେଠାରେ ବହୁତ ସପିଂ ବି କରିଥିବେ । କିନ୍ତୁ ଆପଣ ଜାଣନ୍ତି କି ଦେଶର ରାଜଧାନୀ ଦିଲ୍ଲୀରେ ଏପରି ଏକ ବଜାର ଅଛି, ଯାହା ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମଧ୍ୟ ଆରମ୍ଭ ହୋଇଥାଏ । ଏହାକୁ ନାଇଟ୍ ମାର୍କେଟ୍ କୁହାଯାଏ । ସବୁଠୁ ବଡ କଥା ହେଉଛି ସାମଗ୍ରୀ ଏଠାରେ ବହୁତ କମ୍ ମୂଲ୍ୟରେ ମିଳେ । ଏତେ କମ୍ ମୂଲ୍ୟରେ ଯେ, ଯଦି ଆପଣ ଘରୁ ୫୦ ଟଙ୍କା ନେଇଯାଆନ୍ତି, ତେବେ ଆପଣ ଏକ ବ୍ୟାଗ ପୋଷାକ କିଣି ପାରିବେ । ଯଦି ଆପଣ ଭାବୁଛନ୍ତି ଯେ ଆମେ ଲଜପତ ନଗର, ସରୋଜିନୀ, ଜନପଥ କିମ୍ବା କମଲା ମାର୍କେଟ ଭଳି ବଜାର ବିଷୟରେ କହୁଛୁ, ତେବେ ଆପଣ ଭୁଲ୍ ଭାବୁଛନ୍ତି । ଆମେ ଏକ ଏପରି ମାର୍କେଟ ବିଷୟରେ କହୁଛୁ, ଯେଉଁଠାରେ ଆପଣ ୧୦ କିମ୍ବା ୨୦ ଟଙ୍କାରେ ପୋଷାକ ପାଇ ପାରିବେ ।

ଏହି ରାତ୍ରି ବଜାର ୱେଷ୍ଟ ଦିଲ୍ଲୀର ରଘୁଭର ନଗରରେ ଅବସ୍ଥିତ । ଏହାକୁ ଘୋଡା ମଣ୍ଡି ମାର୍କେଟ କୁହାଯାଏ । ଏହି ବଜାର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଲୋକମାନେ ସପିଂ କରିବା ପାଇଁ ସକାଳ ପୂର୍ବରୁ ଏଠାକୁ ଆସନ୍ତି । ଆପଣ ଶୋଇଥିବାବେଳେ ଦୋକାନୀମାନେ ଏହି ବଜାରରେ ସେମାନଙ୍କର ଦୋକାନକୁ ସଜାଇଥାନ୍ତି ଓ ସକାଳ ହେବା ବେଳକୁ ବହୁ ସଂଖ୍ୟକ ଗ୍ରାହକ ଏହି ବଜାରରେ ପହଞ୍ଚିଥାନ୍ତି । ଏଠାରେ ଅଧିକାଂଶ ଲୋକ ପୋଷାକ କିଣିବାକୁ ଆସିଥାନ୍ତି । ଆପଣ କପଡ଼ାରେ ନିର୍ମିତ ସମସ୍ତ ଜିନିଷ ଏଠାରେ ପାଇବେ । ଦେଶର ବିଭିନ୍ନ ସ୍ଥାନରୁ ଅନେକ ଦୋକାନୀ ହୋଲସେଲ ଦରରେ ମଧ୍ୟ ଜିନିଷ କିଣିବାକୁ ଏଠାକୁ ଆସନ୍ତି ।

ଏତେ ଶସ୍ତା ମିଳିଥାଏ ପୋଷାକ

ଏହି ବଜାରରେ ଆପଣ ପୋଷାକ ବହୁତ ଶସ୍ତାରେ ପାଇବବେ । ଏଠାରେ ଆପଣ ୧୦ ଟଙ୍କାରେ ପ୍ୟାଣ୍ଟ, ୨୦ ଟଙ୍କାରେ ସାର୍ଟ, ୬୦ ଟଙ୍କାରେ ଲେହେଙ୍ଗା, ୨୦ ଟଙ୍କାରେ ସ୍ବେଟର୍, ୧୨୦ ଟଙ୍କାରେ କୋଟ୍ ଏବଂ ୧ ରୁ ୫ ଟଙ୍କା ମଧ୍ୟରେ ଟି-ସାର୍ଟ ପାଇପାରିବେ । ଯଦି ଆପଣ ହିଲ୍ ଏବଂ ପର୍ସ ନେ ମଧ୍ୟ ଚାହୁଁଛନ୍ତି, ତେବେ ଏହାକୁ ମଧ୍ୟ ଆପଣ ବହୁତ କମ୍ ମୂଲ୍ୟରେ ଏଠାରେ ପାଇପାରିବେ ।
Published by:Soubhagya Mishra
First published: