News18 Odia Digital
Extra Marital Affairs: ବର୍ତ୍ତମାନ ସମୟରେ ଯେଉଁଠାରେ ଦେଖ ଆପଣ ଖାଲି ବିବାହ ବିଚ୍ଛେଦ ଆଉ ପରକୀୟା ପ୍ରୀତି ବିଷୟରେ ଶୁଣିବାକୁ ପାଇବେ । କହିବାକୁ ଗଲେ ସମ୍ପର୍କର ମୂଳଦୁଆ ବିଶ୍ବାସ ଉପରେ ନିର୍ଭର କରିଥାଏ । ଆଉ ଯେତେ ବେଳେ ବିଶ୍ବାସ ହିଁ ରୁହେ ନାହିଁ ତେବେ ପୂର୍ବରୁ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଏ । ତେଣୁ ଏଭଳି ପରିସ୍ଥିତିରେ ଲୋକମାନେ ଆଶା କରନ୍ତି ଯେ ବିବାହ ପରେ ସେମାନଙ୍କ ସାଥୀ ସେମାନଙ୍କ ପ୍ରତି ସଚ୍ଚୋଟ ହେବେ। ଯଦି ସଂପର୍କରେ ସଚ୍ଚୋଟତା ଅଛି, ତେବେ ଆପଣ ଏହାକୁ ଦୀର୍ଘ ସମୟ ଧରି ଆପଣଙ୍କ ସହିତ କାର୍ଯ୍ୟକାରୀ କରିପାରିବେ, କିନ୍ତୁ ସଂପର୍କରେ ଯଦି ଆପଣ ବିଶ୍ବାସଘାତକତା କରିଲେ ଏହାକୁ ସଂପୂର୍ଣ୍ଣ ଭାବେ ନଷ୍ଟ ହେଇଯାଏ ।
ମହିଳାଙ୍କ ଦ୍ବାରା ହେଉ ଅବା ପୁରୁଷ, ବିବାହ ପରେ ଅବୈଧ ସମ୍ପର୍କ ହିଁ ବିବାହ ଭାଙ୍ଗିବାର ମୁଖ୍ୟ କାରଣ ହୋଇଥାଏ । ସର୍ମ୍ପରେ ଯେଉଁ ପ୍ରତାରଣା କରାଯାଉଛି ତାହା କାହା ଦ୍ବାରା ସହ୍ୟ କରାଯାଇପାରିବ ନାହିଁ । କିନ୍ତୁ ଏହାର ସବୁଠାରୁ ବଡ କାରଣ କଣ ଆପଣ କେବେଜାଣିଛନ୍ତି କି? ଏହା ହେଉଛି ପରସ୍ପର ପାଇଁ ସମୟର ଅଭାବ। ଉଭୟଙ୍କ ମଧ୍ୟରେ ଥିବା କମ ବାର୍ତ୍ତାଳାପ, ବିଚାରରେ ମତଭେଦ ରହିବା, ସେକ୍ସ ଲାଇଫରେ ଅଧିକ ରୋମାନ୍ସର ଆଶା ରଖିବା କହିବାକୁ ଗଲେ ଏହି ସବୁ କଥା ସର୍ମ୍ପକରେ ତିକ୍ତତା ସୃଷ୍ଟି କରିବାର ପ୍ରମୁଖ କାରଣ।
ବାସ୍ତବରେ ଆଜିକାଲି ଅନଲାଇନ୍ ଡେଟିଂ ଆପ୍ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ଆପ ଆସିବା ପରଠାରୁ ଲୋକମାନେ ନିଜ ଜୀବନରେ ବେଆଇନ ସମ୍ପର୍କ ସ୍ଥାପନ କରିବା ସହିତ ନିଜ ସାଥୀଙ୍କୁ ଠକିବାକୁ ଲାଗୁଛନ୍ତି ।
ଏହି ଆପ୍ ରେ ବିବାହିତ ଲୋକମାନଙ୍କ ପାଇଁ ବିଶେଷ ଫିଚର ମଧ୍ୟ ରହୁଛି। ଯାହାଫଳରେ ଯଦି ସେମାନେ ବିବାହ ପରେ ମଧ୍ୟ ପ୍ରେମ ଖୋଜନ୍ତି, ତେବେ ସେମାନଙ୍କୁ ତାହା ଅତି ସହଜରେ ମିଳି ପାରିବ ।
ସୂଚନାମୁତାବକ ଗ୍ଲିଡନ୍ ହେଉଛି ଏକ ଫରାସୀ ଅନ୍ଲାଇନ୍ ଆପ୍ ଯାହା ଭାରତରେ ମଧ୍ୟ ବହୁଳ ଭାବରେ ବ୍ୟବହାର କରାଯାଉଛି । ଯେଉଁଥିରେ ବିବାହିତ ଲୋକମାନେ ଏହି ଆପ୍ ମାଧ୍ୟମରେ ନିଜ ପାଇଁ ଆଉ ଏକ ପ୍ରେମ ଖୋଜନ୍ତି।
ମିଳିଥିବା ସୂଚନା ଅନୁସାରେ ଏହି ଆପ୍ ମହିଳାମାନଙ୍କ ଦ୍ୱାରା ତିଆରି କରାଯାଇଛି । ଏହି ଆପ୍ ତିଆରି କରିଥିବା ମହିଳାମାନେ ବିବାହ ପରେ ମଧ୍ୟ ନିଜ ପାଇଁ ଅତିରିକ୍ତ ପ୍ରେମ ଚାହୁଁଥିଲେ ଏବଂ ଏଥିପାଇଁ ସେମାନେ ଏହି ଆପ୍ ତିଆରି କରିଥିଲେ । ୨୦୦୯ ମସିହାରେଏହି ଆପ ଆରମ୍ଭ କରାଯାଇଥିଲା । ମହିଳାମାନଙ୍କ ପାଇଁ ଏହି ଆପ ସମ୍ପୂର୍ଣ୍ଣ ମାଗଣା । ଯେଉଁଠାରେ କି ପୁରୁଷମାନଙ୍କ ପାଇଁ ଏହି ଆପ ପାଇଁ ମୂଲ୍ୟ ଦେବାକୁ ପଡିଥାଏ । ଯେତେବେଳେ ଏହି ଆପ୍ ୨୦୧୭ ରେ ଭାରତରେ ଆସିଲା, ସେତେବେଳେ ଏହା ବହୁତ ହଇଚଇ ସୃଷ୍ଟି କଲା ।
ବର୍ତ୍ତମାନର ସୂଚନା ଅନୁସାରେ ଏହାର ପାଖାପାଖି ୨ ନିୟୁତ ଉପଭୋକ୍ତା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କରୋନା ଅବଧି ପରେ ପରିସ୍ଥିତି ସ୍ୱାଭାବିକ ହେବା ଆରମ୍ଭ ହେବାରୁ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଛି ।ସବୁ ଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଛୋଟ ସହରର ମହିଳାମାନେ ଏହି ଆପର ବିପୁଳ ବ୍ୟବହାର କରୁଛନ୍ତି। ଏହି ଆପର ଆକଳନ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ଛୋଟ ଛୋଟ ଗ୍ରାମରେ ଏଭଳି କରିବା ବହୁତ ବଡ ପାପ ବୋଲି ବିଶ୍ବାସ କରାଯାଉଥିଲା । କିନ୍ତୁ ଭାରତର ବଡ ବଡ ସହର ଅପେକ୍ଷା ଛୋଟ ସହର ମଧ୍ୟରେ ଗ୍ଲିଡନ୍ ଆପ୍ ଅଧିକ ଲୋକପ୍ରିୟ । ଏହାର ୩୪ ପ୍ରତିଶତରୁ ଅଧିକ ଉପଭୋକ୍ତା କେବଳ ଟାୟାର ୨ ଏବଂ ୩ ସହରରୁ ଆସିଛନ୍ତି । ଏହି ସହରଗୁଡ଼ିକ ମଧ୍ୟରରେ ଜୟପୁର, ଭୋପାଳ, ଇନ୍ଦୋର, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ଗୁରୁଗ୍ରାମ, ଅହମ୍ମଦାବାଦ, ଚଣ୍ଡିଗଡ଼, ଲକ୍ଷ୍ନୌ, କୋଚି, ନୋଏଡା, ଗୌହାଟି, ବିଶାଖାପାଟନମ୍, ନାଗପୁର, ସୁରଟ ଏବଂ ଭୁବନେଶ୍ୱର ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ଭଳି ସହରରୁ ୬୬ ପ୍ରତିଶତ ଉପଭୋକ୍ତା ଥିବାବେଳେ ଏହାକୁ ଟାୟାର ୧ ରେ ଅନ୍ତର୍ଭୁକ୍ତ କରାଯାଇଛି।
ପଢନ୍ତୁ ଏହି ଖବର:
DRDO Recruitment: ଗ୍ରାଜୁଏଟ ପାସ୍ଙ୍କ ପାଇଁ ସୁବର୍ଣ୍ଣ; DRDOରେ ବମ୍ପର ନିଯୁକ୍ତିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।