Bihar Assembly Polls: ମୁସଲିମ୍ ବହୁଳ ସୀମାଞ୍ଚଳରେ ଏହି ତୃତୀୟ ପର୍ଯ୍ୟାୟ ମତଦାନ ନିର୍ଣ୍ଣାୟକ ହେବ

ସୀମାଞ୍ଚଳ ହିଁ ବିହାରର ସବୁଠାରୁ ପଛୁଆ ଅଞ୍ଚଳ । ବିହାର ଜନସଂଖ୍ୟାର ୧୭ ପ୍ରତିଶତ ମୁସଲିମ୍ ହୋଇଥିବା ବେଳେ କେବଳ ସୀମାଞ୍ଚଳର ଜନସଂଖ୍ୟାର ୪୭ ପ୍ରତିଶତ ସୁସଲିମ୍ । ଏହି ପର୍ଯ୍ୟାୟ ହିଁ ସ୍ପଷ୍ଟ କରିବ କିଏ ହେବ କିଙ୍ଗ୍ ଓ କିଏ ହେବ କିଙ୍ଗ୍ ମେକର୍ ।

Bihar Assembly Polls: ମୁସଲିମ୍ ବହୁଳ ସୀମାଞ୍ଚଳରେ ଏହି ତୃତୀୟ ପର୍ଯ୍ୟାୟ ମତଦାନ ନିର୍ଣ୍ଣାୟକ ହେବ
ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାର ଓ (ଡାହାଣ) ଆରଜେଡି ନେତା ତେଜଶ୍ୱୀ ଯାଦବ
  • News18 Odia
  • Last Updated: November 6, 2020, 11:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: ବିହାର ବିଧାନ ସଭା ନିର୍ବାଚନର (Bihar Assembly elections) ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ ଶନିବାର ହେଉଛି । ଏଥିରେ ୧୫ଟି ଜିଲ୍ଲାର ୭୮ଟି ଆସନ ପାଇଁ ମତଦାନ ହେଉଛି । ଦୌଡ଼ରେ ଅଛନ୍ତି ୧,୨୦୭ ଜଣ ପ୍ରାର୍ଥୀ । ବିହାରର ପଛୁଆ ଓ ମୁସଲିମ୍ ବହୁଳ ସୀମାଞ୍ଚଳ ହିଁ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଦେବାକୁ ଯାଉଛି । ସମୀକରଣ ଦୃଷ୍ଟିରୁ ଦେଖିଲେ ଏହି ପର୍ଯ୍ୟାୟ ସବୁ ଦଳକୁ ଟେନସନରେ ରଖିଛି ।

ଏହି ଶେଷ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ନୀତୀଶ କୁମାରଙ୍କ (Nitish Kumar) ସରକାରର ଆଠ ଜଣ ମନ୍ତ୍ରୀ । ସେମାନେ ହେଲେ ବିଜେନ୍ଦ୍ର ପ୍ରସାଦ ଯାଦବ, ବିନୋଦ ନାରାୟଣ ଝା, ମଦନ ସାହାଣୀ, ସୁରେଶ ଶର୍ମା, ଲକ୍ଷ୍ମେଶ୍ବର ରାୟ, ବିମା ଭାରତୀ, ନରେନ୍ଦ୍ର ନାରାୟଣ ଯାଦବ, ମହେଶ୍ବର ହଜାରୀ ଓ ରମେଶ ରିଷିଦେବ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ବିପକ୍ଷ ମହାଗଠବନ୍ଧନର ଅବଦୁଲ୍ ବାରି ସିଦ୍ଦିକି, ଶରଦ ଯାଦବଙ୍କ ଝିଅ ସୁହାସିନୀ ଯାଦବ, ଳଭଲୀ ଆନନ୍ଦ ଓ ନିଖିଳ ମଣ୍ଡଳ ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୬୫ଟି ଆସନ ପାଇଁ ଭୋଟିଂ ସରିଥିଲେ ବି ତୃତୀୟ ପର୍ଯ୍ୟାୟ ଭୋଟିଂରୁ ଉଭୟ  ଶାସକ ଏନଡିଏ ଓ ବିପକ୍ଷ ମହାଗଠବନ୍ଧନ ଅନେକ ଆଶା ରଖିଛନ୍ତି । ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା ସୀମାଞ୍ଚଳ ମୁସଲିମ୍ ବହୁଳ ଅଞ୍ଚଳ । ଏଭଳି ସ୍ଥିତିରେ ଉଭୟ ମହାଗଠବନ୍ଧନ ଓ ଏନଡିଏ ପାଇଁ ଏଲଜେପି, AIMIM ଓ ଏନସିପି ଭୋଟ୍ କଟର୍ ହେବା ସମ୍ଭାବନା ରହୁଛି ।

ତେଜଶ୍ୱୀ ଯାଦବଙ୍କ ଜନ ସଭାଗୁଡ଼ିକରେ ପ୍ରବଳ ଭିଡ଼ ହେଉଛି ।


୭୮ଟି ଆସନରୁ ମହାଗଠବନ୍ଧନର ଆରଜେଡି ୪୬ଟି ଆସନରେ, କଂଗ୍ରେସ ୨୫ଟି ଆସନରେ ଓ ବାମ ଦଳ ୭ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏନଡିଏରୁ ୩୭ଟି ଆସନରେ ଜେଡିୟୁ, ୩୫ଟିରେ ବିଜେପି, ପାଞ୍ଚଟିରେ ବିକାଶଶୀଳ ଇନସାନ୍ ପାର୍ଟି ଓ ଗୋଟେ ଆସନରେ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା ପ୍ରାର୍ଥୀ ଦେଇଛନ୍ତି ।

ସୀମାଞ୍ଚଳ ଅଧୀନରେ ଆସୁଛି ପୂର୍ଣ୍ଣିଆ, କଟିହାର, କିଶନଗଞ୍ଜ ଓ ଅରାରିଆ ଜିଲ୍ଲା । ଏଠି ରହୁଛି ୨୪ଟି ଆସନ । ସୀମାଞ୍ଚଳ ହିଁ ବିହାରର ସବୁଠାରୁ ପଛୁଆ ଅଞ୍ଚଳ । ବିହାର ଜନସଂଖ୍ୟାର ୧୭ ପ୍ରତିଶତ ମୁସଲିମ୍ ହୋଇଥିବା ବେଳେ କେବଳ ସୀମାଞ୍ଚଳର ଜନସଂଖ୍ୟାର ୪୭ ପ୍ରତିଶତ ସୁସଲିମ୍‌ । କିଶନଗଞ୍ଜରେ ୭୦ ପ୍ରତିଶତ, ଅରାରିଆରେ ୪୨ ପ୍ରତିଶତ, କଟିହାରରେ ୪୩ ପ୍ରତିଶତ ଓଏବଂ ପୂର୍ଣ୍ଣିଆରେ ୩୮ ପ୍ରତିଶତ ଭୋଟର ମୁସଲିମ୍  ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ

୨୦୧୫ରେ କିଶନଗଞ୍ଜ ଜିଲ୍ଲାରୁ ଓସାଦୁଦ୍ଦିନ୍ ଓୱେସୀଙ୍କ AIMIM ଗୋଟିଏ ସିଟ୍ ଅକ୍ତିଆର କରିଥିଲା । ଏଥର କିନ୍ତୁ ଦଳ ୧୯ଟି ଆସନରେ ପ୍ରାର୍ଥୀ ଦେଇଛି । ସୀମାଞ୍ଚଳ ଆରଜେଡିର ମୁଖ୍ୟ ଭୋଟ୍ ବ୍ୟାଙ୍କ ହୋଇଥିବା ବେଳେ ଏଠାକାର ୨୪ଟି ଆସନରୁ ଏଥର ୧୯ଟି ଆସନରେ ପ୍ରାର୍ଥୀ ଦେଇଛି AIMIM । ଏହା ସବୁ ଦଳକୁ ଟେନସନରେ ରଖୁଛି ସତ କିନ୍ତୁ ଆରଜେଡି ପାଇଁ ମୁଣ୍ଡବିନ୍ଧା ଟିକେ ଅଧିକ ହୋଇଛି ।

ନୀତୀଶ କୁମାରଙ୍କ ସହ ଏକ ଜନସଭାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ


ଭୌଗଳିକ, ରାଜନୈତିକ ଓ ଆର୍ଥିକ ଦୃଷ୍ଟିରୁ ସୀମାଞ୍ଚଳ ବିହାର ରାଜନୀତିରେ ଅନେକ ଗୁରୁତ୍ବ ରଖୁଛି । ୨୦୧୫ରେ ଏଠି ଆରଜେଡି-ଜେଡିୟୁ ନେତୃତ୍ବରେ ମହାଗଠବନ୍ଧନ ଫାଇଦା ପାଇଥିଲା । ୭୮ଟି ଆସନରୁ ଆରଜେଡି ସହ ମହାଗଠବନ୍ଧନରେ ଥିବା ଜେଡିୟୁକୁ ୨୩ଟି ଆସନ ମିଳିଥିଲା । କିନ୍ତୁ ଏଥର ସମୀକରଣ ଅଲଗା ରହିଛି । ଆରଜେଡି ସହ ନୁହେଁ, ବରଂ ବିଜେପି ସହ ଏଥର ଅଛି ଜେଡିୟୁ । ତେଣୁ ଜେଡିୟୁ ମଧ୍ୟ ଆଶଙ୍କାରେ ରହିବା ସ୍ବାଭାବିକ ।

ଏହା ବି ପଢ଼ନ୍ତୁଭୁବନେଶ୍ Blast: ନିଖୋଜ ଇଞ୍ଜିନିୟରଙ୍କ ପ୍ରତୀକ ଶବ ସଂସ୍କାରହେଲା; ଫେରିବାକୁ ଅନେଇଛି ପତ୍ନୀ

୨୦୧୦ ନିର୍ବାଚନରେ ବିଜେପିକୁ ଏହି ଅଞ୍ଚଳରୁ ମିଳିଥିଲା ୨୭ଟି ଆସନ । କିନ୍ତୁ ପୂର୍ବର ସେ ସମୀକରଣ ୨୦୨୦ରେ ନାହିଁ । ଏନଡିଏ ଫୋଲ୍ଡରେ ଜେଡିୟୁ ଥିବା ବେଳେ ସବୁ ଦଳ ପାଇଁ ତୃତୀୟ ଫେଜ୍ ଚ୍ୟାଲେଞ୍ଜିଂ ପ୍ରତୀତ ହେଉଛି । ୭୮ଟିରୁ ୨୩ଟି ଆସନରେ ମୁହାଁମୁହିଁ ହେଉଛନ୍ତି ଆରଜେଡି ଓ ଜେଡିୟୁ । ବିଜେପିର ୨୦ ଜଣ ପ୍ରାର୍ଥୀଙ୍କ ସହ ଆରଜେଡି ଦେଉଛି ଟକ୍କର  । କଂଗ୍ରେସ ୧୪ଟି ଆସନରେ ବିଜେପି ସହ ଓ ୯ଟି ଆସନରେ ଜେଡିୟୁ ସହ ସାମ୍ନାସାମ୍ନି ଲଢେଇ କରୁଛି  ।

୨୦୧୫ ନିର୍ବାଚନରେ ବିହାରରେ କଂଗ୍ରେସ ୨୭ଟି ଆସନ ହାତେଇ ଥିଲା । କିନ୍ତୁ ଦଳର କବଜାରେ ଥିବା ଚାରିଟି ଆସନ ଥର ସହଯୋଗୀଙ୍କ ହାତକୁ ଯାଇଛି । ତେଣୁ କହିବାକୁ ଗଲେ ୨୦୨୦ ନିର୍ବାଚନ କଂଗ୍ରେସ ପାଇଁ ୨୦୧୫ ଠାରୁ ଅଧିକ ଚ୍ୟାଲେଞ୍ଜିଂ  ହୋଇଛି ।



ଏହି ଶେଷ ପର୍ଯ୍ୟାୟ ଭୋଟିଂ ପାଇଁ ସବୁ ଦଳ ପ୍ରାଣମୂର୍ଚ୍ଛା ପ୍ରଚାର କରିଛନ୍ତି, କିନ୍ତୁ ଏଥିରେ ରହୁଛି ଅନେକ ପର୍ମୁଟେସନ୍ କମ୍ବିନେସନ୍ । ୧୦ ତାରିଖରେ ହିଁ ସ୍ପଷ୍ଟ ହେବ ବିହାର ହେବ କାହାର । ତୃତୀୟ ପର୍ଯ୍ୟାୟର ୭୮ଟି ଆସନ କାହାକୁ କିଙ୍ଗ୍ ବନେଇବ ଓ କାହାକୁ କରିବ କିଙ୍ଗ୍ ମେକର୍ ତାହା ବି ସ୍ପଷ୍ଟ ହେବ ।
Published by: Anand Shankar Thankur Das
First published: November 6, 2020, 11:21 PM IST
corona virus btn
corona virus btn
Loading