News18 Odia Digital
World Sleep Day 2023: ଆଜି ହେଉଛି ବିଶ୍ବ ଶୋଇବା ଦିବସ (World Sleep Day 2023)। ଏହି ଅବସରରେ କର୍ମଚାରୀଙ୍କୁ ଖୁସି କରିବା ପାଇଁ କମ୍ପାନୀ ଭିନ୍ନ ଭିନ୍ନ ଗିଫ୍ଟ ଦେଇଥାନ୍ତି। କିଛିଦିନ ପୂର୍ବରୁ ଖବର ଆସିଥିଲା କି ଚୀନର ଟେକ କମ୍ପାନୀ ନିଜର ପୁରୁଷ କର୍ମଚାରୀଙ୍କୁ ଖୁସି ରଖିବା ପାଇଁ ଟ୍ୟାଲେଣ୍ଟେଡ ଚିୟର ଲିଡରର୍ସକୁ ଭଡାରେ ରଖୁଛି।
ଏହି ଚିୟର ଲିଡର୍ସ କମ୍ପାନୀର କର୍ମଚାରୀଙ୍କୁ ମୋଟିଭେଟ୍ ମଧ୍ୟ କରୁଛନ୍ତି। ମୁଡ୍ ଖରାପ ଥିଲେ ମଧ୍ୟ ଏହି ଚିୟର ଲିଡର୍ସ ସେମାନଙ୍କୁ ଖୁସି କରିଦେଉଛନ୍ତି। ବର୍ତ୍ତମାନ ଭାରତର ଏକ କମ୍ପାନୀ ନିଆରା ଢଙ୍ଗାରେ କର୍ମଚାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି। ବେଙ୍ଗାଲୁରୁରେ ଏକ ଫାର୍ମ ନିଜ କର୍ମଚାରୀଙ୍କୁ ଏକ ଭିନ୍ନ ଗିଫ୍ଟ ଦେଇଛନ୍ତି। କମ୍ପାନୀ ଆନ୍ତର୍ଜାତୀୟ ଶୋଇବା ଦିବସରେ ସମସ୍ତଙ୍କୁ ଶୋଇବା ପାଇଁ ଛୁଟି ଦେଇଛନ୍ତି।
ସପ୍ତାହ ଶେଷ ହେବା ପୂର୍ବରୁ ମଧ୍ୟ ଭାରତର ଏକ କମ୍ପାନୀ ଏହି ବିଶେଷ ଛୁଟି ଦେଇଛି। ଆହୁରି ମଧ୍ୟ, କାର୍ଯ୍ୟ ସମୟରେ ୩୦ ମିନିଟ୍ ଶୋଇବା ପାଇଁ ଅନୁମତି ଦିଆଯାଇଛି।
ସପ୍ତାହ ଶେଷ ପୂର୍ବରୁ କିମ୍ବା ଯଦି ଆପଣ ଏପରି କୌଣସି ଛୁଟି ପାଆନ୍ତି, ଯାହା ଆପଣ ଆଶା କରିନଥିବେ, ତେବେ ଏହା କୌଣସି ଆନନ୍ଦଛୁ କମ୍ ହେବ ନାହିଁ।
ବେଙ୍ଗାଲୁରୁ-ମୁଖ୍ୟାଳୟର କମ୍ପାନୀ ୱାକଫିଟ୍ ବିଶ୍ୱ ଶୋଇବା ୨୦୨୩ ଦିବସଟିକୁ ଛୁଟି ଘୋଷଣା କରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ କମ୍ପାନୀ ଏଭଳି ଅଫର ଦେଇଛି। ଏହାପୂର୍ବରୁ କମ୍ପାନୀର ସହ-ପ୍ରତିଷ୍ଠାତା ଚୌତନ୍ୟ ରାମଲିଙ୍ଗୋଡା କହିଥିଲେ ଯେ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ସମୟରେ ୩୦ ମିନିଟ୍ ଶୋଇ ପାରିବେ।
ପଢ଼ନ୍ତୁ ଏହି ଖବର: World Sleep Day 2023: ଶୋଇବାର ସଠିକ ଦିଗ, ନିୟମ, ଓ ସମୟ ଆପଣଙ୍କୁ ରଖିବ ଫିଟ୍କମ୍ପାନୀ ମେଲରେ କହିଛି ଯେ କର୍ମଚାରୀମାନେ ଅପରାହ୍ନ ୨:୦୦ ରୁ ୨:୩୦ ପର୍ଯ୍ୟନ୍ତ ସ୍ଥିର କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଅଫିସରେ ଆରାମଦାୟକ ନାପ୍ ପୋଡ୍ ଏବଂ ଶାନ୍ତ କୋଠରୀ ତିଆରି ଦିଗରେ କାର୍ଯ୍ୟ କରୁଛି। ଏହି ପଦକ୍ଷେପ କର୍ମଚାରୀଙ୍କ ଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରିଥିଲା ଏବଂ ଏହା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବ୍ୟାପକ ଭାବେ ସେୟାର ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।