ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଗୋଆରେ କଂଗ୍ରେସକୁ ଲାଗିପାରିବେ ବଡ଼ ଝଟକା; TMC ସହ ହାତ ମିଶାଇ ପାରନ୍ତି ପୂର୍ବତନ CM

ଗୋଆରେ କଂଗ୍ରେସକୁ ଲାଗିପାରିବେ ବଡ଼ ଝଟକା; TMC ସହ ହାତ ମିଶାଇ ପାରନ୍ତି ପୂର୍ବତନ CM

TMC in Goa: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବ। ଏସବୁ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲୁଇଜିହ୍ନୋ ଫଲେରୋ ଖୁବ ଶୀଘ୍ର ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଗୋଆରେ କଂଗ୍ରେସକୁ ଲାଗିପାରିବେ ବଡ଼ ଝଟକା; TMC ସହ ହାତ ମିଶାଇ ପାରନ୍ତି ପୂର୍ବତନ CM
ଗୋଆରେ କଂଗ୍ରେସକୁ ଲାଗିପାରିବେ ବଡ଼ ଝଟକା
  • News18 Odia
  • Last Updated: September 27, 2021, 1:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗ ଜିତିବା ପରେ ତୃଣମୂଳ କଂଗ୍ରେସ (TMC) ଆଗାମୀ ଗୋଆ ବିଧାନସଭା ନିର୍ବାଚନ (Goa Elections 2022) ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍ ଶନିବାର କହିଥିଲେ ଯେ ତାଙ୍କ ଦଳ ଆସନ୍ତା ବର୍ଷ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀ ଛିଡ଼ା କରିବ। ଦଳ ଖୁବ ଶୀଘ୍ର ଏହାର ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଥିଲେ ।

ବର୍ତ୍ତମାନ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଖୁବ ଶୀଘ୍ର ଗୋଆରେ ଟିଏମସି ମଧ୍ୟ ଦେଖାଯିବ। ଡେରେକ ଓ’ବ୍ରାଇନ୍ ଓ ପ୍ରସନ୍ନ ବାନାର୍ଜୀ ଗୋଆରେ କ୍ୟାମ୍ପ କରିସାରିଛନ୍ତି।

ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବ। ଏସବୁ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲୁଇଜିହ୍ନୋ ଫଲେରୋ ଖୁବ ଶୀଘ୍ର ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଆଜି ସେ କଂଗ୍ରେସ ଦଳ ଛଡ଼ିଛନ୍ତି ।

ଏହା ମଧ୍ୟ କଂଗ୍ରେସ ପାଇଁ କଷ୍ଟକର ବିଷୟ ଯେ ଏହି ସପ୍ତାହରେ ଗୋଆ ପାଇଁ ପ୍ରକାଶିତ ନିର୍ବାଚନ କମିଟିରେ ଫଲେରୋଙ୍କୁ ସମନ୍ୱୟ କମିଟିର ମୁଖ୍ୟ କରାଯାଇଥିଲା।

ଫଲେରୋ କହିଛନ୍ତି, 'ମୁଁ ବର୍ତ୍ତମାନ ଗଭୀର ଚିନ୍ତାରେ ଅଛି। ମୁଁ ସବୁକିଛି ପଢୁଛି ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ଗୋଆର ଲୋକେ ଚିନ୍ତିତ ଅଛନ୍ତି । ତେଣୁ କାହାକୁ ଆଗକୁ ଆସିବାକୁ ପଡ଼ିବ ।’’ ରବିବାର ଦିନ ଫାଲେରୋ କହିଥିଲେ ଯେ ସେ ଉପଯୁକ୍ତ ସମୟରେ ମନ୍ତବ୍ୟ ଦେବେ ।

ଏଥି ସହ ସୂତ୍ରରୁ ପ୍ରକାଶ ଯେ ଗତ ଗୁରୁବାର ଦିନ ଟିଏମସି ନେତା ଡେରେକ ଓ’ବ୍ରାଇନ୍‌ଙ୍କ ସହ କଂଗ୍ରେସ ନେତାଙ୍କ ଏହି ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ନା ଲୁଇଜିହ୍ନୋ ଫଲେରୋ କିମ୍ବା ତୃଣମୂଳ କଂଗ୍ରେସ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇନାହାଁନ୍ତି। ଗୋଆ ଏକ ଛୋଟ ରାଜ୍ୟ ହୋଇପାରେ, କିନ୍ତୁ ଏହାର ରାଜନୀତି ଦେଶର ଖେଳାଳିଙ୍କୁ ଆକର୍ଷିତ କରୁଛି ।

ଏହି ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ମଧ୍ୟ ନଜର ରଖିଛି। କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗସ୍ତ ପରେ ଆପ୍ ଏହାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ତ୍ରିପୁରା ଓ ଆସାମ ସହିତ ତାଙ୍କ ଦଳ ଗୋଆକୁ ଗୁରୁତ୍ୱ ଦେଉଛି। ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ଅନେକ କଂଗ୍ରେସ ନେତା ଟିଏମସି ସହ ଯୋଗାଯୋଗରେ ଅଛନ୍ତି।

ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଆଜି ତୃଣମୂଳ କଂଗ୍ରେସ କେବଳ ବେଙ୍ଗଲରେ ସୀମିତ ନୁହେଁ। ଆମେ ତ୍ରିପୁରା ଓ ଆସାମରେ ଆମର କାର୍ଯ୍ୟ ଆରମ୍ଭ କରିଛୁ । ଆଗାମୀ ଦିନରେ ତୃଣମୂଳମଧ୍ୟ ଗୋଆକୁ ଆସିବ । ରାନୈତିକ ଦୃଷ୍ଟିରୁ ଆମେ ସେମାନଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଅଛୁ।
Published by: Lipina Das
First published: September 27, 2021, 1:17 PM IST