ଏହି ଝିଅ WPL ଖେଳିବା ପାଇଁ ଯୋଗ୍ୟ ! ବାଲୁକା ତଟରେ ମାରୁଛନ୍ତି ଚୌକା ଛକା, ଭିଡିଓ ଭାଇରାଲ୍

ଏହି ଭିଡିଓ ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ସାରା ଦେଶରେ ହଜାର ହଜାର ଲୋକ ଏହାକୁ ସେୟାର କରିଛନ୍ତି ଏବଂ ଏହି ପ୍ରତିଭାଶାଳୀ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତ କ୍ରିକେଟ୍ ବୋର୍ଡ ଓ ଭାରତ ସରକାରଙ୍କୁ ଦାବି କରିଛନ୍ତି।

ଏହି ଝିଅ WPL ଖେଳିବା ପାଇଁ ଯୋଗ୍ୟ ! ବାଲୁକା ତଟରେ ମାରୁଛନ୍ତି ଚୌକା ଛକା, ଭିଡିଓ ଭାଇରାଲ୍

ଏହି ଝିଅ WPL ଖେଳିବା ପାଇଁ ଯୋଗ୍ୟ ! ବାଲୁକା ତଟରେ ମାରୁଛନ୍ତି ଚୌକା ଛକା, ଭିଡିଓ ଭାଇରାଲ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପାକିସ୍ତାନ (Pakistan) ସୀମାବର୍ତ୍ତୀ ଓ୍ୱାଡମେର ଜିଲ୍ଲାର ଏକ ଛୋଟ ଗାଁ ଶେରପୁରାର ୧୫ବର୍ଷିୟ ମୁମଲଙ୍କ ଭିଡିଓ ସାରା ଦେଶରେ ଚହଳ ସୃଷ୍ଟି କରିଛି। ରବିବାର ସନ୍ଧ୍ୟାରେ ଓ୍ୱାଡମେରର ଜଣେ ଟ୍ୱିଟର ୟୁଜର୍ସ (Twitter Users) ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରୁ ଅପଲୋଡ୍ (Upload) କରିଛନ୍ତି। ଏହା ପରେ ଏହି ଭିଡିଓ ସାରା ଦେଶରେ ଭାଇରାଲ (Viral) ହୋଇଛି।

ଯଦି ଆପଣଙ୍କର କିଛି କରିବାକୁ ଇଚ୍ଛା ଅଛି, ପରିସ୍ଥିତି କିଛି ବି ହେଉନା କାହିଁକି କୌଣସି ଶକ୍ତି ଆପଣଙ୍କୁ ଆଗକୁ ବଢିବାରେ ଅଟକାଇ ପାରିବ ନାହିଁ । ଏହା ହେଉଛି ବାଢମେର୍ ଜିଲ୍ଲାର କାନାସର ଗାଁର ୧୫ ବର୍ଷିୟ ମୁମଲଙ୍କ କାହାଣୀ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ମୁମଲଙ୍କ ଭିଡିଓ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ମୁମଲ ବାଲୁକା ତଟରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି । ଏହି ଭିଡିଓ ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ସାରା ଦେଶରେ ହଜାର ହଜାର ଲୋକ ଏହାକୁ ସେୟାର କରିଛନ୍ତି ଏବଂ ଏହି ପ୍ରତିଭାଶାଳୀ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତ କ୍ରିକେଟ୍ ବୋର୍ଡ ଓ ଭାରତ ସରକାରଙ୍କୁ ଦାବି କରିଛନ୍ତି।

ଏହି ଖବର ପଢ଼ନ୍ତୁ - http://ଥାଲାସେମିଆ ରୋଗରେ ପୀଡ଼ିତ ୯ବର୍ଷର କୁନି ଝିଅ ପାପାଲି; ଚିକିତ୍ସା ପାଇଁ ଆବଶ୍ୟକ ୫୦ଲକ୍ଷ

ଓ୍ୱାଡମେର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାନାସରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ମୁମଲ ମେହେର କ୍ରମାଗତ ବ୍ୟାଟିଂ ସହ ଜଣେ ଜବରଦସ୍ତ ବୋଲର ଅଟନ୍ତି । ମୁମଲଙ୍କ ଭାଇ ଅବଦୁଲ ରଜାକ କହିଛନ୍ତି, ମୁମଲ ସାତ ଭଉଣୀଙ୍କ ମଧ୍ୟରୁ ଜଣେ ଓ ତାର ଖେଳିବାର କ୍ଷମତା ଦେଖି ବରିଷ୍ଠ ବି ଆଶ୍ଚର୍ଯ୍ୟ ହୋଇଥାନ୍ତି। ସେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ମଧ୍ୟ ଖେଳିବାକୁ ଯାଇଛନ୍ତି।

ଏହି ଖବର ପଢ଼ନ୍ତୁ - http://ଉତ୍କଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ୨ ଅଭିଯୁକ୍ତ ଗିରଫ

ମୁମଲଙ୍କ ପିତା ଜଣେ କୃଷକ ଓ ତାଙ୍କ ପରିବାରର ଅବସ୍ଥା ଖରାପ ଥିବାରୁ ତାଙ୍କୁ କୌଣସି ଏକାଡେମୀରେ ଖେଳିବାକୁ ପଠାଇ ପାରିନାହାନ୍ତି । ସେମାନେ କହିବା କଥା ଯଦି ସରକାର ସାହାଯ୍ୟ କରନ୍ତି, ତେବେ ତାଙ୍କ ଝିଅ ଦେଶର ନାଁ ରଖି ପାରିବ । ମୁମଲଙ୍କ ସମ୍ପର୍କୀୟ ଅନିଶା ବର୍ତ୍ତମାନ ଯୋଧପୁରରେ କ୍ରିକେଟ୍ ତାଲିମ ନେଉଛନ୍ତି। ତେଣୁ ମୁମଲ ଯଦି ଭଲ ତାଲିମ ନିଏ ତେବେ ସେ ମଧ୍ୟ ଦେଶକୁ ଗର୍ବିତ କରିବ । ତେବେ ସୋସିଆଲ ମିଡିଆରେ ତାଙ୍କ ଖେଳକୁ ଦେଖି କିଛି ଉପଭୋକ୍ତା ସୂର୍ଯ୍ୟକୁମାର ଯାଦବ ଓ କିଛି ଗିଲଙ୍କ ସହିତ ତୁଳନା କରିଛନ୍ତି । ତେବେ ବିଧାୟକଙ୍କ ସମେତ ବହୁ ମନ୍ତ୍ରୀ, ଜନ ପ୍ରତିନିଧୀ ଏହି ଭିଡିଓ ସେୟାର କରିଛନ୍ତି।
Published by:Soubhagya Mishra
First published: