ଦିନେ ରିକ୍ସା ଚଳାଉଥିଲେ ଏହି କିମ୍ବଦନ୍ତୀ ଖେଳାଳି; ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ରାହୁଲ ଦ୍ରାବିଡଙ୍କ ପରି ଦାୟିତ୍ୱ ଦେଇଛି !

ନିଜ ଘର ଚଳାଇବା ପାଇଁ ସେ ଏକ ଟେଲର୍ ଦୋକାନରେ କାମ କରିବା ସହିତ ସେ ଏକ ରିକ୍ସା ମଧ୍ୟ ଚଳାଉଥିଲେ ଏହି କ୍ରିକେଟର । ଆଜି ପାକିସ୍ତାନର ମହାନ କ୍ରିକେଟରଙ୍କ ମଧ୍ୟରେ ତାଙ୍କ ନାମ ନିଆଯାଉଛି ।

ଦିନେ ରିକ୍ସା ଚଳାଉଥିଲେ ଏହି କିମ୍ବଦନ୍ତୀ ଖେଳାଳି; ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ରାହୁଲ ଦ୍ରାବିଡଙ୍କ ପରି ଦାୟିତ୍ୱ ଦେଇଛି !
ମହମ୍ମଦ ୟୁସୁଫ (ଫାଇଲ ଫଟୋ)
  • News18 Odia
  • Last Updated: August 21, 2020, 9:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ନିଜ କ୍ରିକେଟ୍ ଦଳର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ଏକ ବଡ଼ ପଦକ୍ଷେପ ନେଇଛି । ଗୁରୁବାର ଦିନ ପିସିବି(PCB) ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫଙ୍କୁ (Mohammad Yousuf) ଲାହୋରର ଜାତୀୟ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି । ଏହି ଦାୟିତ୍ୱ ଠିକ୍ ରାହୁଲ ଦ୍ରାବିଡଙ୍କ ପରି, ଯିଏ ବିସିସିଆଇ ଦ୍ୱାରା ବାଙ୍ଗାଲୋରରେ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । ୟୁସୁଫଙ୍କ ବ୍ୟତୀତ ପିସିବି ପୂର୍ବତନ ଲେଗ ସ୍ପିନର ମୁସ୍ତାକ ଅହମ୍ମଦଙ୍କୁ ସ୍ପିନ୍ ବୋଲିଂ ପରାମର୍ଶଦାତା ଭାବରେ ପିସିବି ନିଯୁକ୍ତ କରିଛି ।

ମହମ୍ମଦ ୟୁସୁଫ (Mohammad Yousuf) ବହୁତ ଗରିବ ପରିବାରରେ ଜନ୍ମ ହୋଇଥିଲେ ଓ ତାଙ୍କ ପାଖରେ ପକ୍କା ଘର ମଧ୍ୟ ନଥିଲା । ୟୁସୁଫଙ୍କ ଘର ଲାହୋରର ଏକ ବସ୍ତିରେ ଥିଲା ଏବଂ ତାଙ୍କ ପିତା ରେଳ ଷ୍ଟେସନରେ ସଫେଇ କର୍ମଚାରୀ ଥିଲେ । ଘରର ଖର୍ଚ୍ଚ ପାଇଁ ଟଙ୍କାର ଘୋର ଅଭାବ ଥିଲା, ତେଣୁ ୟୁସୁଫ୍ ଅଳ୍ପ ବୟସରେ ଏକ ଟେଲର୍ ଦୋକାନରେ କାମ କରିବା ଆରମ୍ଭ କଲେ । କିନ୍ତୁ ଅନ୍ୟ ପିଲାମାନଙ୍କ ପରି ୟୁସୁଫ୍ ମଧ୍ୟ କ୍ରିକେଟ୍ ଖେଳିବାକୁ ଭଲ ପାଉଥିଲେ । ୟୁସୁଫ୍ ବହୁତ ଗରିବ ଥିବାରୁ ବ୍ୟାଟ୍ କିଣିବାକୁ ତାଙ୍କ ପାଖରେ ଟଙ୍କା ବି ନଥିଲା । ଏଭଳି ପରିସ୍ଥିତିରେ ସେ ନିଜ ପାଇଁ ଏକ କାଠ ପଟାରେ ଏକ ବ୍ୟାଟ୍ ପ୍ରସ୍ତୁତ କରିଥିଲେ ଓ ସେ ଟେନିସ୍ ବଲ୍ ସହିତ କ୍ରିକେଟ୍ ଖେଳୁଥିଲେ । ଯେତେବେଳେ ୟୁସୁଫଙ୍କୁ ୧୬ ବର୍ଷ ହୋଇଥିଲା ସେତବେଳେ ଲାହୋରର ଗୋଲଡେନ୍ ଜିମଖାନା କ୍ଲବର ନଜର ତାଙ୍କ ପ୍ରତିଭା ଉପରେ ପଡିଥିଲା ​​। ଏଠାରେ ସେ ପାକିସ୍ତାନୀ କ୍ରିକେଟ୍ ଦଳରେ ସ୍ଥାନ ପାଇବା ପାଇଁ ସେ ମୂଳଦୁଆ ପକାଇଥିଲେ । ୟୁସୁଫ୍ ନିଜ ଘର ଚଳାଇବା ସହିତ କ୍ରିକେଟ୍ ଖେଳୁଥିଲେ । ଏକ ଟେଲର୍ ଦୋକାନରେ କାମ କରିବା ସହିତ ସେ ଏକ ରିକ୍ସା ମଧ୍ୟ ଚଳାଉଥିଲେ । ଆଜି ପାକିସ୍ତାନର ମହାନ କ୍ରିକେଟରଙ୍କ ମଧ୍ୟରେ ୟୁସୁଫଙ୍କ ନାମ ନିଆଯାଉଛି ଓ ବର୍ତ୍ତମାନ ପିସିବି ତାଙ୍କୁ ଏକ ବଡ ଦାୟିତ୍ୱ ଦେଇଛି ।

ପାକିସ୍ତାନକୁ ଦକ୍ଷ ବ୍ୟାଟ୍ସମ୍ୟାନ୍ ଦେବେ ୟୁସୁଫ !
ୟୁସୁଫ୍ (Mohammad Yousuf) ପିସିବିକୁ କହିଛନ୍ତି, 'କୋଚିଂରେ କ୍ୟାରିୟର କରିବାରେ ମୋର ଅଭିଳାଷ ଏକ ଖୋଲା ରହସ୍ୟ ରହିଛି । କିନ୍ତୁ ଏହା ଆମର ଭବିଷ୍ୟତ କ୍ରିକେଟ୍ ପାଇଁ ଉପଯୁକ୍ତ ସମୟ ଓ ରୋଡ୍ ମ୍ୟାପ୍ ସହିତ ଜଡ଼ିତ, ଯେଉଁଥିରେ ମୁଁ ପ୍ରଭାବଶାଳୀ ଭାବରେ ଯୋଗଦାନ କରିପାରିବି । ସେ କହିଛନ୍ତି, 'ମୋର ବିଶ୍ୱାସ ଯେ ମୋର ଦ୍ୱିତୀୟ ଇନିଂସ ଆରମ୍ଭ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ, କାରଣ ମୁଁ ଏହା ଉପରେ ଆଶାବାଦୀ । ଏହି ସୁଯୋଗ ପାଇ ମୁଁ ଖୁସି ଓ ମୁଁ ନିଶ୍ଚିତ ଯେ ମୋର ଜ୍ଞାନ ଓ ଅଭିଜ୍ଞତା ସହିତ ମୁଁ ଯୁବ କ୍ରିକେଟରମାନଙ୍କୁ ସାହାଯ୍ୟ କରିପାରିବି ।'' ପୂର୍ବତନ ୱିକେଟ୍ କିପର ଅଟିକ୍ ଉଜ ଜମାନ ଓ ଦ୍ରୁତ ବୋଲର ମହମ୍ମଦ ଜାହିଦ ମଧ୍ୟ ୟୁସୁଫଙ୍କ ସହ ଏହି କେନ୍ଦ୍ରରେ ଯୋଗଦେବେ। ଅଟିକ୍ ଗୋଟିଏ ଟେଷ୍ଟ ଓ ତିନୋଟି ODI ଖେଳିଥିବାବେଳେ ଜାହିଦ୍ ପାଞ୍ଚଟି ଟେଷ୍ଟ ଓ ୧୧ଟି ODI ଖେଳିଛନ୍ତି ।

ମହମ୍ମଦ ୟୁସୁଫଙ୍କ ମହାନ କରିୟର
ମହମ୍ମଦ ୟୁସୁଫ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହୋଇଥିଲେ । ପରେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ । ୟୁସୁଫ ପାକିସ୍ତାନ ପାଇଁ ୯୦ଟି ଟେଷ୍ଟରେ ୫୨ ରୁ ଅଧିକ ହାରାହାରିରେ ୭୫୩୦ ରନ ସଂଗ୍ରହ କରିଥିଲେ ଓ ଏହା ସହିତ ସେ ୨୪ଟି ଶତକ ହାସଲ କରିଥିଲେ । ଏହା ବ୍ୟତୀତ ୟୁସୁଫ୍ ୨୮୮ଟି ODI ରେ ୯୭୨୦ ରନ୍ ସଂଗ୍ରହ କରିଥିଲେ । ୟୁସୁଫଙ୍କର ୧୫ଟି ଦିନିକିଆ ଶତକ ମଧ୍ୟ ରହିଛି ।
Published by: Jagdish Barik
First published: August 21, 2020, 9:03 AM IST
corona virus btn
corona virus btn
Loading